ETV Bharat / bharat

ଅମ୍ବାନୀଙ୍କ ଘର ସାମ୍ନାରେ ବିସ୍ଫୋରକ ଘଟଣା, ଆଜି କୋର୍ଟରେ ହାଜର ହେବେ ସଚିନ ୱାଜେ

author img

By

Published : Mar 14, 2021, 10:03 AM IST

ଅମ୍ବାନୀଙ୍କ ଘର ସାମ୍ନାରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ ଘଟଣାରେ ଗିରଫ ହୋଇଛନ୍ତି ବିବାଦୀୟ ପୋଲିସ ଅଫିସର ସଚିନ ୱାଜେ । ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ତାଙ୍କୁ ଗତକାଲି ଗିରଫ କରିଥିବାବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଅଧିକ ପଢନ୍ତୁ...

କୋର୍ଟରେ ହାଜର ହେବେ ବିବାଦୀୟ ପୋଲିସ ଅଫିସର ସଚିନ ୱାଜେ

ମୁମ୍ବାଇ: ଗିରଫ ହୋଇଛନ୍ତି ବିବାଦୀୟ ପୋଲିସ ଅଫିସର ସଚିନ ୱାଜେ । ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲାରେ ତଦନ୍ତ କରୁଥିବା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ତାଙ୍କୁ ଗିରଫ । ଶନିବାର ଦୀର୍ଘ 12 ଘଣ୍ଟା କାଳ ଏନଆଇଏ ତାଙ୍କୁ ଜେରା କରିବା ପରେ ଶେଷରେ ତାଙ୍କୁ ବାନ୍ଧିଛି । ଏନେଇ ଅନୁସନ୍ଧାନକାରୀ ସଂସ୍ଥାର ମୁଖପାତ୍ର ଏହି ସୂଚନା ଦେଇଛନ୍ତି । ଆଜି ସଚିନ ୱାଜେଙ୍କୁ କୋର୍ଟରେ ହାଜର କରାଯିବ ।

ସଚିବ ୱାଜେଙ୍କୁ ରାତି 11 ଟା 50 ମିନିଟରେ ଗିରଫ କରାଯାଇଛି । ରବିବାର (ଆଜି) ସଚିବ ୱାଜେଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ଆବେଦନ କରିବ । ସଚିନଙ୍କ ବିରୋଧରେ ଧାରା 286, 465, 437, 506(2), 120 ମାମଲା ରୁଜୁ କରାଯାଇଛି । ଜାଲିଆତି, ବିସ୍ଫୋରକ ପଦାର୍ଥ ପ୍ରତି ଅବହେଳା, ନକଲି ସିଲ ଏବଂ ଅପରାଧିକ ଧମକ ଦେବା ଅଭିଯୋଗରେ ମାମଲା ଦାୟର କରିଛି ଏନଆଇଏ । ଏହା ପୂର୍ବରୁ ଶନିବାର ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ ସଚିବ । ସଚିବଙ୍କୁ ଜେରା କରିବାକ ଆବଶ୍ୟକ କହି କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।

ଫେବୃୟାରୀ 25ରେ ଦକ୍ଷିଣ ମୁମ୍ବାଇରେ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବାସଭବନର ଆଣ୍ଟିଲିଆ ନିକଟରୁ ଏକ ସ୍କର୍ପିଓରୁ ଜିଲେଣ୍ଟିନ ଜବତ ହୋଇଥିଲା । ଏହି ଗାଡି ରଖିବା ସମ୍ପୃକ୍ତରେ ସଚିନଙ୍କୁ ଗିରଫ କରାଯାଇଛି । ବିସ୍ଫୋରକ ଭର୍ତ୍ତି କାର ଯୋଗୁଁ ମାଲିକ ମନସୁଖ ହିରେନଙ୍କ ଜେରା କରାଯାଇଥିଲା । ଏହା କିଛି ଦିନ ପରେ ହିରନର ମୃତଦେହ ଥାନେ ଜିଲ୍ଲାର କ୍ରିକ ଅଞ୍ଚଳରୁ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ହିରେନଙ୍କ ପରିବାର ଲୋକେ ସଚିନ ଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ।

ଅମ୍ବାନୀଙ୍କ ଘରୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ପରେ ମହାରାଷ୍ଟ୍ର ପୋଲିସ ସଚିନଙ୍କ ଘଟଣାର ତଦନ୍ତ ପାଇଁ ଦାୟିତ୍ବ ଦେଇଥିଲେ । ସଚିନ ୱାଜେ ସେତେବେଳେ କ୍ରାଇମବ୍ରାଞ୍ଚରେ ଥିଲେ । ଏଟିଏସ ମଧ୍ୟ ହିରେନ ମାମଲାର ଯାଞ୍ଚ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.