ETV Bharat / bharat

ସୁରକ୍ଷାକର୍ମୀଙ୍କ ହାତକୁ କାମୁଡିଦେଲେ ଆମ୍‌ ଆଦମୀ ପାର୍ଟିର ମହିଳା କର୍ପୋରେଟର

author img

By

Published : Oct 22, 2022, 7:51 PM IST

ସୁରକ୍ଷାକର୍ମୀଙ୍କ ହାତକୁ କାମୁଡି ଦେଲେ ସୁରଟର ଆପ୍‌ ମହିଳା କର୍ପୋରେଟର । ମହାନଗର ନିଗମ ବୈଠକରେ ହଙ୍ଗାମା ପରେ ସମସ୍ତ ଆପ୍‌ କର୍ପୋରେଟରଙ୍କୁ ନିଲମ୍ବିତ କରିଥିଲେ ମେୟର । ଅଧିକ ପଢନ୍ତୁ

ସରକ୍ଷାକର୍ମୀଙ୍କ ହାତକୁ କାମୁଡି ଦେଲେ ଆମ ଆଦମୀ ପାର୍ଟି ମହିଳା କର୍ପୋରେଟର

ଗାନ୍ଧୀଗନର: ସୁରକ୍ଷାକର୍ମୀଙ୍କ ହାତକୁ କାମୁଡି ଦେଲେ ସୁରଟର ଜଣେ ଆମ୍‌ ଆଦମୀ ପାର୍ଟିର(AAP) ମହିଳା କର୍ପୋରେଟର । ମହାନଗର ସାଧାରଣ ପରିଷଦ ବୈଠକ ଜାରି ରହିଥିବା ବେଳେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ସମସ୍ତ ଆପ୍‌ କର୍ପୋରେଟରଙ୍କୁ ବୈଠକରୁ ନିଲମ୍ବିତ କରାଯାଇଥିଲା । ତେବେ ଏହି ମହିଳା କର୍ପୋରେଟର ସିଜଲ ମାଲବ୍ୟଙ୍କୁ ବାହାରକୁ ନେଉଥିବାବେଳେ, ସେ ସୁରକ୍ଷାକର୍ମୀଙ୍କ ହାତକୁ କାମୁଡି ଦେଇଥିବା ଦେଖିବାକୁ ମିଳିଥିଲା (Surat AAP corporator bites security guard)।

ଗତକାଲି (ଶୁକ୍ରବାର) ଏହି ଘଟଣାଟି ଘଟିଛି । ମହାନଗର ନିଗମ ବୈଠକ ଜାରି ରହିଥିବାବେଳେ ଦିଲ୍ଲୀ କ୍ୟାବିନେଟ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ଧର୍ମାନ୍ତରୀକରଣ ପ୍ରସଙ୍ଗ ଉଠାଇଥିଲେ ଅନ୍ୟ ଜଣେ ବିଜେପି କର୍ପୋରେଟର ଅମିତ ରାଜପୁତ । ଏହି ମନ୍ତବ୍ୟକୁ ନେଇ ଆପ ଓ ବିଜେପି କର୍ପୋରେଟରମାନଙ୍କ ମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହି ହଟ୍ଟଗୋଳ ଯୋଗୁ ସୁରଟ ମେୟର ହେମାଲୀ ଭୋଗଓ୍ବାଲା ପ୍ରଥମେ AAP କର୍ପୋରେଟର ମହେଶ ଅନଘନଙ୍କୁ ବୈଠକରୁ ନିଲମ୍ବିତ କରିବା ସହ ହଲ୍‌ରୁ ବାହାରି ଯିବାପାଇଁ କହିଥିଲେ । ପରେ ସମସ୍ତ ଆପ୍‌ କର୍ପୋରେଟର ଏହାକୁ ବିରୋଧ କରି ହଙ୍ଗାମା କରିବାରୁ ସମସ୍ତଙ୍କୁ ହଲ୍‌ ବାହାରକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମେୟର । ଏହି ସମୟରେ ସେଠାରେ ଥିବା ସୁରକ୍ଷାକର୍ମୀ କର୍ପୋରେଟର ସିଜଲ ମାଲବ୍ୟଙ୍କୁ ବାହାରକୁ ନେଉଥିବାବେଳେ ସେ ସୁରକ୍ଷାକର୍ମୀଙ୍କ ହାତକୁ କାମୁଡି ଦେଇଥିବା ଦେଖିବାକୁ ମିଳିଥିଲା ।

ତେବେ ଏହି ଘଟଣା ପରେ ରାଜନୀତି ମଧ୍ୟ ଜୋର ଧରିଥିଲା । ବିଜେପି ଏହାକୁ ନିନ୍ଦା କରିବା ସହ ସମ୍ପୃକ୍ତ ମହିଳା କର୍ପୋରେଟରଙ୍କ ଠାରୁ ନିସର୍ତ୍ତ କ୍ଷମା ପ୍ରାଥନା ଦାବି କରିଥିଲା । ଏହି ପ୍ରସଙ୍ଗରେ ସମ୍ପୃକ୍ତ କର୍ପୋରେଟରଙ୍କ ପ୍ରତିକ୍ରିୟା କିନ୍ତୁ ମିଳିପାରିନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.