ETV Bharat / bharat

ମକର ସଂକ୍ରାନ୍ତିରେ ବିଶ୍ବବ୍ୟାପୀ ଆୟୋଜିତ ହେବ ସୂର୍ଯ୍ୟ ନମସ୍କାର - ମକର ସଂକ୍ରାନ୍ତିରେ ବିଶ୍ବବ୍ୟାପୀ ଆୟୋଜିତ ହେବ ସୂର୍ଯ୍ୟ ନମସ୍କାର

ଆୟୁଷ ମନ୍ତ୍ରଣାଳୟ ଆସନ୍ତା ୧୪ ତାରିଖ ମକର ସଂକ୍ରାନ୍ତି(Makar Sankranti) ଦିନ ବିଶ୍ବବ୍ୟାପୀ ଆୟୋଜନ କରିବ ସୂର୍ଯ୍ୟ ନମସ୍କାର(Surya Namaskar) । ଯେଉଁଥିରେ ଯୋଗ ଦେବେ ୭୫ଲକ୍ଷ ଲୋକ । ଅଧିକ ପଢନ୍ତୁ

ମକର ସଂକ୍ରାନ୍ତିରେ ବିଶ୍ବବ୍ୟାପୀ ଆୟୋଜିତ ହେବ ସୂର୍ଯ୍ୟ ନମସ୍କାର

author img

By

Published : Jan 10, 2022, 1:44 PM IST

ନୂଆଦିଲ୍ଲୀ: ଆସନ୍ତା ୧୪ ତାରିଖ ମକର ସଂକ୍ରାନ୍ତି(Makar Sankranti) ଦିନ ବିଶ୍ବବ୍ୟାପୀ ପ୍ରଦର୍ଶନ ହେବ ସୂର୍ଯ୍ୟ ନମସ୍କାର(Surya Namaskar) । ଯେଉଁଥିରେ ଯୋଗ ଦେବେ ୭୫ଲକ୍ଷ ଲୋକ । ତେବେ ଆୟୁଷ ମନ୍ତ୍ରଣାଳୟ(ministry of ayush) ମକର ସଂକ୍ରାନ୍ତି ଦିନ ବିଶ୍ବସ୍ତରୀୟ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିବ ।

ମନ୍ତ୍ରଣାଳୟ କହିଛି ଯେ, ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଓ ସୁଖମୟ ଜୀବନ ପ୍ରଦାନ କରୁଥିବା ସୂର୍ଯ୍ୟଙ୍କ କିରଣକୁ ଏହି ଦିନ ସମସ୍ତ ପ୍ରାଣୀ କୃତଜ୍ଞତା ପ୍ରଦର୍ଶନ ସ୍ବରୂପ ସୂର୍ଯ୍ୟ ନମସ୍କାର କରିବା ଉଚିତ। ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ, ଯାହା ମହାମାରୀ ସମୟରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଭିଟାମିନ ଡି ସୂର୍ଯ୍ୟ କିରଣରୁ ମିଳିଥାଏ, ଯାହା ବିଶ୍ବର ସମସ୍ତ ଚିକିତ୍ସା କ୍ଷେତ୍ରରେ ଏହା ମହତ୍ତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସୂର୍ଯ୍ୟ ନମସ୍କାର ଜଳବାୟୁ ପରିବର୍ତ୍ତନ ଏବଂ ପୃଥିବୀର ଉତ୍ତାପ ସମସ୍ୟାକୁ ମଧ୍ୟ ଦୂର କରିବ। ଯଦି ଦୈନନ୍ଦିନ କାର୍ଯ୍ୟରେ ସୌର ଶକ୍ତି ବ୍ୟବହୃତ ହୁଏ, ତେବେ କାର୍ବନ ନିର୍ଗମନରେ ହ୍ରାସ ଘଟିବ, ଯାହା ପୃଥିବୀ ପାଇଁ ବିପଦ ପାଲଟିଛି । ଏହି କାର୍ଯ୍ୟକ୍ରମ ଆମ ସମୃଦ୍ଧ ସଂସ୍କୃତି ଏବଂ ଆଧ୍ୟାତ୍ମିକ ଐତିହ୍ୟ ବିଷୟରେ ବିଶ୍ବକୁ ମଧ୍ୟ ଅବଗତ କରାଇବ । ସୂର୍ଯ୍ୟ ନମସ୍କାର, ସାଧାରଣତଃ ସକାଳେ କରାଯାଏ ଏବଂ ସୂର୍ଯ୍ୟ ନମସ୍କାରରେ ୮ଟି ଆସନକୁ ୧୨ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ କରାଯାଇଥାଏ । ଏହା ଶରୀର ଏବଂ ମନର ସମନ୍ବୟରେ ସାହାଯ୍ୟ କରେ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.