ETV Bharat / bharat

କୁସ୍ତିଯୋଦ୍ଧାଙ୍କୁ ତଳକୋର୍ଟକୁ ଯିବାକୁ କହିଲେ ସୁପ୍ରିମକୋର୍ଟ - କୁସ୍ତିଯୋଦ୍ଧାଙ୍କ ଧାରଣା

କୁସ୍ତିଯୋଦ୍ଧାଙ୍କୁ ତଳ କୋର୍ଟରେ ଦ୍ବାରସ୍ଥ ହେବା ପାଇଁ କହିଲେ ସର୍ବୋଚ୍ଚ କୋର୍ଟ । ଗତକାଲି ରାତିରେ ଦିଲ୍ଲୀ ପୋଲିସ ମାଡ ମାରିଥିବା ଅଭିଯୋଗ କଲେ କୁସ୍ତିଯୋଦ୍ଧା । ଅଧିକ ପଢନ୍ତୁ

କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କୁ ଯିବାକୁ କହିଲେ ସୁପ୍ରିମକୋର୍ଟ

author img

By

Published : May 4, 2023, 9:01 PM IST

ନୂଆଦିଲ୍ଲୀ: କୁସ୍ତି ମହାସଂଘ ମୁଖ୍ୟ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବିରେ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନେ ପୋଲିସ ବିରୋଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଗତକାଲି ରାତିରେ ଦିଲ୍ଲୀ ପୋଲିସର କିଛି ଅଧିକାରୀ ଓ କର୍ମଚାରୀ ନିଶାସକ୍ତ ଅବସ୍ଥାରେ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରିକି ସେମାନଙ୍କ ସହ ଧାରଣାରେ ବସିଥିବା କିଛି ବ୍ୟକ୍ତି ପୋଲିସ ମାଡ଼ରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ହେଲେ ପୋଲିସ ଅଭିଯୋଗକୁ ଖଣ୍ଡନ କରିଛି । ଗତକାଲି ରାତିରେ ଆମ ଆଦମୀ ପାର୍ଟିର ବିଧାୟକ କିଛି ସମର୍ଥକଙ୍କ ସହ ଧାରଣା ସ୍ଥଳରେ ପହଞ୍ଚିଥିଲେ । ସେମାନେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ପାଇଁ ଫୋଲ୍ଡିଂ ବେଡ୍‌ ଆଣିଥିଲେ । କୌଣସି କାରଣ ପାଇଁ ସେଠାରେ ସାମାନ୍ୟ ଉତ୍ତେଜନାମୂଳକ ସ୍ଥିତି ଦେଖାଯିବାରୁ ପୋଲିସ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲା । ପୋଲିସ ବଳ ପ୍ରୟୋଗ କରିବା କିମ୍ବା କୁସ୍ତିଯୋଦ୍ଧା କିମ୍ବା ଅନ୍ୟ କେହି ଆହତ ହୋଇଥିବା ଅଭିଯୋଗକୁ ଦିଲ୍ଲୀ ପୋଲିସ ସମ୍ପୂର୍ଣ୍ଣ ଖଣ୍ଡନ କରିଛି ।

ଅନ୍ଯପଟେ କୁସ୍ତିଯୋଦ୍ଧାଙ୍କୁ ସର୍ବୋଚ୍ଚ କୋର୍ଟରୁ ମଧ୍ୟ ଆଜି ନିରାଶ ହେବାକୁ ପଡିଛି । ସେମାନଙ୍କୁ ସୁପ୍ରିମକୋର୍ଟ ପରିବର୍ତ୍ତେ ତଳ କୋର୍ଟର ଦ୍ବାରସ୍ଥ ହେବା ପାଇଁ ସର୍ବୋଚ୍ଚ କୋର୍ଟ କହିଛନ୍ତି । ଆଜି ଶୁଣାଣିରେ ସର୍ବୋଚ୍ଚ କୋର୍ଟ କହିଥିଲେ, ପ୍ରାଥମିକ ଭାବେ କୁସ୍ତିଯୋଦ୍ଧାଙ୍କ ପକ୍ଷରୁ କୁସ୍ତି ମହାସଂଘର ସଭାପତିଙ୍କ ବିରୋଧରେ ପୋଲିସ ଅଭିଯୋଗ ଆଧାରରେ ମାମଲା ଦାଏର କରୁନଥିବା ଅଭିଯୋଗ ହୋଇଥିଲା । ହେଲେ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ମାମଲା ରୁଜୁ କରିସାରିଛି । ଘଟଣାର ତଦନ୍ତ ପୋଲିସ ଜାରି ରଖିଛି । ଏପରି ସ୍ଥିତିରେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଆଉ ଶୁଣାଣିର ଆବଶ୍ୟକତା ନାହିଁ । ସେମାନେ ଚାହିଁଲେ ତଳ କୋର୍ଟରେ ଦ୍ବାରସ୍ଥ ହୋଇପାରିବେ । ପ୍ରତ୍ୟେକ ମାମଲାରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଖଣ୍ଡପୀଠ ଟିପ୍ପଣୀ କରିଥିଲେ ।

ସେହିପରି ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ଦିଲ୍ଲୀ ପୋଲିସକୁ ମଧ୍ୟ ପ୍ରଶ୍ନ କରିଥିଲେ । ପୋଲିସର ତଦନ୍ତ ପ୍ରକ୍ରିୟାରେ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ମାମଲାରେ କାହିଁକି ସମସ୍ତ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ । ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ସେମାନଙ୍କର ବୟାନ ରେକର୍ଡ କରିବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ଅଭିଯୁକ୍ତ ବ୍ରିଜଭୂଷଣ ଶରଣ ସିଂ ପଦରୁ ଇସ୍ତଫା ନଦେବା ସହ ପୋଲିସକୁ ତଦନ୍ତରେ ସହଯୋଗ କରିବେ ବୋଲି କହି ସାରିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.