ETV Bharat / bharat

କୋଭିଡ ମୃତକଙ୍କ କ୍ଷତିପୂରଣକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ, ଆବେଦନର ୩୦ ଦିନ ମଧ୍ୟରେ ମିଳିବ ଟଙ୍କା

author img

By

Published : Oct 4, 2021, 3:56 PM IST

କୋରୋନା ସଂକ୍ରମଣ କାରଣରୁ ହୋଇଥିବା ମୃତ୍ୟୁର କ୍ଷତିପୂରଣ ବାବଦକୁ ୫୦ ହଜାର ଟଙ୍କା ଦେବା ପାଇଁ କେନ୍ଦ୍ରର ନିର୍ଦ୍ଦେଶକୁ ମଞ୍ଜୁରୀ ଦେଇଛନ୍ତି ସୁପ୍ରିମକୋର୍ଟ । ଆବେଦନର ୩୦ ଦିନ ଭିତରେ ଏହି କ୍ଷତିପୂରଣ ଟଙ୍କା ମିଳିବ । ଅଧିକ ପଢନ୍ତୁ...

କୋଭିଡ ମୃତକଙ୍କ କ୍ଷତିପୂରଣକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ, ଆବେଦରର ୩୦ ଦିନ ମଧ୍ୟରେ ମିଳିବ ଟଙ୍କା

ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକ୍ରମଣ କାରଣରୁ ହୋଇଥିବା ମୃତ୍ୟୁର କ୍ଷତିପୂରଣ ବାବଦକୁ ୫୦ ହଜାର ଟଙ୍କା ଦେବା ପାଇଁ କେନ୍ଦ୍ରର ନିର୍ଦ୍ଦେଶକୁ ମଞ୍ଜୁରୀ ଦେଇଛନ୍ତି ସୁପ୍ରିମକୋର୍ଟ । ମୃତକଙ୍କ ପରିବାରକୁ ମିଳିବାକୁ ଥିବା କ୍ଷତିପୂରଣ ଅର୍ଥ ଅନ୍ୟ କଲ୍ୟାଣକାରୀ ଯୋଜନା ଠାରୁ ଭିନ୍ନ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେବେ ଆବେଦନର ୩୦ ଦିନ ଭିତରେ ଏହି କ୍ଷତିପୂରଣ ଟଙ୍କା ମିଳିବ । ଟଙ୍କା ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଦିଆଯିବ ।

୨୩ ସେପ୍ଟମ୍ବରରେ ସୁପ୍ରିମକୋର୍ଟର ଜଷ୍ଟିସ ଏମ ଆର ଶାହ ଓ ଏ ଏସ ବୋପନ୍ନାଙ୍କ ଖଣ୍ଡପୀଠ ରାୟ ସୁରକ୍ଷିତ ରଖିଥିଲେ । ଏହି ଦିନ ମହାମାରୀ କୋରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ମିଳିବା ନେଇ ସ୍ଥିର ହୋଇଥିବା ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରାଇଥିଲେ କେନ୍ଦ୍ର ସରକାର । ଏହା ଉପରେ ସର୍ବୋଚ୍ଚ ଅଦାଲତ ସନ୍ତୋଷ ବ୍ୟକ୍ତ କରି କହିଥିଲେ ପ୍ରତିକୂଳ ପରିସ୍ଥିତିରେ ଭାରତ ଯାହା କରିପାରିଛି ସେଭଳି ଅନ୍ୟ କୌଣସି ଦେଶ କରିପାରିନାହିଁ ।

ମହାମାରୀ କୋରୋନାରେ ହୋଇଥିବା ମୃତ୍ୟୁ ପାଇଁ ପରିବାର ବର୍ଗ ଆବେଦନ କଲେ ଏଣିକି ମିଳିବ କ୍ଷତିପୂରଣ । ଏନେଇ ସୂଚନା ଦେଇଥିଲା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବା ନେଇ ହୋଇଥିଲା ଘୋଷଣା । ଏହି ଟଙ୍କା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପାଣ୍ଠିରୁ ମିଳିବ । ସର୍ବନିମ୍ନ କ୍ଷତିପୂରଣ ଉପରେ ଗାଇଡଲାଇନ ପାଇଁ କହିଥିଲେ ସୁପ୍ରିମକୋର୍ଟ ।

ଏହାପୂର୍ବରୁ ନିଜ ଆଦେଶରେ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ମହାମାରୀ କୋରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଏଯାଏଁ କ୍ଷତିପୂରଣ ନୀତି ନିର୍ଦ୍ଧାରଣ ନହେବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏନେଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଥିଲେ ସର୍ବୋଚ୍ଚ ଅଦାଲତ । କ୍ଷତିପୂରଣ ନୀତି ସମେତ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର ସଠିକ କାରଣ ଦର୍ଶାଇବାର ବ୍ୟବସ୍ଥା କରିବାକୁ ମଧ୍ୟ କହିଥିଲେ ସୁପ୍ରିମକୋର୍ଟ ।

ଜୁନ ୩୦ରୁ ଦେଶରେ କୋରୋନା ଯୋଗୁଁ ହୋଇଥିବା ପ୍ରତ୍ୟେକ ମୃତ୍ୟୁ ପାଇଁ କ୍ଷତିପୂରଣ ଅର୍ଥ ଦେବାକୁ କହିଥିଲେ ସୁପ୍ରିମକୋର୍ଟ । 6 ସପ୍ତାହ ମଧ୍ୟରେ କ୍ଷତିପୂରଣ ଅର୍ଥ ନିର୍ଦ୍ଧାରିତ କରି ରାଜ୍ୟକୁ ସୂଚିତ କରିବା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏଭଳି ବିପର୍ଯ୍ୟୟ ଯୋଗୁଁ ଅନୁକମ୍ପା ଅର୍ଥ ଦେବା ସରକାରଙ୍କ କର୍ତ୍ତବ୍ୟ ବୋଲି ସୁପ୍ରିମକୋର୍ଟ ମାନିଥିଲେ । ହେଲେ ଅନୁକମ୍ପା ଅର୍ଥ କେତେ ହେବ ଏହି ନିଷ୍ପତ୍ତି ସରକାରଙ୍କ ଉପରେ ଛାଡି ଦେଇଥିଲେ ସର୍ବୋଚ୍ଚ ଅଦାଲତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.