ETV Bharat / bharat

NEET PG 2022: ଘୁଞ୍ଚିବନି ପରୀକ୍ଷା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

author img

By

Published : May 13, 2022, 1:31 PM IST

ଘୁଞ୍ଚିବନି ନିଟ ପିଜି ପରୀକ୍ଷା । ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବାକୁ ହୋଇଥିବା ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ଘୁଞ୍ଚିବନି ପରୀକ୍ଷା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘୁଞ୍ଚିବନି ନିଟ ପିଜି ପରୀକ୍ଷା । ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବାକୁ ହୋଇଥିବା ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ପରୀକ୍ଷା । ମେ ୨୧ରେ ହିଁ ହେବ ନିଟ୍ ପିଜି ପରୀକ୍ଷା । ପରୀକ୍ଷା ଘୁଞ୍ଚାଇଲେ ଗଣ୍ଡଗୋଳିଆ ପରିସ୍ଥିତି ଉପୁଯିବ କହିଛନ୍ତି କୋର୍ଟ । ଏହା ସହିତ ପରୀକ୍ଷା ଘୁଞ୍ଚାଇବା ଦ୍ବାରା ରୋଗୀ ସେବା ପ୍ରଭାବିତ ହୋଇପାରେ ବୋଲି କହିଛନ୍ତି କୋର୍ଟ । ରୋଗୀଙ୍କ ଯତ୍ନ ସର୍ବଦା ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଗତକାଲି NEET PG 2022 ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ(IMA) । ଚଳିତ ମାସ 21 ତାରିଖରେ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାସ ଟେଷ୍ଟ (NEET PG) ପରୀକ୍ଷା ଅନୁଷ୍ଠିତ ହେବାର ଅଛି । ଅନେକ ଛାତ୍ରଛାତ୍ରୀ NEET PG 2021 କାଉନସେଲିଂରେ ବିଳମ୍ବ ହେବା ନେଇ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ଦାବି କରିଆସୁଥିବା ବେଳେ IMA ମଧ୍ୟ ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଅନୁରୋଧ କରିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.