ETV Bharat / bharat

ଅର୍ଣ୍ଣବଙ୍କୁ ମିଳିଲା ଅନ୍ତରୀଣ ଜାମିନ

author img

By

Published : Nov 11, 2020, 4:43 PM IST

Updated : Nov 11, 2020, 5:28 PM IST

ଅର୍ଣ୍ଣବଙ୍କ ସମେତ ଅନ୍ୟ 2 ଅଭିଯୁକ୍ତ ମଧ୍ୟ ଖୁବ ଶୀଘ୍ର ଅନ୍ତରୀଣ ଜାମିନରେ ଜେଲରୁ ମୁକୁଳିବେ । ଅଧିକ ପଢନ୍ତୁ...

ଅର୍ଣ୍ଣବଙ୍କୁ ମିଳିଲା ଅନ୍ତରୀଣ ଜାମିନ
ଅର୍ଣ୍ଣବଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦୀର୍ଘ ଘଣ୍ଟାର ଶୁଣାଣି ପରେ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମିଳିଛି ଅନ୍ତରୀଣ ଜାମିନ । ଅର୍ଣ୍ଣବଙ୍କ ସମେତ ଅନ୍ୟ 2 ଅଭିଯୁକ୍ତ ମଧ୍ୟ ଖୁବ ଶୀଘ୍ର ଅନ୍ତରୀଣ ଜାମିନରେ ଜେଲରୁ ମୁକୁଳିବେ ।

ଜଷ୍ଟିସ ଚନ୍ଦ୍ରଚୁଡଙ୍କ ନେତୃତ୍ବରେ ଏକ ଖଣ୍ଡପୀଠ କହିଛନ୍ତି ଯେ ଅର୍ଣ୍ଣବ ଗୋସ୍ବାମୀ ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ 50,000 ଟଙ୍କା ବଦଳରେ ଅନ୍ତରୀଣ ଜାମିନରେ ମୁକ୍ତ କରାଯାଇଛି। ତୁରନ୍ତ ଏହି ନିର୍ଦ୍ଦେଶ ପାଳନ କରାଯିବା ନେଇ ନିଶ୍ଚିତ କରିବାକୁ ମହାରାଷ୍ଟ୍ର ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଜଷ୍ଟିସ ଚନ୍ଦ୍ରଚୁଡ ଏବଂ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ବମ୍ବେ ହାଇକୋର୍ଟ ଏହି ମାମଲାରେ ଅଭିଯୁକ୍ତଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ଉଚିତ ଥିଲା । ଆଜି ଯଦି ଆମେ ଏହି ମାମଲାରେ ହସ୍ତକ୍ଷେପ କରୁନାହୁଁ, ତେବେ ଆମେ ବିନାଶର ପଥରେ ଚାଲିବୁ ।

ଇଣ୍ଟେରିଅର୍ ଡିଜାଇନର ଅନଭୟ ନାଏକଙ୍କ ଆତ୍ମହତ୍ୟା ମାମଲାରେ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଅନ୍ତରୀଣ ଜାମିନ ଯାଚିକା ଖାରଜ କରିଦେଇଥିଲେ ବମ୍ବେ ହାଇକୋର୍ଟ । ଜାମିନ ଆବେଦନ ବମ୍ବେ ହାଇକୋର୍ଟ ଖାରଜ କରିବା ପରେ ଏହାକୁ ଚ୍ୟାଲେ଼ଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ଅର୍ଣ୍ଣବ ।

ଆର୍କିଟେକ ଏବଂ ଇଣ୍ଟେରିଅର ଡିଜାଇନର ଅନଭୟ ନାଏକଙ୍କୁ ଆତ୍ମହତ୍ୟା କରିବା ପାଇଁ ଅର୍ଣ୍ଣବ ପ୍ରବର୍ତ୍ତାଇଥିବା ଅଭିଯୋଗରେ ଅର୍ଣ୍ଣବଙ୍କୁ ଗିରଫ କରିଥିଲା ରାୟଗଡ ପୋଲିସ । ଅର୍ଣ୍ଣବଙ୍କୁ ମୁମ୍ବାଇ ସ୍ଥିତ ଲୋୟର ପରେଲ ସ୍ଥିତ ବାସଭବନରୁ ଜୋର ଜବରଦସ୍ତି ପୋଲିସ ଉଠାଇ ନେଇଥିଲା ।

ଅର୍ଣ୍ଣବଙ୍କୁ ଗିରଫ ପରେ ଅଲିବାଗର ଏକ ଅଦାଲତରେ ହାଜର କରାଯାଇଥିଲା । ତେବେ କୋର୍ଟ ନଭେମ୍ବର 18 ଯାଏଁ ତାଙ୍କୁ ନ୍ୟାୟିକ ହେପାଜତରେ ପଠାଇଦେଇଥିଲେ । ଗୋସ୍ବାମୀ ନିଜ ଗିରଫଦାରୀକୁ ଅବୈଧ ଦର୍ଶାଇ ହାଇକୋର୍ଟରେ ଏହା ବିରୋଧରେ ଏକ ମାମଲା ଦାଏର କରିଥିଲେ । ତେବେ ଜେଲ ପରିସରରେ ପୋଲିସ ତାଙ୍କ ସହ ମାରପିଟ କରିଥିବା ନେଇ ଗଣମାଧ୍ୟମ ସାମ୍ନାରେ ଅଭିଯୋଗ କରିଥିଲେ ଅର୍ଣ୍ଣବ ।

Last Updated : Nov 11, 2020, 5:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.