ETV Bharat / bharat

ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା, ଆଜି ଆସିବ 'ସୁପ୍ରିମ' ରାୟ

author img

By ETV Bharat Odisha Team

Published : Jan 8, 2024, 9:26 AM IST

Bilkis Bano gangrape case: ବିଲକିସ ବାନୋ ଗଣଦୁଷ୍କର୍ମ ଘଟଣାରେ ଦୋଷୀମାନଙ୍କୁ ମୁକ୍ତ କରାଯାଇଥିବା ମାମଲାରେ ଆଜି ପ୍ରକାଶ ପାଇବ 'ସୁପ୍ରିମ' ରାୟ । ଅଧିକ ପଢନ୍ତୁ

ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା
ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା

ନୂଆଦିଲ୍ଲୀ: ବିଲକିସ ବାନୋ ଗଣଦୁଷ୍କର୍ମ ଘଟଣାରେ ଦୋଷୀମାନଙ୍କୁ ମୁକ୍ତ କରାଯାଇଥିବା ମାମଲାରେ ଆଜି (ସୋମବାର) ପ୍ରକାଶ ପାଇବ 'ସୁପ୍ରିମ' ରାୟ । 2023 ଅକ୍ଟୋବର 12 ତାରିଖରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ଶୁଣାଣି ଶେଷ କରି ମାମଲାର ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ରାୟ ଶୁଣାଇବେ । ଯାହା ଉପରେ ସାରା ଦେଶର ନଜର ରହିଛି । 2002 ଗୁଜରାଟ ଦଙ୍ଗା ସମୟରେ ଅତି ଜଘନ୍ୟ ଭାବେ ବିଲକିସ ବାନୋଙ୍କୁ ଦୁଷ୍କର୍ମ କରାଯାଇଥିବା ବେଳେ ତାଙ୍କ ପୁରା ପରିବାରକୁ ହତ୍ୟା କରାଯାଇଥିଲା । ଏହି ମାମଲାରେ 11ଜଣ ଦୋଷୀ ସାବ୍ୟସ୍ତ ହୋଇ 14 ବର୍ଷ ଜେଲରେ ରହିବା ପରେ ଗୁଜରାଟ ସରକାରଙ୍କ ନିଷ୍ପତ୍ତିରେ ସେମାନଙ୍କୁ ମୁକ୍ତ କରାଯାଇଥିଲା ।

2002 ଗୁଜରାଟ ଦଙ୍ଗା ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀମାନଙ୍କୁ ସେମାନଙ୍କ ଦଣ୍ଡ ପୁରା ହେବା ପୂର୍ବରୁ ମୁକ୍ତ କରାଯିବା ମାମଲାରେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇବେ । ଗୁଜୁରାଟ ଗୋଧ୍ରାରେ ହୋଇଥିବା ଦଙ୍ଗା ସମୟରେ ବାନୋଙ୍କୁ ଗଣଦୁଷ୍କର୍ମ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା 11 ଜଣଙ୍କୁ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ମୁକ୍ତ କରାଯାଇଥିଲା । ଯାହାକୁ ବାନୋ ଦୁଖଃଦାୟକ କହିବା ସହ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ସୋମବାର ଏହି ମାମଲାର ରାୟ ପ୍ରକାଶ କରିବେ ସର୍ବୋଚ୍ଚ କୋର୍ଟ । ପୂର୍ବରୁ କୋର୍ଟ ଏହି ନିଷ୍ପତ୍ତି ପାଇଁ ଗୁଜୁରାଟ ସରକାର ଓ କେନ୍ଦ୍ର ସରକାରଙ୍କୁ ମୁକ୍ତି ସମ୍ପର୍କିତ ଦଲିଲ ଓ ସତ୍ୟପାଠ ସମ୍ପର୍କରେ ବିସ୍ତୃତ ତଥ୍ୟ ଦାଖଲ କରିବାକୁ କହିଥିଲେ ।

ବିଲକିସ ବାନୋ ମାମଲା: ସୋମବାର ସର୍ବୋଚ୍ଚ କୋର୍ଟଙ୍କ ରାୟ

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବି. ଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ଜଲ ଭୁୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଗତବର୍ଷ (2023) ଅକ୍ଟୋବର 12 ତାରିଖରେ ସୁପ୍ରିମକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । 11 ଦିନ ଧରି ଚାଲିଥିବା ସିରିଜ ଶୁଣାଣି ପରେ ରାୟ ସଂରକ୍ଷିତ ରଖି ସୋମବାର ରାୟ ଶୁଣାଇବା ପାଇଁ କହିଥିଲେ । ଅପରାଧୀମାନେ ଜେଲକୁ ଫେରିବେ କି ନାହିଁ ଏ ସମ୍ବନ୍ଧରେ ସୁପ୍ରିମକୋର୍ଟ କେଉଁ ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ଶୁଣାଣି ସମୟରେ ନିଷ୍ପତ୍ତିକୁ ସଠିକ ଦର୍ଶାଇ ଉଭୟ ଗୁଜୁରାଟ ଓ କେନ୍ଦ୍ର ସରକାର ଏକାଧିକ ଦଲିଲ ଦାଖଲ କରି ସାରିଛନ୍ତି ।

2002 ମସିହାରେ ଗୁଜୁରାଟ ଗୋଧ୍ରାରେ ସଂଗଠିତ ଦଙ୍ଗା ସମୟରେ ବିଲକିସ ବୋନୋଙ୍କୁ ଗର୍ଭବତୀ ଥିବା ସମୟରେ ଅତି ଜଘନ୍ୟ ଭାବେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ତାଙ୍କର 3 ବର୍ଷୀୟ ଶିଶୁକନ୍ୟା ସମେତ ପରିବାରର ମୋଟ 7 ଜଣ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ 11 ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ହେଲେ 14 ବର୍ଷ ଜେଲରେ ରହିବା ପରେ ସମସ୍ତଙ୍କୁ ମୁକ୍ତ କରିବା ପାଇଁ ଗୁଜୁରାଟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହି ଦୋଷୀମାନେ ଏବେ ଜେଲରୁ ମୁକ୍ତ ହୋଇସାରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ଏମାନଙ୍କୁ ସ୍ୱତନ୍ତ୍ର ଭାବେ ମୁକ୍ତ କରାଯାଇଥିଲା ।

ବାନୋଙ୍କ ସମେତ ଏକାଧିକ ସାମାଜିକ ସଂଗଠନ ଏହି ମୁକ୍ତିକୁ ବିରୋଧ କରି ସର୍ବୋଚ୍ଚ କୋର୍ଟରେ ମାମଲା ଦାଏର କରିଥିଲେ । ମାମଲାର ରାୟ ସଂରକ୍ଷିତ ରହିଥିବା ବେଳେ ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ରାୟ । ଏହି ମାମଲାରେ 'ସୁପ୍ରିୟ' ରାୟ କଣ ରହିଛି ତାହା ଉପରେ ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.