ETV Bharat / bharat

ନନ୍ଦିଗ୍ରାମରେ ମମତାଙ୍କ ନାମାଙ୍କନକୁ ଶୁଭେନ୍ଦୁଙ୍କ ଚ୍ୟାଲେଞ୍ଜ - ମମତା ବାନାର୍ଜୀଙ୍କ ନାମାଙ୍କନ

ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମାଙ୍କନକୁ ଚ୍ୟାଲେଞ୍ଜ କରିଛନ୍ତି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ଅଧିକ ପଢନ୍ତୁ...

ନନ୍ଦିଗ୍ରାମରେ ମମତାଙ୍କ ନାମାଙ୍କନକୁ ଶୁଭେନ୍ଦୁଙ୍କ ଚ୍ୟାଲେଞ୍ଜ

author img

By

Published : Mar 15, 2021, 5:55 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ବାକି ରହିଛି ଆଉ ଅଳ୍ପ ଦିନ । ଏହାରି ମଧ୍ୟରେ ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମାଙ୍କନକୁ ଚ୍ୟାଲେଞ୍ଜ କରିଛନ୍ତି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଆୟୋଗଙ୍କୁ କରିଥିବା ଅଭିଯୋଗରେ କହିଛନ୍ତି, ମମତା ନିଜ ବିରୋଧରେ ଲୁଚାଇଛନ୍ତି ଅପରାଧିକ ମାମଲା ।

ଶୁଭେନ୍ଦୁ କହିଛନ୍ତି, ତୃଣମୂଳ କଂଗ୍ରେସର ସମ୍ମାନିତ ମମତା ବାନାର୍ଜୀ ନାମାଙ୍କନ ପତ୍ରର ଦସ୍ତାବିଜରେ 6ଟି ମାମଲା ବିଷୟରେ ଉଲ୍ଲେଖ କରିନାହାନ୍ତି । ଏଥିରୁ ସିବିଆଇ ସହ ଜଡିତ ଗୋଟିଏ ମାମଲା ସାମିଲ ରହିଛି ।

ଘଟଣା ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଥିବା ବେଳେ ଆୟୋଗ ଏହାର ଯାଞ୍ଚ କରୁଥିବା କହିଛନ୍ତି ଶୁଭେନ୍ଦୁ । ଶୁଭେନ୍ଦୁ କହିଛନ୍ତି, ମମତାଙ୍କ ବିରୋଧରେ ଆସାମରେ 5ଟି ଏତଲା ଦାଏର ହୋଇଥିଲା । ସେହିପରି ସିବିଆଇ ଏଫଆଇଆର ମଧ୍ୟ ତାଙ୍କ ବିରୋଧରେ ରହିଛି ।

ଶୁଭେନ୍ଦୁଙ୍କ କହିବା ଅନୁଯାୟୀ, ମମତା ଗୋଟିଏ ମାମଲାକୁ ନେଇ କୋଲକାତା ହାଇକୋର୍ଟ ଯାଇଥିଲେ । ହେଲେ କୋର୍ଟ ତାଙ୍କ ଯାଚିକା ଖାରଜ କରିଦେଇଥିଲେ । ଏ ବାବଦରେ ନିର୍ବାଚନ ଆୟୋଗଙ୍କୁ ପ୍ରମାଣ ମଧ୍ୟ ଦେଇଥିବା କହିଛନ୍ତି ଶୁଭେନ୍ଦୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.