ETV Bharat / bharat

ଭାରତୀୟ ସେନାରେ Swarm Drones ସାମିଲ

author img

By

Published : Aug 26, 2022, 9:20 PM IST

ଭାରତୀୟ ସେନାର ମେକାନାଇଜ ଫୋର୍ସରେ ସାମିଲ ହେଲା ସ୍ବାର୍ମ ଡ୍ରୋନ୍‌ (Swarm Drones being inducted into Indian Army) । ଅତ୍ୟାଧୁନିକ ଟେକ୍ନୋଲୋଜୀରେ ନିର୍ମିତ ଏହି ଡ୍ରୋନ୍‌ ସୁରକ୍ଷା କ୍ଷେତ୍ରରେ ଦେଖା ଦେଉଥିବା ଚ୍ୟାଲେଞ୍ଜକୁ ଅତି ସହଜରେ ସାମ୍ନା କରିବ । ଅଧିକ ପଢ଼ନ୍ତୁ

ଭାରତୀୟ ସେନାରେ ସ୍ବାର୍ମ ଡ୍ରୋନ୍‌ ସାମିଲ
ଭାରତୀୟ ସେନାରେ ସ୍ବାର୍ମ ଡ୍ରୋନ୍‌ ସାମିଲ

ନୂଆଦିଲ୍ଲୀ: ଭାରତୀୟ ସେନାର ମେକାନାଇଜ ଫୋର୍ସରେ ସାମିଲ ହେଲା ସ୍ବାର୍ମ ଡ୍ରୋନ୍‌ (Swarm Drones being inducted into Indian Army )। ଅତ୍ୟାଧୁନିକ ଟେକ୍ନୋଲୋଜୀରେ ନିର୍ମିତ ଏହି ଡ୍ରୋନ୍‌ ସୁରକ୍ଷା କ୍ଷେତ୍ରରେ ଦେଖା ଦେଉଥିବା ଚ୍ୟାଲେଞ୍ଜକୁ ଅତି ସହଜରେ ସାମ୍ନା କରିବ । ଏହାକୁ ନେଇ ଭାରତୀୟ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସ୍ବାର୍ମ ଡ୍ରୋନ୍‌ ଭାରତୀୟ ସେନାର ମେକାନାଇଜ ଫୋର୍ସରେ ସାମିଲ ହେବା ପରେ ଆଜି ଏକ ପ୍ରଦର୍ଶନୀ ହୋଇଥିଲା । ଅନେକ ଗୁଡ଼ାଏ ସ୍ବାର୍ମ ଡ୍ରୋନ୍‌ ଉଡ଼ାଇ କଳା ପ୍ରଦର୍ଶନ କରିଛି ଭାରତୀୟ ସେନା । ଏହି ଡ୍ରୋନ୍‌ ଆକାଶରେ ଏକ ପକ୍ଷୀଦଳ ଉଡ଼ୁଥିବାର ଭ୍ରମ ସୃଷ୍ଟି କରିଥିଲା । ଦୁଇ ଭାରତୀୟ ଷ୍ଟାର୍ଟ ଅପ୍‌ କମ୍ପାନୀ ଦ୍ବାରା ଏହି ଅତ୍ୟାଧୁନିକ ସ୍ବାର୍ମ ଡ୍ରୋନ୍‌ ବିକଶିତ ହୋଇଛି । ଆଗାମୀ ଦିନରେ ଭାରତୀୟ ସେନା ଏକ Make-II case ସ୍ବଚାଳିତ ସର୍ବେକ୍ଷଣ ଓ ସଶସ୍ତ୍ର ଡ୍ରୋନ୍‌ ସ୍ବାର୍ମକୁ ସାମିଲ କରାଇବା ପାଇଁ ଯୋଜନା କରିଛି (Make-II case Autonomous Surveillance and Armed Drone Swarm (ASADS) । ଉଚ୍ଚରୁ ଅତି ଉଚ୍ଚତମ ସ୍ଥାନ ଯାଏଁ ଉଡ଼ାଣ ଭରିପାରୁଥିବାର କ୍ଷମତା ଏହି ଡ୍ରୋନ୍‌ ପାଖରେ ରହିବ । ଏହାକୁ ବିକଶିତ କରିବାକୁ ଆହୁରି ସମୟ ଲାଗିବା ନେଇ ସୂଚନା ରହିଛି ।

ଭାରତୀୟ ସେନାର ମେକାନାଇଜ ଇନ୍‌ଫାଣ୍ଟ୍ରି ଦ୍ବାରା ପରିଚାଳିତ ହେବ ASADS । ଭାରତର ଉତ୍ତରସୀମାରେ ପଡ଼ୋଶୀ ଦେଶ ସହ ଭାରତର ସମ୍ପର୍କ ପ୍ରତିକୂଳ ରହିଛି । ସେହି ସବୁ ଅଞ୍ଚଳରେ ଏହି ଅତ୍ୟାଧୁନିକ ଡ୍ରୋନ୍‌ ଭାରତୀୟ ସେନାର କାମରେ ଆସି ପାରିବ । ଏହାଦ୍ବାରା ସାମରିକ ବଳ ଆହୁରି ମଜଭୁତ ହୋଇ ପାରିବ । ସୀମାରେ ସର୍ବେକ୍ଷଣ ବେଳେ ଇନ୍‌ପୁଟ୍ ପ୍ରଦାନ କରିବା, ଅନ୍ୟ ସଂଶାଧନରୁ ପ୍ରାପ୍ତ ହୋଇଥିବା ଇନ୍‌ପୁଟର ପୁଷ୍ଟି କରିବା, ଏକ ବିଶେଷ ଅଞ୍ଚଳରୁ ଅତି ନିରୀକ୍ଷଣର ସହ ଯାଞ୍ଚ କରିବାରେ ଏହି ଡ୍ରୋନ୍‌ ସହାୟକ ହେବ । ଶତ୍ରୁର ଚାଲିଚଳନ ସହ ଗାଡ଼ି, ତୋପଖାନା ନିୟନ୍ତ୍ରଣ କେନ୍ଦ୍ର ଉପରେ ନଜର ରଖିବ ଏହି ଡ୍ରୋନ୍‌ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଡ୍ରୋନ୍‌ ଗୁଡ଼ିକ ଉଭୟ ସୁରକ୍ଷା ଓ ଆକ୍ରମଣରେ କାର୍ଯ୍ୟରେ ଆସିବ । ଆମେରିକାର ପ୍ରଡେଟର ଡ୍ରୋନ୍‌ ସହ ସ୍ବାର୍ମ ଡ୍ରୋନ୍‌ କାର୍ଯ୍ୟ କରିବ । ଭାରତ ଆମେରିକାଠାରୁ ୩୦ ପ୍ରଡେଟର ଡ୍ରୋନ୍‌ କିଣିଛନ୍ତି । ଏଗୁଡ଼ିକୁ ସମାନ ଭାବରେ ଉଭୟ ସ୍ଥଳ ସେନା, ବାୟୁ ସେନା ଓ ନୌସେନାକୁ ପ୍ରଦାନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.