ETV Bharat / bharat

Modi Surname Case: ରାହୁଲଙ୍କ ରହିତାଦେଶ ଆବେଦନ, ଆଜି ଆସିବ ରାୟ - ମୋଦି ସାଙ୍ଗିଆ ମାମଲା

ରାହୁଲ ଗାନ୍ଧୀଙ୍କୁ ମିଳିପାରେ ଆଶ୍ବସ୍ତି । ସୁରଟ ସେସନ କୋର୍ଟରେ ରହିତାଦେଶ ଆବେଦନ ଉପରେ ଆଜି ଆସିବ ରାୟ । ଅଧିକ ପଢନ୍ତୁ

Modi Surname Case
Modi Surname Case
author img

By

Published : Apr 20, 2023, 10:44 AM IST

ଗାନ୍ଧୀନଗର: ମୋଦି ସାଙ୍ଗିଆ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରହିତାଦେଶ ଆବେଦନ ଉପରେ ଆଜି ସୁରଟ କୋର୍ଟରେ ରାୟ ପ୍ରକାଶ ପାଇବ । ମାର୍ଚ୍ଚ ୨୩ରେ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଏହି ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ କୋର୍ଟରେ ଆବେଦନ କରିଥିଲେ । ତେବେ ଆଜି ସୁରଟ ସେସନ କୋର୍ଟରୁ କଂଗ୍ରେସ ନେତାଙ୍କୁ ଆଶ୍ବସ୍ତି ମିଳିପାରେ । ଯଦି ତାଙ୍କର ଦଣ୍ଡାଦେଶ ଉପରେ କୋର୍ଟ ରୋକ୍ ଲଗାନ୍ତି ତାହାହେଲେ ରାହୁଲ ହରାଇଥିବା ଲୋକସଭା ସଦସ୍ୟତା ପଦ ଫେରିପାଇବେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଙ୍ଗିଆ ନେଇ ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ଦେବା ମାମଲାରେ ପୂର୍ବରୁ ସେ ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଦୁଇ ବର୍ଷ ଜେଲଦଣ୍ଡ ପାଇସାରିଛନ୍ତି । ଉକ୍ତ ରାୟ ଉପରେ ରହିତାଦେଶ ଲାଗୁ କରିବା ପାଇଁ କଂଗ୍ରେସ ନେତା ସୁରଟ ସେସନ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଗତ ୧୩ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରି ଏପ୍ରିଲ ୨୦କୁ ରାୟ ସଂରକ୍ଷିତ ରଖିଥିଲେ ।

୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ କେରଳ ୱାୟନାଡରୁ ସାଂସଦ ହୋଇଥିଲେ । ମୋଦି ସାଙ୍ଗିଆ ମାମଲାରେ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦି କଂଗ୍ରେସ ନେତାଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ଦାୟର କରିଥିଲେ । ଏହି ମାମଲାରେ ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ ସହ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଯେଉଁ କାରଣରୁ ସେ ନିଜ ଲୋକସଭା ସଦସ୍ୟତା ପଦ ହରାଇଥିଲେ ।

ଏହାମଧ୍ୟ ପଢନ୍ତୁ: Rahul Gandhi Modi surname Remark: ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ, ସଙ୍ଗେ ସଙ୍ଗେ ଜାମିନ ମଞ୍ଜୁର

ଏହାପରେ ରାହୁଲ ଗାନ୍ଧୀ ତଳ କୋର୍ଟଙ୍କ ରାୟକୁ ସୁରଟ ସେସନ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତାଙ୍କର ଓକିଲ କୋର୍ଟରେ ଦୁଇଟି ଆବେଦନ ଦାଖଲ କରିଥିଲେ । ଏପ୍ରିଲ ୩ ତାରିଖରେ ଅଦାଲତ ରାହୁଲଙ୍କୁ ଜାମିନ ମଞ୍ଜୁର କରିବା ସଙ୍ଗେ ସଙ୍ଗେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦି ଏବଂ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଥିଲେ । ଗତ ଗୁରୁବାର ଦିନ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ପୂର୍ବ ଶୁଣାଣି ସମୟରେ ରାହୁଲଙ୍କ ଓକିଲ ଯୁକ୍ତି ବାଢିଥିଲେ ଯେ, ମୋଦି ସାଙ୍ଗିଆ ମାମଲାରେ ରୁଜୁ ମାନହାନି ମାମଲା ଯର୍ଥାଥ ନୁହେଁ । ଏହି ମାମଲାରେ ତାଙ୍କୁ ମାତ୍ରାଧିକ ଦଣ୍ଡାଦେଶ ପ୍ରଦାନ କରାଯାଇଛି । ଯାହାର ଆବଶ୍ୟକତା ନଥିଲା । ତେବେ ଆଜି କୋର୍ଟଙ୍କ କଣ ରାୟ ଆସୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.