ETV Bharat / bharat

ସର୍ଭେରୁ ଜଣାପଡିଛି ବିଜେପି ନିର୍ବାଚନରେ 130 ସିଟରେ ବିଜୟୀ ହେବ: ବସବରାଜ ବୋମ୍ମାଇ

author img

By

Published : Apr 16, 2023, 5:03 PM IST

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ 130 ସିଟରେ ବିଜେପିର ବିଜୟ ହେବ। ପାର୍ଟି ସର୍ଭେରୁ ଏପରି ତଥ୍ୟ ଆସିଥିବା କହିଲେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ। ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁରୁ: ଆସନ୍ତା ମେ ମାସ 10ରେ ଅନୁଷ୍ଠିତ ହେବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ସରଗରମ ହୋଇଛି ରାଜ୍ୟ ରାଜନୀତି । ପ୍ରତିଦ୍ବନ୍ଦି ଦଳ ଘୋଷଣା କରୁଛନ୍ତି ପ୍ରାର୍ଥୀ ତାଲିକା । ବିଜେପି ପ୍ରଥମ ଓ ଦ୍ବିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ କଂଗ୍ରେସ ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଶିଗଗାଓଁ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିବେ । ତେବେ ଚଳିତ ନିର୍ବାଚନରେ ବିଜେପି 130ଟି ଆସନରେ ବିଜୟୀ ହେବା ନେଇ ପାର୍ଟି ସର୍ଭେରୁ ଜଣାପଡିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ । ଶନିବାର ଦଳର କର୍ମୀଙ୍କୁ ସମ୍ବୋଧିତ କରୁଥିବା ସମୟରେ ଏପରି କହିଥିଲେ ବୋମ୍ମାଇ ।

ବସବରାଜ ବୋମ୍ମାଇ କହିଥିଲେ ଯେ, "ଆମର ଏକ ସର୍ଭେରୁ ଜଣାପଡିଛି ଯେ, ଚଳିତ ନିର୍ବାଚନରେ ବିଜେପିର ବିଜୟ ହେବ ଓ 130ରୁ ଊର୍ଦ୍ଧ୍ବ ଆସନରେ ବିଜେପି ଖାତାକୁ ଆସିବ । ମୋ କାର୍ଯ୍ୟକାଳ ସମୟରେ ହୋଇଥିବା ବିକାଶକୁ ଦୃଷ୍ଟିରେ ରଖି ଜନସାଧାରଣ ବିଜେପିକୁ ଭୋଟ ଦେବା ଉଚିତ। କଂଗ୍ରେସ ଦଳର ବହୁ ନେତା ବିଜେପିରେ ଯୋଗ ଦେଉଛନ୍ତି । ଏଥର ଅଧିକ ବିକାଶମୂଳକ କାର୍ଯ୍ୟ ହୋଇଥିବା ଏହା ବୟାନ କରୁଛି । ଗତ ଚାରି ବର୍ଷ ମଧ୍ୟରେ ବିଜେପି ଦ୍ୱାରା କରାଯାଇଥିବା ବିକାଶମୂଳକ ଦେଖିବା ପରେ ଆମକୁ ଲୋକମାନେ ହିଁ ଭୋଟ ଦେବେ ।" ବିରୋଧୀ ଦଳମାନେ ଆମକୁ ଟାର୍ଗେଟ କରୁଛନ୍ତି ଏ ବିକାଶ ନେଇ ପ୍ରଶ୍ନ କରୁଛନ୍ତି । କିନ୍ତୁ ବିକାଶ କିଏ କରିଛି ତାହା ଲୋକମାନେ ଜାଣନ୍ତି ବୋଲି ସେ କହିଥିଲେ ।

2018 ବିଧାନସଭା ନିର୍ବାଚନରେ ବିଜେପି 104ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା। କୋଭିଡ -19 ମହାମାରୀ ସମୟରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ସେହି ସମୟରେ ଲୋକଙ୍କୁ ମାଗଣା ରାସନ ଏବଂ ଟିକା ପ୍ରଦାନ କରାଯାଇଥିଲା । ବସବରାଜ ବୋମ୍ମାଇ କହିଛନ୍ତି, "ବନ୍ୟା ସମୟରେ ମୁଁ ସମସ୍ତ ଜିଲ୍ଲା ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲି ଏବଂ ଶିଗଗାଓଁ-ସାଭାନୁର ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିଥିଲି । କୃଷକ, ମହିଳା, ଯୁବକ, ଛାତ୍ର, ଶ୍ରମିକମାନଙ୍କ ପାଇଁ ବହୁ ଯୋଜନା ପ୍ରଣୟନ କରିଛି ।"

ଗତ ଏପ୍ରିଲ 11 ତାରିଖରେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିଲା ବିଜେପି । ପ୍ରଥମ ତାଲିକାରେ ମୋଟ 189 ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ 52 ନୂଆ ମୁହଁଙ୍କୁ ସୁଯୋଗ ଦେଇଥିଲା ଦଳ । ଏହାପରେ ଏପ୍ରିଲ 12 ତାରିଖରେ ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ଯେଉଁଥିରେ 32 ଜଣଙ୍କ ନାମ ରହିଥିବା ବେଳେ କିଛି ବିଧାୟକକଙ୍କ ନାମ କଟିଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.