ETV Bharat / bharat

ଚର୍ଚ୍ଚିତ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା, ଶୁଣାଣି ସ୍ଥଗିତ ରଖିଲେ କୋର୍ଟ

author img

By

Published : Jul 2, 2021, 2:03 PM IST

ବହୁ ଚର୍ଚ୍ଚିତ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣିକୁ ସ୍ଥଗିତ ରଖିଲେ କୋର୍ଟ ।

sunanda pushkar death case delhi rouse avenue court adjourns order-on farming of charges against shashi tharoor
ଚର୍ଚ୍ଚିତ ସୁନନ୍ଦା ପୁସ୍କର ମୃତ୍ୟୁ ମାମଲା; ସ୍ଥଗିତ ରହିଲା ରାୟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା । ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣିକୁ ସ୍ଥଗିତ ରଖିଲେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ । ଏପ୍ରିଲ୍ 12ରେ, ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଚାର୍ଜସିଟ୍ ଫ୍ରେମ୍ ପ୍ରସଙ୍ଗରେ ସ୍ବତନ୍ତ୍ର ଜଜ୍ ଗୀତାଞ୍ଜଳି ଗୋଏଲ୍ ଏହି ରାୟ ସଂରକ୍ଷିତ ରଖିଛନ୍ତି ।

ଏହି ମାମଲାରେ ଶଶି ଥରୁରଙ୍କ ଓକିଲ କହିଛନ୍ତି ଯେ, ସୁନନ୍ଦାଙ୍କୁ ହତ୍ୟା କରାଯାଇନାହିଁ । ତାଙ୍କୁ ମାନସିକ କି ଶାରୀରିକ ନିର୍ଯାତନା ଦିଆଯାଇ ନାହିଁ ବୋଲି ଯୁକ୍ତି ବାଢୁଥିବା ବେଳେ ସୁନନ୍ଦାଙ୍କ ପରିବାର ଲୋକେ ମଧ୍ୟ କହିଛନ୍ତି ଯେ, ସୁନନ୍ଦା ଆତ୍ମହତ୍ୟା କରିନାହାଁନ୍ତି ବୋଲି କହିଛନ୍ତି । ତେବେ ଶଶି ଥରୁରଙ୍କର ଅନ୍ୟ ମହିଳାଙ୍କ ସମ୍ପର୍କ ଥିବା କୋର୍ଟରେ ବୟାନ ଦେଇଛନ୍ତି ସାକ୍ଷୀ ।

ସୂଚନା ଥାଉକି,ଗତ 2014, ଜାନୁଆରୀ 17ରେ ଦିଲ୍ଲୀର ଏକ ବଡ ହୋଟେଲରୁ ସୁନନ୍ଦାଙ୍କ ମୃତଦେହ ମିଳିଥିଲା । ପରେ 2018 ମେ 14 ତାରିଖରେ ଦିଲ୍ଲୀ ପୋଲିସ ଘଟଣାର ଚାର୍ଜସିଟ ଦାଖଲ କରିଥିଲା । ଚାର୍ଜସିଟରେ ଶଶି ଥରୁରଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା । ତେବେ ଉଭୟେ 2010 ଅଗଷ୍ଟ 22ରେ ବିବାହ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.