ETV Bharat / bharat

କର୍ମଚାରୀଙ୍କୁ ଦୀପାବଳି ବୋନସ, ୧୦୦୦ ସୋଲାର ପ୍ୟାନେଲ ବାଣ୍ଟିଲେ ହୀରା ବ୍ୟବସାୟୀ - ୧୦୦୦ ସୋଲାର ପ୍ୟାନେଲ ବାଣ୍ଟିଲେ ହୀରା ବ୍ୟବସାୟୀ

କର୍ମଚାରୀଙ୍କୁ ଦୀପାବଳି ବୋନସ । ସୁରଟର ଜଣେ ହୀରା ବ୍ୟବସାୟୀ ନିଜ କର୍ମଚାରୀଙ୍କୁ ୨୫ ବର୍ଷ ପାଇଁ ମାଗଣା ବିଦ୍ୟୁତ ଉପହାର ପ୍ରଦାନ କରିଛନ୍ତି । ହୀରା ବ୍ୟବସାୟୀ ନିଜର ହଜାରେ ଜଣ କର୍ମଚାରୀଙ୍କୁ ରୁଫ୍‌ ଟପ୍‌ ସୋଲାର ପ୍ୟାନେଲ ଉପହାର ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

surat-based-diamond-business-man-gifted-solar-panel-to-his-employees-as-diwali-bonus
କର୍ମଚାରୀଙ୍କୁ ଦୀପାବଳି ବୋନସ, ୧୦୦୦ ସୋଲାର ପ୍ୟାନେଲ ବାଣ୍ଟିଲେ ହୀରା ବ୍ୟବସାୟୀ
author img

By

Published : Oct 21, 2022, 9:13 PM IST

ସୁରଟ: କର୍ମଚାରୀଙ୍କୁ ଦୀପାବଳି ବୋନସ । ଦୀପାବଳି ଅବସରରେ ପ୍ରତ୍ୟେକ ସଂସ୍ଥା ନିଜନିଜ କର୍ମଚାରୀଙ୍କୁ କିଛି ନା କିଛି ଉପହାର ଦେଇଥାଆନ୍ତି । କେହି କର୍ମଚାରୀଙ୍କୁ ସୁନା, ରୂପା ଅଳଙ୍କାର ଉପହାର ସ୍ବରପ ପ୍ରଦାନ କରନ୍ତି ତ କେହି ଆପାର୍ଟମେଣ୍ଟ କାର୍‌ ଆଦି ପ୍ରଦାନ କରନ୍ତି । ହେଲେ ସୁରଟର ଜଣେ ହୀରା ବ୍ୟବସାୟୀ ନିଜ କର୍ମଚାରୀଙ୍କୁ ୨୫ ବର୍ଷ ପାଇଁ ମାଗଣା ବିଦ୍ୟୁତ ଉପହାର ପ୍ରଦାନ କରିଛନ୍ତି । ଶୁଣିବାକୁ ଟିକିଏ ଅଜବ ଲାଗୁଥିଲେ ବି କଥା ଟି ସତ ।

ସୁରଟର ଗୋବିନ୍ଦ ଢୋଲକିଆ ନାମକ ହୀରା ବ୍ୟବସାୟୀ ନିଜର ହଜାର ଜଣ କର୍ମଚାରୀଙ୍କୁ ରୁଫ୍‌ ଟପ୍‌ ସୋଲାର ପ୍ୟାନେଲ ଉପହାର ପ୍ରଦାନ କରିଛନ୍ତି । ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସେ ଏଭଳି ଉପହାର ପ୍ରଦାନ କରିଛନ୍ତି । ପରିବେଶ ସୁରକ୍ଷା ପ୍ରତି ନିଜେ ସଜାଗ ହେବା ସହ ଅନ୍ୟ ସଜାଗ କରାଇବାକୁ ଆହ୍ବାନ ଦେଇଛନ୍ତି ହୀରା ବ୍ୟବସାୟୀ । ଘରେ ବସି ନବୀକରଣ ଶକ୍ତିର ବ୍ୟବହାର କରିବାକୁ ସେ ନିଜ କର୍ମଚାରୀଙ୍କୁ କହିଛନ୍ତି ।

SRK ଏକ୍ସପର୍ଟଙ୍କର ଜଣେ କର୍ମଚାରୀ ଆଶିଷ ଏହାକୁ ନେଇ କହିଛନ୍ତି, "ପ୍ରତି ବର୍ଷ ଦୀପାବଳିରେ କମ୍ପାନୀ ପକ୍ଷରୁ ଆମକୁ କିଛି ନା କିଛି ଉପହାର ମିଳିଥାଏ । ଗତ ବର୍ଷ ଆମକୁ ଗ୍ୟାସ ଷ୍ଟୋଭ୍‌ ମିଳିଥିଲା । ଚଳିତ ବର୍ଷ ଆମକୁ ସୋଲାର ପ୍ୟାନେଲ ମିଳିଛି । ଏହାଦ୍ବାରା ଆମର ବିଦ୍ୟୁତ ବାବଦକୁ ଦେୟ କମିଯିବ । ତାସହିତ ଏହା ପରିବେଶ ଅନୂକୁଳ । ଆମ କମ୍ପାନୀ ପ୍ରତ୍ୟେକ ପର୍ବ ଜାକଜକମରେ ପାଳନ କରିଥାଏ । ଆମେ ଏହି କମ୍ପାନୀର ପରିବାର ଭଳି ।"

SRK ଏକ୍ସପର୍ଟ କମ୍ପାନୀ ମାଲିକ ହେଉଛନ୍ତି ଗୋବିନ୍ଦ ଢୋଲକିଆ । ଏହି କମ୍ପାନୀ ହୀରା କଟିଂ କାର୍ଯ୍ୟ କରେ । ଏଠାରେ ପ୍ରାୟ 6 ହଜାର ଜଣ କାମ କରୁଥିବା ବେଳେ ୧୦୦୦ଙ୍କୁ ସୋଲାର ପ୍ୟାନେଲ ଉପହାର ପ୍ରଦାନ କରାଯାଇଛି । ବର୍ତ୍ତମାନ ଗ୍ଲୋବାଲ ୱାର୍ମିଂ ବୃଦ୍ଧି ପାଉଛି । ଯାହାକୁ ନେଇ ସାରା ବିଶ୍ବ ଚିନ୍ତାରେ ପଡ଼ିଛି । ସୋଲାର ପ୍ୟାନେଲ ଦ୍ବାରା ବିଦ୍ୟୁତ ଉପରେ କମ୍‌ ନିର୍ଭରଶୀଳ ହେବେ ଲୋକେ । ପ୍ରଥମ ୫୫୦ ଜଣ କର୍ମଚାରୀଙ୍କୁ ସୋଲାର ପ୍ୟାନେଲ ସହ ଅନ୍ୟାନ ଉପହାର ପ୍ରଦାନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.