ମେଷ: ଆଜି ମୀନ ରାଶିକୁ ପ୍ରବେଶ କରିଲେ ରବି । ମୀନ ରାଶିରେ ରବିଙ୍କର ପ୍ରବେଶ ହେବା ଦ୍ଵାରା ମେଷ ରାଶି ଥିବା ବ୍ୟକ୍ତିମାନେ ବହୁତ ଖର୍ଚ୍ଚାନ୍ତ ହେବେ । ଏହି ସମୟରେ ସ୍ଵାସ୍ଥ୍ୟର ମଧ୍ୟ ଯତ୍ନ ନେବା ଆବଶ୍ୟକ । ବିଦେଶରେ କାମ କିମ୍ବା ବ୍ୟବସାୟ ସମ୍ବନ୍ଧିତ ବ୍ୟକ୍ତିମାନେ ଲାଭବାନ ହେବାର ସମ୍ଭାବନା ଅଛି ।
ଉପଚାର – କୁଙ୍କୁମ ମିଶ୍ରିତ ଜଳରେ ସୂର୍ଯ୍ୟଙ୍କୁ ପ୍ରତିଦିନ ଅର୍ଘ୍ୟ ଦିଅନ୍ତୁ ।
ବୃଷ: ବର୍ତ୍ତମାନ ମୀନ ରାଶିରେ ରବିଙ୍କର ପ୍ରବେଶ ହେବା ପରଠାରୁ ଗୋଟିଏ ମାସ ପାଇଁ ଆପଣଙ୍କର ଆୟ ବୃଦ୍ଧି ହୋଇପାରେ । ଆପଣ ଗୋଟିଏ ନୂଆ ଚାକିରି କିମ୍ବା ବ୍ୟବସାୟ ପାଇଁ ଯୋଜନା ମଧ୍ୟ କରିପାରନ୍ତି । ସମାଜରେ ଆପଣଙ୍କର ସମ୍ମାନ ବୃଦ୍ଧି ହୋଇପାରେ । କର୍ମକ୍ଷେତ୍ରରେ ମଧ୍ୟ ଆପଣ ପଦାଧିକାରୀମାନଙ୍କୁ ସହଯୋଗ କରିବାର ସମ୍ଭାବନା ଅଛି ।
ଉପଚାର – ପ୍ରତିଦିନ ଗାୟତ୍ରୀ ଚାଳିଶା ଜପ କରନ୍ତୁ ।
ମିଥୁନ: ମୀନ ସଂକ୍ରାନ୍ତି ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ଆପଣ ଲାଭବାନ ହେବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ଆପଣଙ୍କର ପଦୋନ୍ନତି ହେବାର ସମ୍ଭାବନା ଅଛି । ମା’ଙ୍କ ଆଶୀର୍ବାଦରୁ ଆପଣଙ୍କ କାର୍ଯ୍ୟ ସମ୍ପାଦନ ହୋଇପାରେ । ବ୍ୟବସାୟ ପାଇଁ ଇଚ୍ଛା କରୁଥିବା ବ୍ୟକ୍ତିମାନେ ଉଚ୍ଚପଦାଧିକାରୀମାନଙ୍କ ସହାୟତା ମଧ୍ୟ ଲାଭ କରିପାରନ୍ତି ।
ଉପଚାର – ସୂର୍ଯ୍ୟ ଦେବତାଙ୍କର ଯେକୌଣସି ମନ୍ତ୍ର ପାଠ କରନ୍ତୁ ।
କର୍କଟ: ଗୋଟିଏ ମାସ ପର୍ଯ୍ୟନ୍ତ ଆପଣ ଲାଭବାନ ହେବାର ସମ୍ଭାବନା ଅଛି । ଏହି ସମୟରେ ଆପଣ ଗୋଟିଏ ତୀର୍ଥ ସ୍ଥାନକୁ ଭ୍ରମଣରେ ଯିବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନେ ଅଧ୍ୟୟନ ପ୍ରତି ଆଗ୍ରହ ଦେଖାଇବାର ସମ୍ଭାବନା ଅଛି । ଏହି ସମୟରେ ଆପଣଙ୍କ ଆତ୍ମବିଶ୍ଵାସ ମଧ୍ୟ ବଢ଼ିପାରେ ।
ଉପଚାର – ବାପାଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ ।
ସିଂହ: ମୀନ ରାଶିରେ ରବିଙ୍କର ପ୍ରବେଶ ହେବା ଦ୍ଵାରା ଆପଣ ସାମାନ୍ୟ ଚିନ୍ତିତ ରହିପାରନ୍ତି । ଗାଡ଼ି ଚଳାଇବା ସମୟରେ ଆପଣ ସତର୍କ ରହିବା ଆବଶ୍ୟକ । ଆପଣ ଅହଂ ଭାବ ଠାରୁ ଦୂରରେ ରୁହନ୍ତୁ । ଏହି ସମୟରେ ବିବାହିତ ଲୋକମାନଙ୍କ ସହିତ ସେମାନଙ୍କ ଶ୍ଵଶୁର ଘର ଲୋକଙ୍କ ମଧ୍ୟରେ ମତାମତରେ ପାର୍ଥକ୍ୟ ଦେଖାଦେଇପାରେ ।
ଉପଚାର – ପ୍ରତିଦିନ ସୂର୍ଯ୍ୟ ଦେବାତଙ୍କୁ ନମସ୍କାର କରି ଦିନର ଆରମ୍ଭ କରନ୍ତୁ ।
କନ୍ୟା: ମୀନ ସଂକ୍ରାନ୍ତି ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ଆପଣ ଓ ଆପଣଙ୍କ ବ୍ୟବସାୟ ସହଭାଗୀଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ହୋଇପାରେ । ଆପଣ ଗର୍ବ ଭାବଠାରୁ ଦୂରରେ ରୁହନ୍ତୁ । ଏହି ସମୟରେ ଆପଣ ଅନ୍ୟମାନଙ୍କ ମତାମତକୁ ଗୁରୁତ୍ଵ ଦେବା ସହିତ ଗୁରୁଜନମାନଙ୍କୁ ସମ୍ମାନ ଦେବା ଆବଶ୍ୟକ ।
ଉପଚାର – ପ୍ରତିଦିନ ଗାଈଙ୍କୁ ଗୁଡ଼ ଓ ରୁଟି ଖାଇବାକୁ ଦିଅନ୍ତୁ ।
ତୁଳା: ବର୍ତ୍ତମାନ ମୀନ ରାଶିରେ ରବି ପ୍ରଦେଶ କରୁଛନ୍ତି, ତେଣୁ ଏହି ମାସରେ ଆପଣ ନିଜର ବିରୋଧିମାନଙ୍କୁ ପରାସ୍ତ କରିବାର ସମ୍ଭାବନା ଅଛି । ଚାକିରି କରୁଥିବା ବ୍ୟକ୍ତିମାନେ କୌଣସି କଥାକୁ ନେଇ ବାରମ୍ବାର କ୍ରୋଧିତ ହୋଇପାରନ୍ତି । ବ୍ୟାଙ୍କ କିମ୍ବା ଋଣ ସମ୍ବନ୍ଧିତ କାମକୁ ନେଇ ଟିକେ ସାବଧାନ ହେବା ପାଇଁ ପରାମର୍ଶ ଦିଆଯାଉଛି ।
ଉପଚାର – ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ।
ବିଛା: ମୀନ ରାଶିରେ ରବିଙ୍କର ପ୍ରବେଶ ସମୟ ବିଛା ରାଶି ଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଶୁଭ ହୋଇପାରେ କିନ୍ତୁ ପ୍ରେମ ଜୀବନ ପାଇଁ ସମୟ କଠିନ ହୋଇପାରେ । ଆପଣ ସନ୍ତାନମାନଙ୍କ ପାଇଁ ମଧ୍ୟ ଚିନ୍ତାଗ୍ରସ୍ତ ହେବାର ସମ୍ଭାବନା ଅଛି । ଯଦି ଆପଣ ନିଜର ଆୟ ବୃଦ୍ଧି କରିବା ପାଇଁ ଚେଷ୍ଟା କରନ୍ତି ତେବେ ଆପଣ ସେହି କାର୍ଯ୍ୟରେ ସଫଳ ହୋଇପାରନ୍ତି ।
ଉପଚାର – ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ ।
ଧନୁ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହା ସମସ୍ତ ଚିନ୍ତାରୁ ମୁକ୍ତ ହେବାର ସମୟ ହୋଇପାରେ । ଆପଣ ନିଜ ଘରକୁ ପୁନଃସଜ୍ଜିତ କରିବା ପାଇଁ ମଧ୍ୟ ଯୋଜନା କରିପାରନ୍ତି । ସାମାଜିକ କାର୍ଯ୍ୟରେ ଆପଣଙ୍କ ଅର୍ଥ କାର୍ଯ୍ୟରେ ଆସିପାରେ । ଜମି-ଜାଗା ସମ୍ବନ୍ଧିତ କାର୍ଯ୍ୟକୁ ସାବଧାନତାର ସହ କରିବା ପାଇଁ ପରାମର୍ଶ ଦିଆଯାଉଛି ।
ଉପଚାର – ପ୍ରତିଦିନ ଭଗବାନ ଶିବଙ୍କର ଜଳାଭିଷେକ କରନ୍ତୁ ।
ମକର: ମୀନ ସଂକ୍ରାନ୍ତି ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ଆପଣ ଆତ୍ମବିଶ୍ଵାସରେ ପୂର୍ଣ୍ଣ ରହିପାରନ୍ତି, ହେଲେ ଏହି ସମୟରେ ଆପଣ ଓ ଆପଣଙ୍କ ଭାଇଭଉଣୀମାନଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ହୋଇପାରେ । ଆପଣ କିଛି ନୂଆ କାମ ହାତକୁ ନେବା ଭଳି ରିସ୍କ ନେଇପାରନ୍ତି । ବାପାଙ୍କ ସ୍ଵାସ୍ଥ୍ୟ ସମ୍ବନ୍ଧିତ ଚିନ୍ତା ଦୂର ହୋଇପାରେ ।
ଉପଚାର – ପ୍ରତିଦିନ ଗାଈଙ୍କୁ ଗୁଡ଼ ଖାଇବାକୁ ଦିଅନ୍ତୁ ।
କୁମ୍ଭ: ଗୋଟିଏ ମାସ ସମୟ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଜୀବନ ସାଧାରଣ ଭାବେ ଅତିବାହିତ ହେବାର ସମ୍ଭାବନା ଅଛି । ପରିବାର ସଦସ୍ୟମାନଙ୍କ ସହିତ ଆପଣଙ୍କର ମତାନ୍ତର ସମସ୍ୟା ବୃଦ୍ଧି ହୋଇପାରେ କିନ୍ତୁ ସ୍ଵାସ୍ଥ୍ୟ ଦୃଷ୍ଟିରୁ ଏହି ସମୟ ଶୁଭ ବୋଲି ଆଭାସ ମିଳୁଛି । ଯଦି ଆପଣ ନିଜ କାର୍ଯ୍ୟକୁ ଅବହେଳା କରନ୍ତି ତେବେ ଆପଣଙ୍କର କ୍ଷତି ହୋଇପାରେ ।
ଉପଚାର – ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କର ବାରଟି ପବିତ୍ର ନାମ ଜପ କରନ୍ତୁ ।
ମୀନ: ବର୍ତ୍ତମାନ ଆପଣଙ୍କ ରାଶିରେ ଗୋଟିଏ ମାସ ପାଇଁ ରବି ଚଳନ କରିବେ । ଏହି ସମୟରେ ଆପଣ ପୂର୍ବ ଭଳି ଫୁର୍ତ୍ତି ହୋଇ ରହିପାରନ୍ତି କିନ୍ତୁ ଆପଣଙ୍କର ଅହଂ ଭାବ ମଧ୍ୟ ବୃଦ୍ଧି ହୋଇପାରେ । ନିଜର ବ୍ୟବସାୟ ସହଭାଗୀ ଏବଂ ଜୀବନସାଥୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ବ୍ୟବଧାନ ସମସ୍ୟାର କାରଣ ହୋଇପାରେ ।
ଉପଚାର – ପ୍ରତିଦିନ ଗୋଟିଏ ଜପାମାଳି ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।