ETV Bharat / bharat

CEC-EC ଚୟନ କମିଟିରୁ CJIଙ୍କୁ ବାଦ୍ ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍ - CEC and EC Act

SC issues notice to Centre on CEC and EC Act: ସିଇସି ଏବଂ ଇସି ଚୟନ କମିଟିରୁ CJIଙ୍କୁ ବାଦ୍ ଦିଆଯିବା ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ । ଏପ୍ରିଲ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ । ତେବେ ଇଲେକସନ କମିସନର୍ସ ଆକ୍ଟ 2023କୁ ସ୍ଥଗିତ ରଖିବାକୁ ମନା କଲେ ସର୍ବୋଚ୍ଚ ନ୍ୟାୟାଳୟ । ଅଧିକ ପଢ଼ନ୍ତୁ,

ସିଇସି-ଇସି ଚୟନ କମିଟିରୁ CJIଙ୍କୁ ବାଦ୍ ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

author img

By ETV Bharat Odisha Team

Published : Jan 12, 2024, 11:43 AM IST

Updated : Jan 12, 2024, 12:44 PM IST

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନ ସଦସ୍ୟ ଚୟନ କମିଟିରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯିବା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ, କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଜବାବ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଏପ୍ରିଲ ମାସ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ତେବେ ନିର୍ବାଚନ କମିସନର୍ସ ଆକ୍ଟ-2023ର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିବା ବେଳେ, ନିର୍ବାଚନ କମିସନର୍ସ ଆକ୍ଟ-2023 ର ଅପରେସନ ଜାରି ରହିବ ବୋଲି କହିଛନ୍ତି ।

ମଧ୍ୟପ୍ରଦେଶ କଂଗ୍ରେସ ନେତା ଜୟ ଠାକୁର ଏବଂ ସଂଜୟ ନାରାୟଣ ରାଓ ମେଶରାମ୍, ନିର୍ବାଚନ କମିସନର୍ସ ଆକ୍ଟ 2023କୁ ଚ୍ୟାଲେଞ୍ଜ କରି ସୁପ୍ରମକୋର୍ଟରେ ପିଟିସନ ଦାଏର କରିଥିଲେ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା । ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି, ବର୍ତ୍ତମାନ ସ୍ଥିତିରେ ନୂଆ ଆଇନକୁ ସ୍ଥଗିତ ରଖାଯାଇ ପାରିବ ନାହିଁ ବୋଲି କହିଛନ୍ତି । ଏନେଇ ଆବେଦନକାରୀଙ୍କ ଓକିଲ ବିକାଶ ସିଂହଙ୍କୁ ଜଣାଇ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ସିଇସି ଓ ଇସି ନିଯୁକ୍ତି ଚୟନ କମିଟିରେ CJIଙ୍କୁ ସାମିଲ ଦାବି: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

CEC-EC ଆକ୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ ଦାଏର ହୋଇଥିଲା । ଆଡଭୋକେଟ୍ ସଂଜୀବ ମାଲହୋତ୍ରାଙ୍କ ଦ୍ବାରା ଦାଏର ଏହି ପିଟିସନରେ, ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନ ସଦସ୍ୟଙ୍କ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ ଏବଂ ନିରପେକ୍ଷ କରିବାକୁ ଦାବି କରାଯାଇଛି । CEC-EC ଚୟନ ପାଇଁ ଏକ ସ୍ବାଧୀନ ଏବଂ ସ୍ବଚ୍ଛ ବ୍ୟବସ୍ଥା ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ଦାବି କରିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ: ମୁଖ୍ୟ ନିର୍ବାଚନ କମିଶନ ଓ କମିଶନର ନିଯୁକ୍ତି ବିଲ୍‌ ଲୋକସଭାରେ ପାସ୍

ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନ ସଦସ୍ୟ ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସଦସ୍ୟ ଥିଲେ । ମାତ୍ର 2023ରେ କେନ୍ଦ୍ର ସରକାର ଏଥିରେ ସଂଶୋଧନ ଆଣିଥିଲେ । ଏହି ସଂଶୋଧିତ ବିଲ୍ ସଂସଦର ଉଭୟ ଗୃହରେ ପାସ୍ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ସହ ଆଇନରେ ପରିଣତ ହୋଇସାରିଛି । ନିର୍ବାଚନ କମିସନର୍ସ ଆକ୍ଟ-2023ରେ, ସୁପ୍ରମକୋର୍ଟ ପ୍ରଧାନ ବିଚାରପତିଙ୍କୁ ସିଇସି-ଇସି ଚୟନ କମିଟିରୁ ବାଦ୍ ଦିଆଯାଇ, ଜଣେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ଅର୍ଥାତ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ କେନ୍ଦ୍ର କ୍ୟାବିନେଟର ଜଣେ ମନ୍ତ୍ରୀଙ୍କୁ ନେଇ ତିନି ଜଣିଆ ଚୟନ କମିଟି ପୁନଃଗଠନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 12, 2024, 12:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.