ETV Bharat / bharat

ସୁପ୍ରିମକୋର୍ଟଙ୍କ ବଡ଼ ଫୈସଲା: ବୈଧ ରହିଲା ୩୭୦ ଉଚ୍ଛେଦ ନିଷ୍ପତ୍ତି, ଜମ୍ମୁ କାଶ୍ମୀରରେ ସେପ୍ଟେମ୍ବରରେ ନିର୍ବାଚନ ପାଇଁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Dec 11, 2023, 11:44 AM IST

Updated : Dec 11, 2023, 12:45 PM IST

Supreme Court verdict on Article 370: ଜମ୍ମୁ ଓ କାଶ୍ମୀରରେ ୩୭୦ ଉଚ୍ଛେଦ ମାମଲାରେ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ଆବେଦନକାରୀଙ୍କ ପିଟିସନକୁ ଆଗ୍ରହ୍ୟ କରିବା ସହ, ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ବୈଧ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅଧିକ ପଢ଼ନ୍ତୁ,

Article 370
Article 370

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ଧାରା 370 ଉଚ୍ଛେଦ ମାମଲା । ସୁପ୍ରିମ ରାୟ ଶୁଣାଇଲେ ପ୍ରଧାନ ବିଚାରପତିଙ୍କ ଦ୍ବାରା ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ। ଆବେଦନକାରୀଙ୍କ ପିଟିସନକୁ ଆଗ୍ରହ୍ୟ କରିଦେଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ । ଭାରତର ସମ୍ବିଧାନ ସବୁଠାରୁ ଉଚ୍ଚରେ । ଜମ୍ମୁ କାଶ୍ମୀର ଭାରତର ଅଭିଚ୍ଛେଦ୍ୟ ଅଙ୍ଗ । ଧାରା 370 ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଭାରତରେ ମିଶ୍ରଣ ପରେ ଜମ୍ମୁ କାଶ୍ମୀର ସ୍ବତନ୍ତ୍ର ମାନ୍ୟତା ଶେଷ ହୋଇଛି । ସମ୍ବିଧାନର ସବୁ ଅନୁଚ୍ଛେଦ ଜମ୍ମୁ କାଶ୍ମୀରରେ ଲାଗୁ ହୋଇପାରିବ ରାୟ ପ୍ରକାଶ ପାଇଛି ।

  • Article 370: The Supreme Court says it holds that Jammu and Kashmir did not retain an element of internal sovereignty after it acceded to India pic.twitter.com/P7hgp9h986

    — ANI (@ANI) December 11, 2023 " class="align-text-top noRightClick twitterSection" data=" ">

ସେହିପରି ଜମ୍ମୁ କାଶ୍ମୀରରେ ନିର୍ବାଚନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାବର୍ଷ ସେପ୍ଟେମ୍ବର 30 ଶୁଦ୍ଧା ଜମ୍ମୁ କାଶ୍ମୀରରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଏନେଇ ନିର୍ବାଚନ ଆୟୋଗକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 2019 ଅଗଷ୍ଟ 5ରେ ଜମ୍ମୁ ଓ କାଶ୍ମୀରରୁ ଧାରା 370କୁ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର। ଦୀର୍ଘ ୪ ବର୍ଷ ପରେ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୋହର ଲଗାଇଛନ୍ତି ସୁପ୍ରିମ କୋର୍ଟ । ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ଐତିହାସିକ ଫୈସଲା ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତରେ ଗଠିତ 5 ଜଣିଆ ଖଣ୍ଡପୀଠଙ୍କ ଆଜି ଧାରା ୩୭୦କୁ ନେଇ ବଡ଼ ଫୈସଲା ଶୁଣାଇଛନ୍ତି । ପ୍ରଧାନ ବିଚାରପତି ରାୟ ଶୁଣାଇ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ଭାରତର ଅଭିନ୍ନ ଏବଂ ଅବିଚ୍ଛେଦ ଅଙ୍ଗ । ଏଠାରେ ପ୍ରଚଳିତ ଧାରା 370 ସଂପୂର୍ଣ୍ଣ ଭାବେ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। ଜମ୍ମୁ କାଶ୍ମୀର ଯେବେଠାରୁ ଭାରତରେ ମିଶିଲା, ସେବେଠାରୁ ଏହା ସ୍ବତନ୍ତ୍ର ମାନ୍ୟତା ହରାଇଛି ।

  • Supreme Court upholds abrogation of Article 370 in Jammu & Kashmir constitutionally valid, asks Election Commission of India to conduct elections to the Legislative Assembly of Jammu and Kashmir by 30 September 2024 pic.twitter.com/ucpOwGTvm9

ଏହା ମଧ୍ୟ ପଢନ୍ତୁ-ଧାରା 370 ଉଚ୍ଛେଦ ମାମଲା: ଆଜି ରାୟ ପ୍ରକାଶ କରିବେ ସର୍ବୋଚ୍ଚ କୋର୍ଟ

37' ଉଚ୍ଛେଦକୁ ବୈଧ କହିବା ସହ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । 2019 ଅଗଷ୍ଟ 5ରେ, କେନ୍ଦ୍ର ସରକାର, ଜମ୍ମୁ ଓ କାଶ୍ମୀରରୁ ଧାରା 370କୁ ଉଚ୍ଛେଦ କରିବା ପରେ, ଜମ୍ମୁ କଶ୍ମୀର ସ୍ବତନ୍ତ୍ର ରାଜ୍ୟକୁ ଉଚ୍ଛେଦ ସହ, କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଥିଲା । ଜମ୍ମୁ ଓ କାଶ୍ମୀର ରାଜ୍ୟକୁ ଭାଙ୍ଗି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର ଏବଂ ଲଦାଖରେ ପରିଣତ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ମୋହର ଲଗାଇଥିଲେ ରାଷ୍ଟ୍ରପତି । ତେବେ ଏହାକୁ ବିରୋଧ କରି ନ୍ୟାସନାଲ କନଫରେନ୍ସ( NC) ଏବଂ PDP ସମେତ ଏକାଧିକ ରାଜନୈତିକ ଦଳ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ଯାହାକୁ ଅଗ୍ରାହ୍ୟ କରିଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ 5ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଥିଲେ। ଖଣ୍ଡପୀଠରେ ଜଷ୍ଟିସ ଏସ.କେ କୌଲ, ସଞ୍ଜୀବ ଖାନ୍ନା, ବି.ଆର ଗାଭାଇ ଓ ସୂର୍ଯ୍ୟକାନ୍ତ ସଦସ୍ୟ ବିଚାରପତି ରହିଥିଲେ । ଜମ୍ମୁକାଶ୍ମୀରରୁ ଧାରା 370 ଓ 35 ଏ ଉଚ୍ଛେଦ ହେବା ବେଆଇନ ନୁହଁ ବୋଲି ରାୟ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 11, 2023, 12:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.