ETV Bharat / bharat

ଲିଙ୍ଗ ପରିବର୍ତ୍ତନ କରି ଝିଅ ହୋଇଥିଲେ, ସମାଜ ଗ୍ରହଣ ନକରିବାରୁ ଜୀବନ ହାରିଲେ

author img

By

Published : Mar 8, 2023, 6:56 AM IST

ମହାରାଷ୍ଟ୍ରର ଗୋରେଗାଓଁ ଅଞ୍ଚଳରେ କିନ୍ନରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ଲିଙ୍ଗ ପରିବର୍ତ୍ତନ ପରେ ସମାଜ ଗ୍ରହଣ ନକରିବାରୁ ମାନସିକ ଚାପରେ ଥିଲେ । ଅଧିକ ପଢ଼ନ୍ତୁ

transgender Girl dies by committed suicide in mumbai
ମୁମ୍ବାଇରେ କିନ୍ନରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ

ମୁମ୍ବାଇ: ଲିଙ୍ଗ ପରିବର୍ତ୍ତନ କରି ଝିଅ ହୋଇଥିଲେ । ହେଲେ ଗ୍ରହଣ କଲାନି ସମାଜ । ମାନସିକ ଚାପରେ ରହି ଶେଷରେ ଜୀବନ ହାରିଲେ । ମହାରାଷ୍ଟ୍ରର ଗୋରେଗାଓଁ ଜନବନ୍ତନଗରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ୩୭ ବର୍ଷୀୟ ଜୋଏନା । ମହିଳାଙ୍କ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତଦେହ ପାଖରୁ ପୋଲିସ ଏକ ସୁଇସାଇଡାଲ ନୋଟ୍‌ ଜବତ କରିଛି । ଯେଉଁଥିରେ ସେ ମାନସିକ ଚାପରେ ରହି ଜୀବନ ହାରିଥିବା କଥା ଲେଖିଛନ୍ତି । ଏହି ଘଟଣା ନେଇ ଗୋରେଗାଓଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

ମୃତ ମହିଳା ଜଣକ ପଶ୍ଚିମବଙ୍ଗ କୋଲକାତାର ହୋଇଥିବା ଜଣାପଡ଼ିଛି । ସେ ମୁମ୍ବାଇ ସ୍ଥିତ ଗୋରେଗାଓଁ ଜନବନ୍ତନଗଗରେ ଏକ ଫ୍ଲାଟରେ ରହୁଥିଲେ । ୨୦୧୮ରେ କାମ କରିବାକୁ ଜୋଏନା ମୁମ୍ବାଇ ଆସିଥିଲେ । ସେବେଠାରୁ ସେ ଉକ୍ତ ଫ୍ଲାଟରେ ନିଜ ସାଙ୍ଗ ସହ ରହୁଥିଲେ । ସକାଳୁ ତାଙ୍କ ସାଙ୍ଗ ଚୁଟି କାଟିବା ପାଇଁ ସେଲୁନ ଯାଇଥିଲେ । ଦିନ ୧୦.୩୦ ରେ ସେ ଯେତେବେଳେ ରୁମକୁ ଆସି ଦେଖନ୍ତି ତ ଜୋଏନା ଅଚେତ ଅବସ୍ଥାରେ ପଡ଼ି ରହିଥିଲେ । ଏହାପରେ ସେ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: Engineering student murder: ମୁଖ୍ୟ ଅଭିଯୁକ୍ତର ଗାର୍ଲ ଫ୍ରେଣ୍ଡକୁ ଗିରଫ କଲା ପୋଲିସ

ତଦନ୍ତ ପରେ ଜଣାପଡ଼ିଥିଲା ଯେ, ଜୋଏନାଙ୍କ ଆତ୍ମହତ୍ୟା ଜନିତ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ପାଖରୁ ଏକ ସୁଇସାଇଡାଲ ନୋଟ ଜବତ କରିଥିଲା ପୋଲିସ । ଯେଉଁଥିରେ ଲେଖା ହୋଇଥିଲା ଯେ, କିଛି ବର୍ଷ ପୂର୍ବେ ସେ ତାଙ୍କ ଲିଙ୍ଗ ପରିବର୍ତ୍ତନ କରି ଝିଅ ହୋଇଥିଲେ । କିନ୍ତୁ କେହି ତାଙ୍କୁ ଝିଅ ରୂପେ ଗ୍ରହଣ କରିନଥିଲା । ତେଣୁ ସେ ମାନସିକ ଚାପରେ ଥିଲେ । ଏହା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ଅନ୍ୟପଟେ ପୋଲିସ ଏହି ଘଟଣାରେ ଜୋଏନାଙ୍କ ସାଙ୍ଗଙ୍କ ବୟାନ ରେକର୍ଡ କରି ତଦନ୍ତ କରୁଛି । ତେବେ ତାଙ୍କ ମୃତ୍ୟ ନେଇ ପୋଲିସ କାହାକୁ ସନ୍ଦେହ କରିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.