ETV Bharat / bharat

Reservation In Promotion: ପଦୋନ୍ନତିରେ ସଂରକ୍ଷଣ ମାମଲା, ଆସିଲା ସୁପ୍ରିମକୋର୍ଟଙ୍କ ରାୟ

ପଦୋନ୍ନତିରେ ସଂରକ୍ଷଣ ମାମଲାରେ ଶୁଣାଣି କଲେ ସୁପ୍ରିମକୋର୍ଟ । ଅନୁସୂଚିତ ଜାତି ଓ ଜନଜାତିଙ୍କ ପଦୋନ୍ନତିରେ ସଂରକ୍ଷଣର ସର୍ତ୍ତକୁ ହ୍ରାସ କରିବାକୁ ମନା କଲେ କୋର୍ଟ । ଅଧିକ ପଢନ୍ତୁ

Reservation in Promotion: ପଦୋନ୍ନତିରେ ସଂରକ୍ଷଣ ମାମଲା, ଆସିଲା ସୁପ୍ରିମକୋର୍ଟଙ୍କ ରାୟ

author img

By

Published : Jan 28, 2022, 1:00 PM IST

ନୂଆଦିଲ୍ଲୀ: ପଦୋନ୍ନତିରେ ସଂରକ୍ଷଣ ମାମଲାର ଆଜି(ଶୁକ୍ରବାର) ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସରକାରୀ ଚାକିରିରେ ଅନୁସୂଚିତ ଜାତି ଏବ ଜନଜାତିଙ୍କୁ ପଦୋନ୍ନତିରେ ସଂରକ୍ଷଣ ଦେବା ମାମଲାରେ ସର୍ତ୍ତକୁ ହ୍ରାସ କରିବାକୁ ମନା କରିଛନ୍ତି କୋର୍ଟ । ପଦୋନ୍ନତିରେ ସଂରକ୍ଷଣ ପୂର୍ବରୁ ଉଚ୍ଚ ପଦବୀରେ କେତେ ପ୍ରତିନିଧିତ୍ବ କରୁଛନ୍ତି, ଏହାର ତଥ୍ୟ ସଂଗ୍ରହ କରାଯିବା ଆବଶ୍ୟକ । କୋର୍ଟ ନିଜ ପକ୍ଷରୁ ଏନେଇ କୌଣସି ମାପଦଣ୍ଡ ସ୍ଥିର କରିବେ ନାହିଁ ବୋଲି କହିଛନ୍ତି ।

ଏହାସହିତ ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପ୍ରତିନିଧିତ୍ବକୁ ମୂଲ୍ୟାଙ୍କନ କରାଯିବା ଉଚିତ୍ । ଏହି ଅବଧି କଣ ହେବ ତାହା କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ୨୦୦୬ରେ ନାଗାରାଜ ମାମଲାରେ ଦେଇଥିବା ରାୟ ଏବଂ ୨୦୧୮ରେ ଜର୍ଣ୍ଣେଲ ସିଂହ ମାମଲାରେ ରଖାଯାଇଥିବା ସର୍ତ୍ତରେ କୌଣସି ଆଶ୍ବସ୍ତି ଦେଇନାହାନ୍ତି । କେନ୍ଦ୍ର ଏବଂ ରାଜ୍ୟ ସହ ଜଡିତ ସଂରକ୍ଷଣ ମାମଲାରେ ଅଧିକ ସ୍ପଷ୍ଟତା ପାଇଁ ଫେବୃୟାରୀ ୨୪ରୁ ଶୁଣାଣି ଆରମ୍ଭ ହେବ । ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ପଦୋନ୍ନତିରେ ସଂରକ୍ଷଣ ସର୍ତ୍ତଗୁଡିକ କମ୍ କରିବାକୁ ପ୍ରତ୍ୟାଖାନ କରିଛନ୍ତି ସୁପ୍ରିମକୋର୍ଟ ।

SC ନିଜ ଶୁଣାଣିରେ କହିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ଏହା ଆକଳନ କରନ୍ତୁ ଯେ ସେମାନଙ୍କ ନିକଟରେ କେତେ ଖାଲି ପଦ ରହିଛି, ଯେଉଁଥିରେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କୁ ସଂରକ୍ଷଣ ଦିଆଯାଇପାରିବ । କହିରଖୁଛୁ କି, ୨୦୧୮ରେ ଯେଉଁ ରାୟ ଆସିଥିଲା, ସେଥିରେ ରାଜ୍ୟକୁ କିଛି ଆବଶ୍ୟକୀୟ ସର୍ତ୍ତକୁ ପୁରା କରିବା ପରେ SC/STଙ୍କୁ ପଦୋନ୍ନତିରେ ସଂରକ୍ଷଣ ଦେବା ଲାଗି ଅନୁମତି ମିଳିଥିଲା । ହେଲେ ଏହାପରେ ମଧ୍ୟ ରାଜ୍ୟ ନିର୍ଣ୍ଣୟରେ ସ୍ପଷ୍ଟତା ଅଭାବରୁ ସଂରକ୍ଷଣ ଲାଗୁ ହୋଇପାରୁନାହିଁ । ତେଣୁ ଏହି ମାମଲାରେ ସ୍ପଷ୍ଟତା ଏବଂ ସାମାନ୍ୟ ଆଶ୍ବସ୍ତି ପାଇଁ କେନ୍ଦ୍ର କୋର୍ଟକୁ ପ୍ରାର୍ଥନା କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.