ETV Bharat / bharat

ଦେଶରେ କୋରୋନାର କରାଳ ରୂପ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ

author img

By

Published : Apr 22, 2021, 5:10 PM IST

ଅମ୍ଳଜାନ ଯୋଗାଣ ଏବଂ ଅତ୍ୟାବଶ୍ୟକ ଔଷଧ ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି । ମାମଲାର ଶୁଣାଣି କରି କେନ୍ଦ୍ରକୁ ସର୍ବୋଚ୍ଚ କୋର୍ଟ ଭର୍ତ୍ସନା କରିବା ସହିତ କୋରୋନା ମୁକାବିଲା ପାଇଁ ଏକ ଜାତୀୟ ଯୋଜନା ଲୋଡିଛନ୍ତି । ଅଧିକ ପଢନ୍ତୁ...

କୋରୋନା ସ୍ଥିତି ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଅମ୍ଳଜାନ ଯୋଗାଣ ଏବଂ ଅତ୍ୟାବଶ୍ୟକ ଔଷଧ ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜ ଆଡୁ ଆବେଦନ ଉପରେ ଶୁଣାଣି କରିଛନ୍ତି । ଦେଶରେ ଅମ୍ଳଜାନର ଆବଶ୍ୟକତା ରହିଛି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଜି (ଗୁରୁବାର) ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ଆସନ୍ତାକାଲି (ଶୁକ୍ରବାର) ଏହି ମାମଲାର ଶୁଣାଣି ହେବ । ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାରେ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି ।

ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଚାରୋଟି ପ୍ରସଙ୍ଗରେ କୋରୋନା ମୁକାବିଲା ନେଇ ଜାତୀୟ ଯୋଜନା ଲୋଡିଛନ୍ତି । ଏଥିରେ ଅମ୍ଳଜାନ ଏବଂ ଔଷଧ ଯୋଗାଣ, ଟୀକାକରଣ ପ୍ରକ୍ରିୟା ଏବଂ ଲକଡାଉନ ଆଦି ଅନ୍ତର୍ଭୁକ୍ତ । ତେବେ ଏହି ମାମଲାରେ ବରିଷ୍ଠ ଓକିଲ ହରିଶ ସାଲଭେଙ୍କୁ ଆମିକସ କ୍ୟୁରି ଭାବେ ନିଯୁକ୍ତ କରାଯାଇଥିଲା ।

ଦେଶରେ କୋରୋନା ସଂକ୍ରମଣ ବଢିବା ପରେ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଆସିଛି । ଗତ 24 ଘଣ୍ଟା ମଧ୍ୟରେ ଭାରତରେ 3,14,835 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 59 ଲକ୍ଷ 30 ହଜାର 965ରେ ପହଞ୍ଚିଛି । 2,104 ଜଣଙ୍କର ଗତ 24 ଘଣ୍ଟାରେ ମୃତ୍ୟୁ ଘଟିବା ପରେ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 84 ହଜାର 657କୁ ବୃଦ୍ଧି ପାଇଛି । ଦେଶରେ ସକ୍ରିୟ ରହିଛନ୍ତି 22 ଲକ୍ଷ 91 ହଜାର 428 ଏବଂ ମୋଟ 1 କୋଟି 34 ଲକ୍ଷ 54 ହଜାର 880 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.