ETV Bharat / bharat

Joshimath crisis: ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ମନା କଲେ ସୁପ୍ରିମକୋର୍ଟ

author img

By

Published : Jan 16, 2023, 4:12 PM IST

ଯୋଶୀମଠ ସଙ୍କଟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ମନା କଲେ ସର୍ବୋଚ୍ଚ କୋର୍ଟ । ଉତ୍ତରାଖଣ୍ଡ ହାଇକୋର୍ଟର ଦ୍ବାରସ୍ଥ ହେବାକୁ ଆବେଦନକାରୀଙ୍କୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ
ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ହାଇଦ୍ରାବାଦ: ଉତ୍ତରାଖଣ୍ଡ ଯୋଶୀମଠରେ ଭୂମି ଦବିବା ଘଟଣା ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି । କେନ୍ଦ୍ର ସରକାର ଏଦିଗରେ ଏକାଧିକ ପ୍ରକ୍ରିୟା ଜାରି ରଖିଥିବା ବେଳେ କୋର୍ଟ ଏଥିରେ ହସ୍ତକ୍ଷେପ କରି ଏହାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରନ୍ତୁ ବୋଲି ହୋଇଥିବା ଏକ ଆବେଦନର ଆଜି ଶୁଣାଣି ହୋଇଛି । କୋର୍ଟ ଯୋଶୀମଠ ସଙ୍କଟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ମନା କରିଦେଇଛନ୍ତି ।

ଏହି ମାମଲା ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦଙ୍କ ଦ୍ବାରା ଦାଖଲ ହୋଇଥିଲା । ଯାହାର ଶୁଣାଣି ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଜଷ୍ଟିସ ପି.ଏସ ନରସିହ୍ମା ଓ ଜଷ୍ଟିସ ଜେ.ବି ପର୍ଦ୍ଦିଓ୍ବାଲାଙ୍କ ଖଣ୍ଡପୀଠରେ ହୋଇଥିଲା । ଖଣ୍ଡପୀଠ ଏହାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ମନା କରିବା ସହ ଆବେଦନକାରୀଙ୍କୁ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବାକୁ କହିଛନ୍ତି ।

ଉତ୍ତରାଖଣ୍ଡର ଯୋଶୀମଠ ଅନ୍ୟତମ ଅଧ୍ୟାତ୍ମିକ ସହର ହୋଇଥିବା ବେଳେ ପ୍ରସିଦ୍ଧ ବଦ୍ରିନାଥ ଓ ହେମକୁଣ୍ଡ ସାହିବ ଭଳି ଆଧ୍ୟାତ୍ମିକ ସ୍ଥଳୀକୁ ସଂଯୋଗ କରୁଥିବା ମାଧ୍ୟମ ମଧ୍ୟ । ଯୋଶୀମଠ ସଂଙ୍କଟ ପରେ ଏହି ସବୁ ସ୍ଥାନ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି । ତେଣୁ ଏହାକୁ ଏକ ଜାତୀୟ ବିପର୍ଯ୍ୟୟ ଭାବେ ବିଚାର କରି ସରକାର ତ୍ବରିତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରନ୍ତୁ ବୋଲି ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସର୍ବୋଚ୍ଚ କୋର୍ଟରେ ମାମଲା ଦାଖଲ କରିଥିଲେ ।

ଆବେଦନକାରୀ ଏହା ମଧ୍ୟ ଦାବି କରିଛନ୍ତି, ଯେ ଉକ୍ତ ସ୍ଥାନରେ ଶିଳ୍ପାୟନ ଓ ବହୁଳ ମାତ୍ରାରେ ଭିତ୍ତିଭୂମି ନିର୍ମାଣ ଯୋଗୁଁ ଏପରି ଭୌଗଳିକ ସଙ୍କଟ ସ୍ଥିତି ସୃଷ୍ଟି ହୋଇଛି । ମନ୍ୟୁଷ୍ୟର ଜୀବନକୁ ବାଜି ଲଗାଇ କୌଣସି ଭିତ୍ତିଭୂମି ବିକଶିତ ହେବାର ଆବଶ୍ୟକତା ନାହିଁ । ଏପରି ସ୍ଥିତିରେ ଯେଉଁମାନେ ପ୍ରଭାବିତ ହୋଇଛନ୍ତି ସରକାର ସେମାନଙ୍କୁ ତୁରନ୍ତ ଆବଶ୍ୟକ ସହୟତା ଯୋଗାଇ ଦିଅନ୍ତୁ ବୋଲି ଆବେଦନକାରୀ ନିଜ ପିଟିସନରେ ଦର୍ଶାଇଥିଲେ ।

ଯୋଶୀମଠ ସଙ୍କଟ ଏବେ ଦେଶବ୍ୟାପୀ ଉଦବେଗ ପ୍ରକାଶ ପାଇଛି । ଏକାଧିକ କେନ୍ଦ୍ରୀୟ ତଥା ସର୍ବଭାରତୀୟ ସଂସ୍ଥା ଏହାର କାରଣ ଖୋଜିବାରେ ଲାଗିଛନ୍ତି । ଏହା ଏକ ଭୌଗଳିକ ବିପର୍ଯ୍ୟୟ ନାଁ ମନୁଷ୍ୟକୃତ ସେନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ସମଗ୍ର ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ଅସ୍ଥାୟୀ ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି । ଅସୁରକ୍ଷିତ ହୋଟେଲ ଓ ଘର ଭଙ୍ଗା କାର୍ଯ୍ଯ ମଧ୍ୟ ଜାରି ରହିଛି । ଯୋଶୀମଠ ସମେତ ଆଖପାଖ ଅଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ଥାନୀୟ ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.