ଭୋପାଳ: ଆଜିର ବିଜ୍ଞନ ଯୁଗରେ ମଧ୍ୟ ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ । ଯେଉଁଠାରେ ମଣିଷ ବିଜ୍ଞାନ ମାହାକାଶ ଉପରେ ଗବେଷଣା କରୁଛି ସେଇଠି ଅନ୍ଧବିଶ୍ବସାର ଅସ୍ତିତ୍ବକୁ ଜାହିର କରାଉଛି । ମଧ୍ୟପ୍ରଦେଶର ସିହାୱାଲ ବିଧାନସଭା ଅନ୍ତର୍ଗତ ବଡା ଗ୍ରାମରୁ ଏପରି ଏକ ଘଟଣା ଘଟିଛି, ଯେଉଁଠାରେ ଜଣେ ମହିଳା ନିଜ ଜିଭ କାଟି ଦେବୀ ମାଁକୁ ସମର୍ପଣ କରିଛନ୍ତି ।
ସୂଚନାଅନୁସାରେ, ରାଜକୁମାରୀ ପଟେଲ ନାମକ ଜଣେ ୨୦ ବର୍ଷୀୟ ଯୁବତୀ ପିତା ଲାଲମାନି ପଟେଲ ଏବଂ ମାଙ୍କ ସହ ପ୍ରତିଦିନ ବଡା ଗାଁର ପ୍ରସିଦ୍ଧ ଦେବୀ ମାଆଙ୍କ ନିକଟକୁ ପୂଜାର୍ଚ୍ଚନା କରିବା ପାଇଁ ଆସନ୍ତି । ହେଲେ ସେ ଗତକାଲି(ଶୁକ୍ରବାର) ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ମାଆଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜ ଜିଭ କାଟି ମା କାଳୀଙ୍କ ପାଦତଳେ ସମର୍ପଣ କରିଦେଇଥିଲେ (Girl cut her tongue and throw in temple) ।
ଏହି ଖବରପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଜମିଥିଲା । ଖବରପାଇ ସ୍ଥାନୀୟ ଆମିଲିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଭଳି କାର୍ଯ୍ୟ ଦ୍ବାରା ଜୀବନ ଯିବାର ସମ୍ଭାବନା ରହିଛି ।