ETV Bharat / bharat

'କୋଭିଡ ଅନୁସନ୍ଧାନ ରିପୋର୍ଟ ଲୁଚାଉଛି TMC'

କୋରୋନା ମହାମାରୀ ନେଇ TMCର ପ୍ରସ୍ତୁତି ଉପରେ ବର୍ଷିଛନ୍ତି ଶୁଭେନ୍ଦୁ ଅଧିକାରୀ । ଅଧିକ ପଢନ୍ତୁ...

author img

By

Published : Jun 27, 2021, 9:38 AM IST

ଟିଏମସିର ପ୍ରସ୍ତୁତି ଉପରେ ବର୍ଷିଛନ୍ତି ଶୁଭେନ୍ଦୁ ଅଧିକାରୀ

କୋଲକାତା: କୋରୋନା ମହାମାରୀ ନେଇ ଟିଏମସିର ପ୍ରସ୍ତୁତି ଉପରେ ବର୍ଷିଛନ୍ତି ଶୁଭେନ୍ଦୁ ଅଧିକାରୀ । 2020 ସମିତି ବର୍ଷରେ କୋରୋନା ମହାମାରୀ ନେଇ ସରକାର ଏ ପର୍ଯ୍ୟନ୍ତ ରିପୋର୍ଟ ପ୍ରକାଶ କରିନଥିବା ଅଭିଯୋଗ କରିଛନ୍ତି ଶୁଭେନ୍ଦୁ ଅଧିକାରୀ ।

ଶୁଭେନ୍ଦୁ ଅଧିକାରୀଙ୍କ ଏହି ଅଭିଯୋଗ ଉପରେ ଟିଏମସି କହିଛି ପୂର୍ବ ବର୍ଷଠାରୁ କୋରୋନା ବିରୋଧରେ ରାଜ୍ୟ ସରକାର ଲଢେଇ ଜାରି ରଖିଛନ୍ତି । ଲୋକଙ୍କୁ ଏନେଇ ବିଭ୍ରାନ୍ତ କରାଯାଉଥିବା କହିଛି ଟିଏମସି । ଏ ଦିଗରେ ସରକାରଙ୍କ କାର୍ଯ୍ୟକଳାପରେ ସ୍ବଚ୍ଛତା ରହିବା ଆବଶ୍ୟକ ବୋଲି କହିଛି ବିଜେପି ।

ମମତା ବାନାର୍ଜୀଙ୍କ ନେତୃତ୍ବୀଧୀନ ରାଜ୍ୟ ସରକାର ଗତ ବର୍ଷ ତତ୍କାଳୀନ ରାଜ୍ୟ ଗୃହ ସଚିବ ଆଲପନ ବନ୍ଦୋପାଧ୍ୟାୟଙ୍କ ଅଧୀନରେ ତିନିଜଣିଆ କମିଟି ଗଠନ କରି କୋରୋନା ମହାମାରୀ ପରେ ଚିକିତ୍ସା ଉପକରଣ କ୍ରୟ ଉପରେ ଯାଞ୍ଚ କରିଥିଲେ । ଶୁଭେନ୍ଦୁ ଅଧିକାରୀ ଟ୍ବିଟ କରି କହିଛନ୍ତି, ସରକାର 2000 କୋଟି ଟଙ୍କାର ମହାମାରୀ କ୍ରୟ ଦୁର୍ନୀତି ଉପରେ କମିଟିର ରିପୋର୍ଟ ସାର୍ବଜନୀନ କରିବା ଉଚିତ । ଅନୁସନ୍ଧାନ ରିପୋର୍ଟ କାହିଁକି ଲୁଚା ଯାଇଛି । ଉତ୍ତରଦାୟିତ୍ବ ଏବଂ ସ୍ବଚ୍ଛତା ପାଇଁ ଏହାକୁ ତୁରନ୍ତ ସାର୍ବଜନୀନ କରାଯିବା ଉଚିତ ବୋଲି କହିଛନ୍ତି ଶୁଭେନ୍ଦୁ ଅଧିକାରୀ ।

ଶୁଭେନ୍ଦୁଙ୍କ ଏହି ଟ୍ବିଟର ଜବାବ ଦେଇ ଟିଏମସି ଏବଂ ରାଜ୍ୟ ଦଳ ମୁଖ୍ୟ ସଚିବ କୃଣାଳ ଘୋଷ କହିଛନ୍ତି କୋଭିଡ ମହାମାରୀ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଲଢେଇକୁ ନେଇ ଜାଣିଶୁଣି ଦ୍ବନ୍ଦ ସୃଷ୍ଟି କରାଯିବା ସହିତ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.