ETV Bharat / bharat

Delhi Pollution: ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ, ତୁରନ୍ତ ସମାଧାନ ପାଇଁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Nov 10, 2023, 4:53 PM IST

ସୁପ୍ରିମକୋର୍ଟରେ ଦିଲ୍ଲୀ ପ୍ରଦୂଷଣ ମାମଲା । ଦିଲ୍ଲୀ ସରକାରଙ୍କୁ ତୁରନ୍ତ ସମାଧାନର ବାଟ ଖୋଜିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

SC on Delhi air pollution
SC on Delhi air pollution

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଏବେ ବିଷ ବଳୟ ମଧ୍ୟରେ । ଚାରିଆଡ଼େ ଧୂଆଁ ଧୂଆଁ ପରିସ୍ଥିତି । ଦିଲ୍ଲୀର ବାୟୁ ଗୁଣାବତ୍ତା ଚିନ୍ତାଜନକ ସ୍ତରରେ ପହଞ୍ଚିଥିବା ବେଳେ ଏହି ମାମଲା ଉପରେ ଶୁଣାଣି କରି ଦିଲ୍ଲୀ ସରକାରଙ୍କୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଗତ ୬ ବର୍ଷ ଧରି ଏହି ସମସ୍ୟା ଉପରେ ଚର୍ଚ୍ଚା ହେଉଛି । ହେଲେ ସମସ୍ୟାର ସମାଧାନ ଦିଶୁନାହିଁ । ଏଣୁ ତୁରନ୍ତ ସମାଧାନର ରାସ୍ତା ଖୋଜିବାକୁ ଆପ୍‌ ନେତୃତ୍ବାଧୀନ ଦିଲ୍ଲୀ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି (ଶୁକ୍ରବାର) ଦିଲ୍ଲୀ ବାୟୁ ପ୍ରଦୂଷଣ ଉପରେ ଶୁଣାଣି କରି କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି, "ଆପଣ ଗତ ୬ ବର୍ଷ ଧରି ଏହି ପ୍ରସଙ୍ଗ ଉପରେ କେବଳ ଆଲୋଚନା କରୁଛନ୍ତି, ଏଯାବତ ଏହାର ନିଷ୍କର୍ସ ବାହାରି ପାରିନାହିଁ । ଆମକୁ ଏହାର ସମାଧାନ ଆବଶ୍ୟକ । ଆଜି (ନଭେମ୍ବର ୧୦) ଦିଲ୍ଲୀରେ ବର୍ଷା ହୋଇଛି । ହୁଏତ ଭଗବାନ ଲୋକଙ୍କ ପ୍ରାର୍ଥନା ଶୁଣି ସେମାନଙ୍କର ସହାୟତା କରିଛନ୍ତି । ଏଥିଲାଗି ସରକାରଙ୍କୁ କୃତଜ୍ଞତା ଜଣା ଯାଇପାରିବ ନାହିଁ ।" ଅନ୍ୟପଟେ ପଞ୍ଜାବରେ ଧାନ କ୍ଷେତ ଜଳାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି ଯେ ପଞ୍ଜାବରେ ଧାନ କ୍ଷେତ ଯୋଗୁଁ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଏଣୁ ସେଠାରେ ଧାନ କ୍ଷେତର ବିକଳ୍ପ ବାଛିବା ନିହାତି ଜରୁରୀ ।

ଏହା ବି ପଢନ୍ତୁ-ଦିଲ୍ଲୀ ବାୟୁ ପ୍ରଦୂଷଣ ପାଇଁ ପଞ୍ଜାବର ନଡା ଜଳା ଦାୟୀ: ପରିବେଶ ମନ୍ତ୍ରୀ

Odd-Even ନିୟମ ଉପରେ ଉଠିଲା ପ୍ରଶ୍ନ: ସୁପ୍ରିମକୋର୍ଟ ଦିଲ୍ଲୀ ବାୟୁ ପ୍ରଦୂଷଣ ମାମଲାର ଶୁଣାଣି ସମୟରେ ଅଡ୍‌-ଇଭେନ ନିୟମ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏହି ପ୍ରସଙ୍ଗକୁ ଶୁଣିବା ପରେ କୋର୍ଟ କହିଛନ୍ତି, "ଆମେ ଆପଣଙ୍କୁ ପଚାରିଥିଲୁ ଯେ ରାଜ୍ୟଗୁଡ଼ିକର ଟ୍ୟାକ୍ସି ଦିଲ୍ଲୀ ଆସୁଛି । ତେବେ ଏହା ଉପରେ କିଛି ସମୟ ପର୍ଯ୍ୟନ୍ତ ରୋକ ଲଗାଯାଇପାରିବ କି ? ହେଲେ ଆପଣ କହିଥିଲେ ଟ୍ୟାକ୍ସି ଉପରେ ବି ଅଡ୍‌-ଇଭେନ୍‌ ନିୟମ ଲାଗୁ କରିବାକୁ ଚାହୁଁଛନ୍ତି । ଏଥିଲାଗି କୋର୍ଟଙ୍କ ନିର୍ଦ୍ଦେଶ ଦରକାର ନାହିଁ । ଆପଣ ନିଜର ବୋଝ କୋର୍ଟ ଉପରେ ପକାଉଛନ୍ତି ।"

ଏହା ବି ପଢନ୍ତୁ- Delhi pollution: ଦିଲ୍ଲୀକୁ ପ୍ରକୃତିରାଣୀର ଆର୍ଶୀବାଦ, ବର୍ଷା ପାଇଁ ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି

'ଭଗବାନଙ୍କ ଭରସାରେ ଦିଲ୍ଲୀ': ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ ଯାନବାହନ ଗୁଡ଼ିକର ପ୍ରଦୂଷଣର ମାତ୍ରା ୧୭ ପ୍ରତିଶତ । ସରକାରଙ୍କ ଯୋଜନା ଦ୍ବାରା ପ୍ରଦୂଷଣ ଉପରେ କମ ପ୍ରଭାବ ପଡୁଛି । ସହରରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି ତୁରନ୍ତ ଏହାର ସମାଧାନ କରିବା ଉଚିତ । ବାସ୍ତବରେ ଦିଲ୍ଲୀ ସହର ଏବେ ଭଗବାନଙ୍କ ଭରସାରେ ରହିଛି । ଲୋକେ କେତେବେଳେ ପବନ ଓ ବର୍ଷାର ଭରସାରେ ରହୁଛନ୍ତି । କିନ୍ତୁ ସରକାର କିଛି କରୁନାହାନ୍ତି ।

ଏହା ବି ପଢନ୍ତୁ- ନଡା ଜାଳିବାରୁ ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ: ଏସଏଏଫଏଆର

ନଡା ଜଳ ବନ୍ଦ କରିବା ଜରୁରୀ କହିଲେ ସୁପ୍ରିମକୋର୍ଟ: ଦିଲ୍ଲୀ ବାୟୁ ପ୍ରଦୂଷଣ ଲାଗି ପଞ୍ଜାବରେ ନଡା ଜଳାକୁ ଅନେକ ସମୟରେ ଦାୟୀ କରାଯାଇଛି । ତେବେ ସୁପ୍ରିମକୋର୍ଟ ମଧ୍ୟ ଏହାକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଞ୍ଜୟ କିଶାନ କୌଲ ଓ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଶୁଣାଣି କରି କହିଛନ୍ତି ଯେ ପଞ୍ଜାବରେ ଧାନ ଫସଲ ବଦଳରେ ଅନ୍ୟ କୌଣସି ଫସଲ କରାଯାଉ । ଏହାସହିତ ଯଦି କେହି ନଡା ଜାଳୁଛି ତେବେ ଆସନ୍ତା ବର୍ଷ ତାକୁ MSP ନ ଦେବା ଉଚିତ । ଏପରି କିଛି କରାଯିବା ଉଚିତ ବୋଲି ବେଞ୍ଚ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.