ETV Bharat / bharat

ଆତଙ୍କୀଙ୍କ ଟାର୍ଗେଟରେ ରଜୌରୀ: IED ବିସ୍ଫୋରଣରେ ଆଖି ବୁଜିଲେ 2 ଜଣ - IED ବିସ୍ଫୋରଣ

ରଜୌରୀ ଅପର ଦାଙ୍ଗୀର ଗ୍ରାମରେ IED ବିସ୍ଫୋରଣ । ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

IED Blast in Rajouri
IED Blast in Rajouri
author img

By

Published : Jan 2, 2023, 10:39 AM IST

Updated : Jan 2, 2023, 1:58 PM IST

IED Blast in Rajouri

ଶ୍ରୀନଗର: ରଜୌରୀରେ ଭୟଙ୍କର ବିସ୍ଫୋରଣ (IED Blast in Rajouris Upper Dangri village ) । ଜମ୍ମୁକାଶ୍ମୀରର ରଜୌରୀ ଅପର ଦାଙ୍ଗୀର ଗ୍ରାମରେ ଆଇଡି ବିସ୍ଫୋରଣ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ବେଳେ ଆଉ ଜଣେ ଶିଶୁ ହୋଇଥିବା ଜଣାପଡିଛି । ଗତକାଲି ରୌଜରୀରେ ଗୁଳିକାଣ୍ଡ ଘଟିଥିବା ଜଣେ ଆହତଙ୍କ ଘରେ ଆଜି IED ବିସ୍ଫୋରଣ ହୋଇଥିଲା । ଏଥିସହ ଘଟଣାସ୍ଥଳରୁ ଏକ IED ଜବତ କରାଯାଇଥିବା ଏଡିଜିପି ମୁକେଶ ସିଂ ସୂଚନା ଦେଇଛନ୍ତି ।

  • Jammu and Kashmir LG Manoj Sinha condemns the terror attack in Rajouri

    An ex-gratia of Rs 10 lakh and a Govt job would be given to the next of kin of each of those civilians martyred in dastardly attack. Seriously injured would be given Rs.1 lakh: Office of LG pic.twitter.com/NO3Qqm8QRP

    — ANI (@ANI) January 2, 2023 " class="align-text-top noRightClick twitterSection" data=" ">

ଗତକାଲି ହୋଇଥିଲା ଗୁଳିକାଣ୍ଡ

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଦାଙ୍ଗୀର ଗ୍ରାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା । ଦାଙ୍ଗୀର ଗ୍ରାମରେ ୩ଟି ଘରେ ଗୁଳିମାଡ କରିବାରୁ ୪ ଜଣଙ୍କର ମୃତ୍ୟୁ ହେବା ସହ ୬ଜଣ ଗୁରୁତର ହୋଇଥିଲେ । ଏହି ଘଟଣାରେ ସର୍ଚ୍ଚଅପେରସନ ମଧ୍ୟ ଜାରି ରହିଥିବା ବେଳେ ଏବେ ପୁଣି ଆଉ ଏକ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଘଟଣାସ୍ଥଳରେ ଜଣେ ଶିଶୁରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳାଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି । ୪ଜଣ ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଅଶାନ୍ତ ରଜୌରୀ, ମୃତଦେହ ରଖି ବିକ୍ଷୋଭ

ତେବେ ଗ୍ରାମରେ ଆତଙ୍କବାଦୀଙ୍କ ଏବି ବିସ୍ଫୋରଣ ପରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ । ଫଳରେ ରଜୌରୀ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏଥିସହ କାଲାକୋଟ ନୋଶେରାରେ ରଜୌରୀରେ ସଟଡାଉନ କରାଯାଇଛି । ଫଳରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ଘଟଣାସ୍ଥଳରେ ବହୁ ବିଜେପି ନେତା ଓ ବିଜେପି ରାଜ୍ୟ ସଭାପତି ରବିନ୍ଦର ରାଇନା ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Firing Incident In Rajouri: ଗୁଳିକାଣ୍ଡରେ 4 ନାଗରିକ ମୃତ, 6 ଆହତ

ସହାୟତା ରାଶି ଘୋଷଣା

ତେବେ ଚାରି ନାଗରିକଙ୍କ ମୃତ୍ୟୁ ପରେ ଜମ୍ମୁକାଶ୍ମୀର ଲେପ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସହାୟତା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ସରକାରୀ ଚାକିରି ଦିଆଯିବା ନେଇ କହିଛନ୍ତି ମନୋଜ ସିହ୍ନା । ସେହିପରି ଆହତଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରାଯାଇଛି ।

Last Updated : Jan 2, 2023, 1:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.