ETV Bharat / bharat

Sukesh Chandrasekhar Desire: ମହାଠକକୁ କଏଦୀ ଚିନ୍ତା, ଜେଲ ଡିଜିଙ୍କୁ ଚିଠି ଲେଖି ଜଣାଇଲା ଇଚ୍ଛା

author img

By

Published : Mar 23, 2023, 8:04 AM IST

ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଚର୍ଚ୍ଚାରେ । ଏବେ ଅଭିଯୋଗ ଚିଠି ଲେଖି ନୁହେଁ ବରଂ କଏଦୀଙ୍କୁ ସାହାଯ୍ୟ କରିବା ପାଇଁ ଚିଠି ଲେଖିଛି । କଣ ଚିଠିରେ ଉଲ୍ଲେଖ ଅଛି ଜାଣନ୍ତୁ

Sukesh Chandrasekhar Desire
Sukesh Chandrasekhar Desire

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇ ଜେଲରେ ରହିଥିବା ମହାଠକ ସୁକେଶ ଚନ୍ଦ୍ରଶେଖର କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ବାରମ୍ବାର ଉପଜିଲ୍ଲାପାଳଙ୍କୁ ଚିଠି ଲେଖୁଥିବା ବେଳେ ଏବେ ଜେଲ ଡିଜିକୁ ଚିଠି ଲେଖିଛି ସୁକେଶ । ବର୍ତ୍ତମାନ ସୁକେଶକୁ ଘାରିଛି କଏଦୀ ଚିନ୍ତା । ନିଜ ଜନ୍ମ ଦିନରେ କଏଦୀଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଜେଲ ଡିଜିଙ୍କ ଠାରୁ ଅନୁମତି ମାଗିଛି ମହାଠକ । ୫ କୋଟି ଟଙ୍କା ଦାନ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛି । ଜେଲର ଡିଜି ସଞ୍ଜୟ ବେନିଓ୍ବାଲକୁ ସେ ଚିଠି ଲେଖି ଅନୁମତି ମାଗିଥିବା ଜଣାପଡିଛି ।

ଚିଠିରେ କଣ ଲେଖିଛି ମହାଠକ ? ସୁକେଶ ଜେଲର ଡିଜି ସଞ୍ଜୟ ବେନିଓ୍ବାଲକୁ ଚିଠି ଲେଖି କହିଛି ଯେ, " ମାର୍ଚ୍ଚ ୨୫ରେ ମୋର ଜନ୍ମଦିନ । ସେହି ଦିନ ମୁଁ କଏଦୀଙ୍କ କଲ୍ୟାଣ ପାଇଁ ଟଙ୍କା ଦେବାକୁ ଚାହୁଁଛି । ଯେଉଁମାନେ ଜାମିନ ପାଇବା ପରେ ବି ଜାମିନ ବନ୍ଧକ ଦେଇନପାରି ଜେଲରେ ଅଛନ୍ତି ମୁଁ ସେମାନଙ୍କୁ ସାହାଯ୍ୟ କରିବି । ମୁଁ ମୋର ପ୍ରିୟ ଲୋକଙ୍କ ଠାରୁ ଦୂରରେ ରହିଛି । ଜଣେ ଭଲ ମଣିଷ ଭାବେ ଆପଣଙ୍କୁ ଅନୁରୋଧ କରୁଛି । ଆପଣଙ୍କୁ ମୋର ଅନୁରୋଧ ଯେ, କଏଦୀମାନଙ୍କ କଲ୍ୟାଣ ପାଇଁ ଆପଣ ୫ କୋଟି ଟଙ୍କା ଡିମାଣ୍ଡ ଡ୍ରାଫ୍ଟ ଗ୍ରହଣ କରନ୍ତୁ । ଯଦି ୨୫ ମାର୍ଚ୍ଚରେ ଜେଲ ପ୍ରଶାସନ ଏହି ଡିମାଣ୍ଡ ଡ୍ରାଫ୍ଟ ଗ୍ରହଣ କରେ ତାହାଲେ ମୁଁ ଅତ୍ୟନ୍ତ ଖୁସି ହେବି ।"

ସେ ଆହୁରି ମଧ୍ୟ କହିଛି, "ନ୍ୟାୟପାଳିକା କଏଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଦାରିଦ୍ର ସୀମାରେଖା ତଳେ ରହିଥିବା ଗରିବମାନଙ୍କ ପ୍ରତି ଧ୍ୟାନ ଦେଉନାହାନ୍ତି । ମୁଁ ଜେଲରେ ରହିଥିବା ବେଳେ ଦେଖୁଛି ଅନେକ ପରିବାର ବିଚ୍ଛିନ୍ନ ହେଇଯାଉଛନ୍ତି । କାରଣ ସେମାନେ ଟଙ୍କା ଦେଇନପାରି ବହୁ ବର୍ଷ ଧରି ଜେଲରେ ରହିଆସୁଛନ୍ତି । ସେଥିପାଇଁ ମୁଁ ଛୋଟ ପଦକ୍ଷେପ ନେବାକୁ ଯାଉଛି । ବ୍ୟକ୍ତିଗତ ରୋଜଗାର ଟଙ୍କାର କିଛି ଅଂଶ କଏଦୀମାନଙ୍କ ପାଇଁ ଦାନ କରିବାକୁ ଚାହୁଁଛି । ଯଦି ମୋର ଅବଦାନ ତିହାର ଜେଲ ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଏ ତେବେ ମୁଁ ଆଇନ ଅନୁସାରେ ଆୟକର ରିଟର୍ଣ୍ଣ ଦାଖଲ କରିବି ।

କାରଣ ମୁଁ ଏହି ଟଙ୍କା ନିଜେ ରୋଜଗାର କରିଛି । ଏହା କୌଣସି ଅପରାଧିକ କାର୍ଯ୍ୟକଳାପ ସହ ଜଡିତ ଟଙ୍କା ନୁହେଁ । ମୁଁ ଏବେ ମୋର ପରିବାର ଶାରାଦା ଆମ୍ମା ଫାଉଣ୍ଡେସନ ଚନ୍ଦ୍ରଶେଖର କର୍କଟ ଫାଉଣ୍ଡେସନ ମାଧ୍ୟମରେ ଅନେକ କଲ୍ୟାଣମୂଳକ କାର୍ଯ୍ୟ କରୁଛୁ । ଦକ୍ଷିଣ ଭାରତରେ ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ଏବଂ ପ୍ରତି ମାସରେ ଗରିବ ରୋଗୀଙ୍କୁ ମାଗଣା କେମୋଥେରାପି ମଧ୍ୟ ଦିଆଯାଉଛି । ଜେଲରେ ଜେଲର କିଛି କଏଦୀଙ୍କ ଦୁଃଖ ଦେଖି ମୋତେ କଷ୍ଟ ହେଉଛି । ସେମାନେ ଜାମିନ ବନ୍ଦୀ ଦେଇନପାରି ପରିବାର ଠାରୁ ଅଲଗା ରହୁଛନ୍ତି । ତେଣୁ ମୁଁ ସାହାଯ୍ୟ କରିବା ପାଇଁ ଚାହୁଁଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.