ମେଷ: କର୍କଟ ରାଶିରେ ରବିଙ୍କର ଚଳନ ହେଉଥିବାରୁ ଆପଣଙ୍କ ଜୀବନରେ ଶୁଭ ସମୟ ଆସିବାର ସମ୍ଭାବନା ଅଛି । କିନ୍ତୁ ଆପଣ ନିଜ ମାଙ୍କ ସ୍ଵାସ୍ଥ୍ୟକୁ ନେଇ ବିବ୍ରତ ହୋଇପାରନ୍ତି । ଏହି ସମୟରେ ଆପଣ ଜାଗା ସମ୍ବନ୍ଧିତ କୌଣସି ଚୁକ୍ତି ମଧ୍ୟ କରିପାରନ୍ତି । ଯାହା ହେଉ ନା କାହିଁକି ଆଶା କରିଥିବା ଫଳ ପାଇବା ପାଇଁ ଆପଣଙ୍କୁ ନିଜର ଅହଙ୍କାରକୁ ତ୍ୟାଗ କରିବା ପାଇଁ ପରାମର୍ଶ ଦିଆଯାଉଛି ।
ଉପଚାର: ଦୈନିକ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।
ବୃଷ: କର୍କଟ ରାଶିରେ ରବିଙ୍କର ଚଳନ ହେଉଥିବାରୁ ଆପଣଙ୍କ ପ୍ରେମ ଜୀବନରେ କିଛି ସମସ୍ୟା ଦେଖାଦେଇପାରେ । ପରିବାର ସଦସ୍ୟମାନଙ୍କ ସହିତ ଆପଣଙ୍କ ସମ୍ପର୍କ ପୂର୍ବ ଭଳି ଆନ୍ତରିକପୂର୍ଣ୍ଣ ରହିପାରେ । ଆପଣ ନିଜ ଭାଇଭଉଣୀମାନଙ୍କ ସହିତ ବାହାରକୁ ବୁଲି ଯିବା ପାଇଁ ଯୋଜନା କରିପାରନ୍ତି । ଏହି ସମୟରେ ଆପଣଙ୍କର ଆତ୍ମବିଶ୍ଵାସର ସ୍ତର ଓ ସାହସ ବୃଦ୍ଧି ହେବାର ସମ୍ଭାବନା ଅଛି ।
ଉପଚାର: ସୂର୍ଯ୍ୟାଷ୍ଟକ ଜପ କରନ୍ତୁ
ମିଥୁନ: କର୍କଟ ରାଶିରେ ରବିଙ୍କର ଚଳନ ହେଉଥିବାରୁ ଆପଣଙ୍କୁ ନିଜର କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦିଆଯାଉଛି । ନିଜର ପରିବାର ସଦସ୍ୟମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଅହଂଭାବ ଯୋଗୁଁ ମତଭେଦ ଦେଖା ଦେଇପାରେ । ଏହି ଚଳନ ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ଲାଭଦାୟକ ହେବ । ସରକାରୀ କ୍ଷେତ୍ରରୁ ଆପଣ ଲାଭବାନ ହେବାର ସମ୍ଭାବନା ଅଛି ।
ଉପଚାର: ନିୟମିତ ସୂର୍ଯ୍ୟ ନମସ୍କାର କରନ୍ତୁ
କର୍କଟ: ଏହି ରାଶିରେ ରବିଙ୍କର ଚଳନର ପ୍ରଭାବ ଶୁଭଫଳ ପ୍ରଦାନ କରିବ । ଆପଣଙ୍କ ସ୍ଵଭାବରେ ଅହଂଭାବ ଓ କ୍ରୋଧ ଦେଖାଦେଇପାରେ । ଆପଣଙ୍କ ସହଭାଗୀ ଓ ବ୍ୟବସାୟ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବ୍ୟବଧାନ ଆଣିପାରେ । କିନ୍ତୁ ଯେଉଁମାନେ ମାର୍କେଟିଂ ଓ ସେଲ୍ସ କ୍ଷେତ୍ରରେ ଅଛନ୍ତି, ସେମାନେ ଏହି ସମୟରେ ଲାଭବାନ ହେବାର ସମ୍ଭାବନା ଅଛି ।
ଉପଚାର: ଦୈନିକ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ
ସିଂହ: କର୍କଟ ରାଶିରେ ରବିଙ୍କର ଚଳନ ହେବାର ଗୋଟିଏ ମାସ ପର୍ଯ୍ୟନ୍ତ ମୂଳ ରାଶି ସିଂହ ଥିବା ବ୍ୟକ୍ତିମାନଙ୍କ ଜୀବନ ସାଧାରଣରୁ ସାମାନ୍ୟ ଉନ୍ନତ ହୋଇପାରେ । ଏହି ସମୟରେ ବିଦେଶ ଜାଗାମାନଙ୍କ ସମ୍ବନ୍ଧିତ ଅନେକ କାମ ଆସିବାର ସୁଯୋଗ ଅଛି । ପୂର୍ବରୁ ଥିବା ସ୍ଵାସ୍ଥ୍ୟ ସମସ୍ୟାରୁ ଆପଣ ନିସ୍ତାର ପାଇପାରନ୍ତି । ଯାହା ହେଉ ନା କାହିଁକି ଆପଣଙ୍କୁ ଶତ୍ରୁମାନଙ୍କ ପାଇଁ ସତର୍କ ରହିବା ଆବଶ୍ୟକ । ଆପଣଙ୍କୁ କର୍ମ କ୍ଷେତ୍ରରେ କିମ୍ବା ବ୍ୟବସାୟରେ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଆଯାଉଛି ।
ଉପଚାର: ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।
କନ୍ୟା: କର୍କଟ ରାଶିରେ ରବିଙ୍କର ଚଳନ ମୂଳ ରାଶି କନ୍ୟା ଥିବା ବ୍ୟକ୍ତିମାନଙ୍କ ପାଇଁ ଅନୁକୂଳ ହୋଇପାରେ । ଆପଣଙ୍କ ମାନ ସମ୍ମାନବୃଦ୍ଧି ହୋଇପାରେ । ଏହି ପର୍ଯ୍ୟାୟରେ ଆପଣ ଅନେକ ବରିଷ୍ଠ ସଚିବ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ଯୋଗାଯୋଗରେ ଆସିପାରନ୍ତି । ସାମାଜିକ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଆପଣ ସକ୍ରିୟ ରହିବାର ସମ୍ଭାବନା ଅଛି ।
ଉପଚାର: ସୂର୍ଯ୍ୟ ଚାଳିଶା ଜପ କରନ୍ତୁ ।
ତୁଳା: କର୍କଟ ରାଶିରେ ରବିଙ୍କର ଚଳନର ଫଳ ସ୍ଵରୂପ ମୂଳ ରାଶି ତୁଳା ଥିବା ବ୍ୟକ୍ତିମାନଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହୋଇପାରେ । ଯଦି ଆପଣ ବ୍ୟବସାୟ କରୁଥାନ୍ତି, ତେବେ ଏହି ଚଳନରୁ ଆପଣ ଲାଭବାନ ହେବାର ସମ୍ଭାବନା ଅଛି । ଅପଣ ନିଜ ପିତାଙ୍କ ଦ୍ଵାରା ମଧ୍ୟ ଲାଭବାନ ହୋଇପାରନ୍ତି । ନିଜ ପିତାଙ୍କର ଉପଦେଶ କ୍ରମେ କାମକୁ ଜାରି ରଖିବା ଦ୍ଵାରା ଆପଣ ଚମତ୍କାର ଫଳ ପାଇବାର ସମ୍ଭାବନା ଅଛି ।
ଉପଚାର: ଦୈନିକ ନିଜ ପିତାଙ୍କ ଚରଣ ସ୍ପର୍ଶରୁ ଦିନ ଆରମ୍ଭ କରନ୍ତୁ
ବିଛା: ଏହି ରାଶିର ବ୍ୟକ୍ତିମାନେ ପାଇଁ କର୍କଟ ରାଶିରେ ରବିଙ୍କର ଚଳନ ପାଇଁ ମଧ୍ୟମ ଫଳ ପାଇବେ । ଏହି ସମୟରେ ଆପଣ ଭ୍ରମଣରେ ବ୍ୟସ୍ତ ରହିପାରନ୍ତି । ଠିକ ଏହି ସମୟରେ ଆପଣ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ପ୍ରତି ମଧ୍ୟ ଅତ୍ୟନ୍ତ ସତର୍କ ରହିବା ଆବଶ୍ୟକ ।
ଉପଚାର: କୁଙ୍କୁମ ମିଶ୍ରିତ ଜଳରେ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ।
ଧନୁ: ଧନୁ ରାଶିର ବ୍ୟକ୍ତିମାନଙ୍କ ଜୀବନକୁ କିଛି ମାତ୍ରାରେ ସମସ୍ୟାପୂର୍ଣ୍ଣ କରିପାରେ । ଏହି ସମୟରେ ଆପଣ ଗୋଟିଏ ନୂଆ ଜାଗା କିଣିବା ପାଇଁ ଆଗ୍ରହ ଦେଖାଇପାରନ୍ତି କିନ୍ତୁ ସେଥିରେ କ୍ଷତି ହେବାର ସମ୍ଭାବନା ଅଛି । ଆପଣଙ୍କୁ ଏହି ସମୟରେ ସତର୍କ ହୋଇ ଗାଡ଼ି ଚଲାଇବା ପାଇଁ ଆପଣଙ୍କୁ ପରାମର୍ଶ ଦିଆଯାଉଛି ।
ଉପଚାର: ଦୈନିକ ଭଗବାନ ଶିବଙ୍କର ପୂଜା କରନ୍ତୁ ।
ମକର: କର୍କଟ ରାଶିରେ ରବିଙ୍କର ଚଳନ ହେବା ପରେ ଗୋଟିଏ ମାସ ପର୍ଯ୍ୟନ୍ତ ମୂଳ ରାଶି ମକର ଥିବା ବ୍ୟକ୍ତିମାନଙ୍କର ଜୀବନ ପୂର୍ବଠାରୁ କିଛି ମାତ୍ରାରେ ଭଲ ହେବାର ସମ୍ଭାବନା ଅଛି । ଏହି ସମୟରେ ଆପଣ କିଛି ଆଶା କରି ନଥିବା ଫଳ ପାଇପାରନ୍ତି । ଆପଣ ନିଜ ସହଭାଗୀଙ୍କ ସହିତ କଳହ କରିବା ଉଚିତ ନୁହେଁ ଅନ୍ୟ ପକ୍ଷରେ ଆପଣ ନୂଆ ସମ୍ପର୍କରୁ ଲାଭବାନ ହେବାର ସମ୍ଭାବନା ଅଛି ।
ଉପଚାର: ଗାୟତ୍ରୀ ଚାଳିଶା ପାଠ କରିବା ଲାଭଦାୟକ ହୋଇପାରେ
କୁମ୍ଭ: କର୍କଟ ରାଶିକୁ ରବିଙ୍କର ଚଳନ ଦ୍ଵାରା ଆପଣ ଶତୃମାନଙ୍କ ଉପରେ ବିଜୟ ଲାଭ କରିପାରନ୍ତି । ଯାହା ହେଉ ଆପଣ ବାହାରେ ଖିଆ ପିଆ କରନ୍ତୁ ନାହିଁ ଅନ୍ୟଥା ଅପଣ କିଛି ସମସ୍ୟାର ସମୁଖୀନ ହୋଇପାରନ୍ତି । ଆପଣ ନିଜର ଅଧିକାଂଶ ସମୟକୁ ସୃଜନଶୀଳ କାମରେ ଲଗାନ୍ତୁ ।
ଉପଚାର: ଭଗବାନ ଶିବଙ୍କ ମନ୍ତ୍ର ଦୈନିକ ଜପ କରନ୍ତୁ ।
ମୀନ: ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଅନନ୍ତ ସମୟରୁ ଏହି ଗୋଟିଏ ମାସ ଶୁଭ ଫଳ ଆଣିଦେଇପାରେ । ଆପଣ ନୂଆ କଥା ଶିଖିବା ପାଇଁ ଆଗ୍ରହ ଦେଖାଇପାରନ୍ତି । ଆପଣ ନିଜର ସନ୍ତାନ ପାଇଁ ଚିନ୍ତିତ ରହିପାରନ୍ତି । ଯଦି ଆପଣ ମାଲିମକଦ୍ଦମାରେ ନିଜକୁ ଜଡ଼ିତ କରନ୍ତି, ତେବେ ଆପଣ ଲାଭବାନ ହେବାର ସମ୍ଭାବନା ଅଛି ।
ଉପଚାର: ଭଗବାନ ବିଷ୍ଣୁଙ୍କ ସହିତ ସୂର୍ଯ୍ୟଙ୍କର ଯେକୌଣସି ଗୋଟିଏ ମନ୍ତ୍ର ଜପ କରନ୍ତୁ ।