ETV Bharat / bharat

ଅଗଷ୍ଟ ୧୭ରୁ ସିଂହ ରାଶିରେ ଚଳନ କରିବେ ସୂର୍ଯ୍ୟ: କେଉଁ ରାଶିରେ କଣ ପଡିବ ପ୍ରଭାବ, ଜାଣନ୍ତୁ... - sun transit in leo from 17th aug

ଅଗଷ୍ଟ ମାସରେ ସିଂହ ସିଂହ ରାଶିରେ ରାଶିରେ ଚଳନ କରିବେ ସୂର୍ଯ୍ୟ । ସୂର୍ଯ୍ୟଙ୍କ ଏହି ଚଳନ କିଛି ରାଶିଙ୍କ ପାଇଁ ବହୁତ ଶୁଭ ସବ୍ୟସ୍ତ ହେବାକୁ ଯାଉଥିବା ବେଳେ କେଉଁ ରାଶି ସତର୍କ ରହିବେ, ଚାଲନ୍ତୁ ଜାଣିବା...

ଅଗଷ୍ଟ ୧୭ରୁ ସିଂହ ରାଶିରେ ଚଳନ କରିବେ ସୂର୍ଯ୍ୟ: କେଉଁ ରାଶିରେ କଣ ପଡିବ ପ୍ରଭାବ

author img

By

Published : Aug 17, 2021, 6:56 AM IST

ମେଷ:

ରବି ନିଜର ମୁଳ ରାଶି, ସିଂହରେ ପ୍ରବେଶ କରିବେ । ଏହି ରାଶିଚକ୍ରରେ ପରିବର୍ତ୍ତନ କାରଣରୁ ଆପଣ ଦେବତା ଓ ଦେବୀମାନଙ୍କ ପୂଜା ଅର୍ଚ୍ଚନା ପ୍ରତି ଅତି ଆଗ୍ରହୀ ହେବେ । ଆପଣଙ୍କ ପାଇଁ ଅଧିକ ରୋଜଗାର କରିବାର ନୂତନ ମାର୍ଗ ଖୋଲିଯିବ । ବିଦ୍ୟାର୍ଥୀମାନେ ନିଜ ଅଧ୍ୟୟନର ସୁଫଳ ପାଇବେ । ଆପଣଙ୍କର ଧୀଶକ୍ତି ପ୍ରଖର ହେବ । ଆପଣ ନିଜ ପିତାଙ୍କର ଆଶୀର୍ବାଦ ପାଇବେ । ମାନବିକ ମୂଲ୍ୟବୋଧ ଦ୍ଵାରା ଆପଣ ବଳିୟାନ ହେବେ । ଏହି ସମୟରେ ଆପଣ ନିଜର ସନ୍ତାନ ବିଷୟରେ ଚିନ୍ତିତ ରହିପାରନ୍ତି ।

ଉପଚାର - ପ୍ରତି ଦିନ ସୂର୍ଯ୍ୟ ଦେବତାଙ୍କର ପୂଜା କରନ୍ତୁ ଏବଂ ତମ୍ବା ପାତ୍ରରେ ତାଙ୍କୁ କିଛି ଜଳ ଅର୍ପଣ କରନ୍ତୁ ।

ବୃଷ:

ସିଂହ ରାଶିରେ ରବି ପ୍ରବେଶ କରିବା କାରଣରୁ ଆପଣ କିଛି ନୂଆ ସମ୍ପତ୍ତି କ୍ରୟ କରିବା ପାଇଁ ଆଗ୍ରହୀ ହୋଇପାରନ୍ତି । ଆପଣ ଗୋଟିଏ ଗାଡ଼ି ମଧ୍ୟ କିଣିବାର ସମ୍ଭାବନା ଅଛି । ଗୋଟିଏ ସରକାରୀ ବିଭାଗ ସମ୍ପର୍କିତ ଏକ କାମରୁ ଆପଣ ଲାଭବାନ ହେବେ । ଆପଣଙ୍କର ସ୍ଵାସ୍ଥ୍ୟ ଭଲ ରହିବ । ଆପଣ ଅଧିକ ଶୃଙ୍ଖଳିତ ହେବା ପାଇଁ ଚେଷ୍ଟା କରିବେ ।

ଉପଚାର - ପ୍ରତିଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ

ମିଥୁନ:

ରବି ସିଂହ ରାଶିରେ ପ୍ରବେଶ କରିବା କାରଣରୁ ଆପଣଙ୍କର ସାହସ ବୃଦ୍ଧି ହୋଇପାରେ । ନିଜର ବ୍ୟବସାୟକୁ ବିସ୍ତାର କରିବା ପାଇଁ ଆପଣ ବିଭିନ୍ନ ପ୍ରକାରର ନୂଆ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବେ । ଏହି ମାସରେ ଆପଣଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ବୃଦ୍ଧି ପାଇବ । ଆପଣ ଭଲ ରୋଜଗାର କରିବେ । ସରକାରୀ ବିଭାଗ ସମ୍ବନ୍ଧିତ କିଛି କାମରେ ଆପଣ ସ୍ଥାୟି ଲାଭ କରିବେ । ଆପଣ ଉଚ୍ଚ ପଦାଧିକାରୀମାନଙ୍କ ସମ୍ପର୍କରେ ଆସିବେ । ଆପଣଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ହେବାକୁ ଲାଗିବ ।

ଉପଚାର - ପ୍ରତିଦିନ ଓଁ ସୂର୍ଯ୍ୟାୟ ନମଃ ଜପ କରନ୍ତୁ

କର୍କଟ:

ଏହି ମାସରେ ଆପଣ ନିଜ ପସନ୍ଦର ଖାଦ୍ୟ ଉପଭୋଗ କରିବେ । ଏହି ମାସରେ ଆପଣଙ୍କ ପରିବାରର ସମ୍ମାନ ଓ ପ୍ରତିପତ୍ତି ବୃଦ୍ଧି ପାଇବ । ଏହା ସହିତ ଆପଣଙ୍କର ଅଧିକ ଖର୍ଚ୍ଚ ହୋଇପାରେ । ଏହି ମାସରେ ଆପଣ ଅନ୍ୟମାନଙ୍କ ପ୍ରତି ନମ୍ର ହେବା ଉଚିତ୍ । ଆପଣଙ୍କର କଥା କଟୁତାପୂର୍ଣ୍ଣ ହୋଇପାରେ, ତେଣୁ ଆପଣ ସାବଧାନ ରହିବା ଆବଶ୍ୟକ । ବହିର୍ଦେଶ ସମ୍ପର୍କିତ କାମ ପାଇଁ କଠିନ ପରିଶ୍ରମ କରିବା ଉଚିତ ।

ଉପଚାର - ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ

ସିଂହ:

ଆଜି ସିଂହ ରାଶିରେ ସୌର ଚଳନ ଯୋଗୁଁ ଆଗାମୀ ଏକ ମାସ ପାଇଁ ରବି ଆପଣଙ୍କ ରାଶିରେ ରହିବେ । ଏହି ସମୟରେ ଆପଣଙ୍କର ନେତୃତ୍ଵ ନେବାର କୌଶଳ ବୃଦ୍ଧି ପାଇବ । ଆପଣଙ୍କର ପ୍ରଭାବ ବିସ୍ତାର ହେବ । ଆପଣ ବ୍ୟବସାୟରେ ଲାଭ କରିବେ । ଏହି ସମୟରେ ଆପଣଙ୍କ ବ୍ୟବହାର ଅଧିକ ଆବେଗମୟ ହୋଇପାରେ । ଆପଣଙ୍କ ଠାରେ ଅହଂ ଭାବ ମଧ୍ୟ ଦେଖା ଦେଇପାରେ । ଆପଣ ଦୃଢ଼ ନିଷ୍ପତ୍ତି ନେବେ କିନ୍ତୁ ନିଜ ବ୍ୟବସାୟର ଉନ୍ନତି ବିଷୟରେ ମଧ୍ୟ ବିଚାର କରିବେ ।

ଉପଚାର - ଶ୍ରୀ ସୂର୍ଯ୍ୟ ଅଷ୍ଟକ ପାଠ କରନ୍ତୁ

କନ୍ୟା:

ରବି ସିଂହ ରାଶିରେ ପ୍ରବେଶ କରୁଥିବା କାରଣରୁ ମୂଳ ରାଶି କନ୍ୟା ଥିବା ବ୍ୟକ୍ତିମାନେ ବିଦେଶ ସମ୍ପର୍କିତ କାର୍ଯ୍ୟରେ ସଫଳତା ପାଇପାରନ୍ତି । ନିଜର ପରିବାର ସଦସ୍ୟମାନଙ୍କ ସହିତ ଆପଣଙ୍କର ସୁସମ୍ପର୍କ ରହିବ । ହେଲେ କଥା ହେବା ବେଳେ ଆପଣ ବିନା କାରଣରେ କ୍ରୋଧିତ ହୋ‍ଇ ଉଠିବେ । ଆପଣ ଆଇନ ସମ୍ବନ୍ଧିତ କାର୍ଯ୍ୟରେ ବିଳମ୍ବରେ ସଫଳତା ପାଇପାରନ୍ତି । ଏହା ବ୍ୟତିତ ଆପଣ ନିଜର ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିପାରନ୍ତି । ଆପଣ ନିଜ ସ୍ଵାସ୍ଥ୍ୟର ଉତ୍ତମ ଯତ୍ନ ନେବା ଆବଶ୍ୟକ । ଉତ୍ତେଜିତ ହୁଅନ୍ତୁ ନାହିଁ ।

ଉପଚାର - ନିଜ ଘରର ପୂର୍ବ କାନ୍ଥରେ ସୂର୍ଯ୍ୟୋଦୟର ଛବି ସ୍ଥାପନ କରନ୍ତୁ ।

ତୁଳା:

ସିଂହ ରାଶିରେ ରବି ପ୍ରବେଶ କରୁଥିବା କାରଣରୁ ଆପଣଙ୍କର ମନୋବାଞ୍ଛା ପୂର୍ଣ୍ଣ ହେବ । ଆପଣଙ୍କର ଚିନ୍ତାଗୁଡ଼ିକ ଦୂର ହେବ । ଆପଣଙ୍କର ସ୍ଵାସ୍ଥ୍ୟ ଭଲ ରହିବ । ଆପଣଙ୍କର ଆୟ ଅହେତୁକ ଭାବେ ବୃଦ୍ଧି ପାଇବ । ସରକାରୀ ବିଭାଗ ସମ୍ପର୍କିତ କାର୍ଯ୍ୟଗୁଡ଼ିକ ଦ୍ଵାରା ଆପଣ ଲାଭବାନ ହେବେ । ଆପଣ କିଛି ସରକାରୀ ଯୋଜନା ଦ୍ଵାରା ମଧ୍ୟ ଲାଭବାନ ହୋ‍ଇପାରନ୍ତି । ବିଦ୍ୟାର୍ଥୀମାନେ ନିଜ ଅଧ୍ୟୟନରୁ ସୁଫଳ ପାଇବେ ।

ଉପଚାର - ରବିବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସହିତ ମିଠା ଭୋଗ ଲଗାନ୍ତୁ

ବିଛା:

ସିଂହ ରାଶିରେ ରବି ପ୍ରବେଶ କରୁଥିବା କାରଣରୁ ଆପଣ ନିଜ କାମରୁ ବହୁତ ଲାଭ ପାଇପାରନ୍ତି । ଚାକିରୀ କ୍ଷେତ୍ରରେ ଆପଣଙ୍କର ପଦୋନ୍ନତି ହେବା ସହିତ ଆୟ ମଧ୍ୟ ବୃଦ୍ଧି ହୋ‍ଇପାରେ । ଆପଣଙ୍କର ଅଧିକାର ମଧ୍ୟ ବୃଦ୍ଧି ପାଇବ । ଆପଣ ନିଜର ପାରିବାରିକ ଦାୟିତ୍ଵଗୁଡ଼ିକୁ ତୁଲାଇବେ ଏବଂ ଜଣେ ସୁଦକ୍ଷ ବ୍ୟକ୍ତି ଭାବେ ପରିଚିତ ହେବେ । ସରକାରୀ କ୍ଷେତ୍ରରେ ଆପଣ ଲାଭବାନ ହେବେ ।

ଉପଚାର - ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ସମୟରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ

ଧନୁ:

ସିଂହ ରାଶିରେ ରବି ପ୍ରବେଶ କରିବା ଦ୍ଵାରା ସମାଜରେ ଆପଣଙ୍କର ସମ୍ମାନ ବୃଦ୍ଧି ହେବ । ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ମଧ୍ୟରେ ଆପଣ ସ୍ଥାନ ପାଇବେ । ଏହା ବ୍ୟତିତ କାର୍ଯ୍ୟ କ୍ଷେତ୍ରରେ ଆପଣ ନିଜର ସହକର୍ମୀମାନଙ୍କର ସହଯୋଗ ଲାଭ କରିବେ । ଆପଣଙ୍କ ପିତା ଆପଣଙ୍କ ପାଇଁ ଗର୍ବିତ ହେବେ । ଏହା ସହିତ ଏହି ମାସରେ ଆପଣ ନିଜ ବାପାଙ୍କ ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ ।

ଉପଚାର - ରବିବାର ଦିନ କିଛି ମନ୍ଦିରରେ ଗୁଡ଼ ଦାନ କରନ୍ତୁ ।

ମକର:

ସିଂହ ରାଶିରେ ରବି ପ୍ରବେଶ କରୁଥିବା କାରଣରୁ ଆପଣ ନିଜ ସ୍ଵାସ୍ଥ୍ୟ ପ୍ରତି ବହୁତ ଯତ୍ନବାନ ହେବା ଆବଶ୍ୟକ । ଆପଣଙ୍କର ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ଅଛି । ଆପଣଙ୍କର ସମ୍ମାନହାନୀ ହୋ‍ଇପାରେ । ଆପଣ ଏପର୍ଯ୍ୟନ୍ତ ଗୁପ୍ତ ରଖିଥିବା ଯୋଜନାଗୁଡ଼ିକ ଲୋକଲୋଚନକୁ ଆସିଯାଇପାରେ । ଭଗବାନଙ୍କ ପୂଜା ଦ୍ଵାରା ଆପଣ ଭଲ ଅନୁଭବ କରିବେ । ଆପଣ ଗୋଟିଏ ମନ୍ଦିର କିମ୍ବା ଅନ୍ୟ କୌଣସି ଧାର୍ମିକ ସ୍ଥାନକୁ କିଛି ଦାନ କରିପାରନ୍ତି । ଆପଣ ଭଗବାନଙ୍କ ପୂଜାରେ ଧ୍ୟାନ ଦେବେ, ଯେଉଁଥିରୁ ଆପଣ ମାନସିକ ଶାନ୍ତି ଲାଭ କରିବେ ।

ଉପଚାର - ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳରେ ଅର୍ଘ୍ୟ ପ୍ରଦାନ କରନ୍ତୁ

କୁମ୍ଭ:

ସିଂହ ରାଶିରେ ରବି ପ୍ରବେଶ କରୁଥିବା କାରଣରୁ ବର୍ତ୍ତମାନ ଆପଣଙ୍କର ବ୍ୟବସାୟ ବୃଦ୍ଧି ପାଇବ । ଆପଣ ଅଧିକ ଲାଭ କରିବେ । ସମାଜର ଲୋକମାନେ ଆପଣଙ୍କର ସହାୟତା କରିବେ । ଆପଣଙ୍କର ପ୍ରତିପତ୍ତି ମଧ୍ୟ ବୃଦ୍ଧି ପାଇବ । ଏହା ସହିତ ଆପଣଙ୍କ ବୈବାହିକ ଜୀବନରେ ଅନେକ କନ୍ଦଳ ଦେଖା ଦେଇପାରେ । ତେଣୁ ଏହି ସମୟରେ ଯଥା ସମ୍ଭବ ନୀରବ ରହିବାକୁ ଚେଷ୍ଟା କରନ୍ତୁ । ନୀରବ ରହିବା ଦ୍ଵାରା ପରିସ୍ଥିତି ଅଧିକ ଖରାପ ନେହେବାରେ ସାହାଯ୍ୟ ମିଳିବ ।

ଉପଚାର - ମା’ ସରସ୍ଵତୀଙ୍କୁ ପୂଜା କରନ୍ତୁ ଏବଂ ତାଙ୍କ ମୂର୍ତ୍ତି କିମ୍ବା ଫଟୋରେ ହଳଦିଆ ଫୁଲ ଦିଅନ୍ତୁ

ମୀନ:

ଆଜି ସିଂହ ରାଶିରେ ସୌର ଚଳନ ଯୋଗୁଁ ଏହି ମାସରେ ଆପଣ ଗୋଟିଏ ଅଦାଲତ ସମ୍ବନ୍ଧିତ କିମ୍ବା ଆଇନଗତ ମାମଲାରେ ବିଜୟ ଲାଭ କରିବେ । ଶତୃମାନଙ୍କ ପାଇଁ ଆପଣ ଭାରୀ ପଡ଼ିବେ । ଆପଣଙ୍କ ସ୍ଵାସ୍ଥ୍ୟ ସାମାନ୍ୟ ଖରାପ ହୋ‍ଇପାରେ । ଆପଣ ଗୋଟିଏ ବ୍ୟାଙ୍କରୁ ଋଣ ଯୋଗାଡ଼ କରିବାରେ ସଫଳ ହେବେ । ଆପଣ ଗୋଟିଏ ପ୍ରତିଯୋଗିତାରେ ଜୟଯୁକ୍ତ ହୋ‍ଇପାରନ୍ତି ।

ଉପଚାର - ଶ୍ରୀ ଗାୟତ୍ରୀ ଚାଳିଶା ଜପ କରନ୍ତୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.