ETV Bharat / bharat

Karnataka Hijab Case: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ - କର୍ଣ୍ଣାଟକ ହିଜାବ ମାମଲା

କର୍ଣ୍ଣାଟକ ହିଜାବ ମାମଲାର 10 ଦିନ ହେବ ଶୁଣାଣି କରିବା ପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

Karnataka Hijab Case
ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ
author img

By

Published : Sep 23, 2022, 8:48 AM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ହିଜାବ ନିଷିଦ୍ଧ ଲାଗି ହୋଇଥିବା ଆଦେଶକୁ ଚ୍ୟାଲେଞ୍ଜ କରି ଆଗତ ପିଟିସନ ଉପରେ ଲଗାତାର 10 ଦିନ ହେବ ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ (Supreme Court Reserves Verdict on Hijab Controversy)। ବିଚାରପତି ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆଙ୍କ ଗଠିତ ଖଣ୍ଡପୀଠ ଶୁଣାଣି କରି ରାୟ ସଂରକ୍ଷିତ କରିଛନ୍ତି । ପୂର୍ବରୁ ଅଗଷ୍ଟ 29ରେ କର୍ଣ୍ଣାଟକରେ ସ୍କୁଲ କଲେଜରେ ହିଜାବ ନିଷିଦ୍ଧ ମାମଲାକୁ ନେଇ ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନୋଟିସ କରି ଜବାବ ତଲବ କରିଥିଲେ ।

ଗଠିତ ଖଣ୍ଡପୀଠ କହିଛନ୍ତି, ବର୍ତ୍ତମାନ ଏହା ଆମ ପାଇଁ ହୋମୱାର୍କ କରିବା ଓ ରାୟ ପ୍ରକାଶ କରିବାର ସମୟ । ଏବେ ବି ଯିଏ ଲିଖିତ ଦଲିଲ ଦେବାକୁ ଚାହୁଁଛନ୍ତି ଦେଇ ପାରିବେ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ରାଜୀବ ଧାୱନ, କପିଲ ସିବଲ, ସଲମାନ ଖୁର୍ସିଦ, ଦେବଦତ୍ତ କମାତ ଓ ସଞ୍ଜୟ ହେଗଡେଙ୍କ ଭଳି 20 ଅଧିକ ଆଇନଜୀବୀ ମାମଲା ଲଢୁଥିଲେ । ସେମାନେ ସରକାରଙ୍କ ଆଦେଶକୁ ବିରୋଧ କରୁଥିଲେ । ସେପଟେ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା, ଅତିରିକ୍ତ ସଲିସିଟର ଜେନେରାଲ କେ. ଏମ ନଟରାଜ ଓ କର୍ଣ୍ଣାଟକ ଆଡଭୋକେଟ ଜେନେରାଲ ପ୍ରଭୁଲିଙ୍ଗ ନାଭାଡଗି ମାମଲା ପରିଚାଳନା କରୁଥିଲେ । ସେମାନେ ସରକାରଙ୍କ ଆଦେଶକୁ ଯଥାର୍ଥ ବୋଲି ଦର୍ଶାଇଥିଲେ । ଗତ 10 ଦିନ ହେବ ମାମଲା ନିୟମିତ ଶୁଣାଣି ଚାଲିଥିଲା । ଗୁରୁବାର ରାୟ ସଂରକ୍ଷିତ କରି ଶୁଣାଣି ଶେଷ କରିଛନ୍ତି ସୁପ୍ରିମକୋର୍ଟ ।

ଏହା ବି ପଢନ୍ତୁ...ସାବଧାନ ଚୀନ-ପାକିସ୍ତାନ ! ନୌସେନାକୁ ମିଳିବ ଡୁଆଲ୍ ରୋଲ ବ୍ରହ୍ମୋସ

କର୍ଣ୍ଣାଟକ ହାଇକୋର୍ଟ ଇଡୁପିର ଏକ କଲେଜର ମୁସଲିମ ଛାତ୍ରୀମାନଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ସେମାନେ ହିଜାବ ପିନ୍ଧିବାକୁ ଅନୁମତି ମାଗିଥିଲେ । ହିଜାବ ପିନ୍ଧିବା ଜରୁରୀ ନୁହେଁ ବୋଲି ହାଇକୋର୍ଟ କହିଥିଲେ । ମାର୍ଚ୍ଚ 15 ରେ ହିଜାବ ମାମଲାରେ ସମସ୍ତ ଆବେଦନକୁ ଖାରଜ କରିଥିଲେ କର୍ଣ୍ଣାଟକ ହାଇକୋର୍ଟ । ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଥିଲେ କୋର୍ଟ । ହିଜାବ ପିନ୍ଧିବା ଜରୁରୀ ନୁହେଁ । ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେନି ଛାତ୍ରାଛାତ୍ରୀ । ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଶୁଣାଣି କରି ଏହି ରାୟ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ ।

ଚଳିତ ବର୍ଷ ରାଜ୍ୟରେ ଉଠିଥିବା ଏହି ପ୍ରସଙ୍ଗକୁ ନେଇ ବହୁ ବିବାଦ ଦେଖିବାକୁ ମିଳିଥିଲା । ଏପରିକି କର୍ଣ୍ଣାଟକରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନକୁ ଏ ବିବାଦ ବ୍ୟାପିଥିଲା । କର୍ଣ୍ଣାଟକରେ ହିଂସ୍ର ହୋଇଥିଲା ହିଜାବ ବିବାଦ । ୧୪୪ ଧାରା ଜାରି ଓ ୩ ଦିନ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିଲା । ପରେ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.