ETV Bharat / bharat

ପୋଖରାନରେ ଆକାଶ ମିସାଇଲର ସଫଳ ପରୀକ୍ଷଣ - ମିସାଇଲର ସଫଳ ପରୀକ୍ଷଣ

ରାଜସ୍ଥାନର ପୋଖରାନାଠାରେ ଆକାଶ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ଅଧିକ ପଢନ୍ତୁ...

ପୋଖରାନରେ ଆକାଶ ମିସାଇଲର ସଫଳ ପରୀକ୍ଷଣ
ପୋଖରାନରେ ଆକାଶ ମିସାଇଲର ସଫଳ ପରୀକ୍ଷଣ
author img

By

Published : Mar 26, 2021, 12:25 PM IST

ଜୟପୁର: ଭାରତର ସ୍ଥଳସେନାକୁ ମିଳିଛି ଏକ ବଡ ସଫଳତା । ରାଜସ୍ଥାନର ଜୈସଲମେର ଜିଲ୍ଲାରେ ଥିବା ପୋଖରାନ ଫାୟାରିଙ୍ଗ ରେଞ୍ଜରେ ଆକାଶ ମିସାଇଲର ସଫଳ ପରୀକ୍ଷଣକୁ ଶେଷ କରିଛି । ଏହି ମିସାଇଲ୍ ସିଷ୍ଟମ ସହିତ ବିମାନଟି 30 କିଲୋମିଟର ଦୂରତା ଏବଂ 18 ହଜାର ମିଟର ଉଚ୍ଚତା ପର୍ଯ୍ୟନ୍ତ ଟାର୍ଗେଟ କରାଯାଇପାରିବ ।

ପୋଖରାନରେ ଆକାଶ ମିସାଇଲର ସଫଳ ପରୀକ୍ଷଣ

ଏ ସମ୍ପର୍କରେ ଭାରତୀୟ ସେନାର ସାଉଥ୍ ୱେଷ୍ଟର୍ଣ୍ଣ କମାଣ୍ଡ ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହି ସୂଚନା ଦେଇଛି । ସାମରିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆକାଶ କ୍ଷେପଣାସ୍ତ୍ର ବା ମିସାଇଲ ଗତ ମଙ୍ଗଳବାର ତଥା ମାର୍ଚ୍ଚ 23 ତାରିଖରେ ଜୈସଲମେରର ପୋଖରାନ୍ ଫିଲ୍ଡ ଫାୟାରିଂ ରେଞ୍ଜରେ ସଫଳତାର ସହ ପରୀକ୍ଷଣ କରାଯାଇଥିଲା, ଯାହା ଦକ୍ଷିଣ ପାଶ୍ଚାତ୍ୟ କମାଣ୍ଡର ସର୍ବବୃହତ ଗୁଳି ବିନିମୟ ଅଟେ ।

ଏହି ମିସାଇଲ୍ ସିଷ୍ଟମ ସାହାଯ୍ୟରେ ବିମାନଟି 30 କିଲୋମିଟର ଦୂରତା ଏବଂ 18 ହଜାର ମିଟର ଉଚ୍ଚତା ପର୍ଯ୍ୟନ୍ତ ଟାର୍ଗେଟ କରିପାରିବ । ଏହାସହିତ ଆକାଶ କ୍ଷେପଣାସ୍ତ୍ରରେ ଯୁଦ୍ଧ ବିମାନ, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ବାୟୁରୁ ଭୂପୃଷ୍ଠ କ୍ଷେପଣାସ୍ତ୍ର ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆଦିଗୁଡ଼ିକ ବାୟୁମଣ୍ଡଳରେ ଲକ୍ଷ୍ୟକୁ ଭେଦିବାର କ୍ଷମତା ରହିଛି । ଏହି ଆକାଶ ମିସାଇଲ DRDO ଦ୍ବାରା ନିର୍ମାଣ କରାଯାଇଥିବା ବେଳେ ଏହା ଦେଶର ସ୍ଥଳ ଓ ବାୟୁସେନାକୁ ଅପରେସନ ସର୍ଭିସରେ ସାହାଯ୍ୟ କରିବ ।

ରାଜ୍ୟରେ ଜୈସଲମେର ଜିଲ୍ଲାରେ ଥିବା ଏହି ପୋଖରାନଠାରେ ମିସାଇଲକୁ ପରୀକ୍ଷଣ କରାଯାଏ । ଏହା ଭାରତୀୟ ସେନାର ଏକ ବଡ ଫାୟାରିଂ ରେଞ୍ଜ ହୋଇଥିବା ବେଳେ ବର୍ଷରେ ଅନେକ ଥର ଏଠାରେ ଶସ୍ତ୍ର, ମିସାଇଲ ଆଦିର ପରୀକ୍ଷଣ କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.