ETV Bharat / bharat

ଜାତୀୟ ସ୍ବାର୍ଥ ପ୍ରତି ଧୋକା କରିଛନ୍ତି ମୋଦି, SEO ସମ୍ମିଳନୀରେ ଚାଇନିଜ୍‌ ମ୍ୟାପ୍‌କୁ ନେଇ ସ୍ବାମୀଙ୍କ ସମାଲୋଚନା

author img

By

Published : Oct 16, 2022, 10:25 PM IST

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବରିଷ୍ଠ ନେତା ସୁ୍ବ୍ରମଣ୍ୟମ ସ୍ବାମୀ । କହିଲେ SEO ରେ ଅଂଶଗ୍ରହଣ କରି ଦେଶବାସୀଙ୍କୁ ଦେଇଛନ୍ତି ଧୋକ୍କା (Subramanian Swamy slams PM Modi)। ଚୀନ ରାଷ୍ଟ୍ରପତି ପ୍ରଦର୍ଶିତ କରିଥିବା ମାନଚିତ୍ରରେ ଲଦାଖ ଓ ଅରୁଣାଚଳ ପ୍ରଦେଶକୁ ଚୀନର ଅଂଶ ବୋଲି କରାଯାଇଥିଲା ଚିତ୍ରଣ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସ୍ବାମୀ, କହିଲେ SEOରେ ଅଂଶଗ୍ରହଣ ଦେଶର ଜାତୀୟ ସ୍ବାର୍ଥ ପ୍ରତି ବିଶ୍ବାସଘାତକତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ ଦଳର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ । ସଂଘାଇ ସହଯୋଗ ସମ୍ମିଳନୀରେ (SCO summit) ଅଂଶଗ୍ରହଣ କରି ମୋଦି ଦେଶର ଜାତୀୟ ସ୍ବାର୍ଥ ପ୍ରତି ବିଶ୍ବାସଘାତକତା କରିଛନ୍ତି ବୋଲି କହିଛନ୍ତି ସ୍ବାମୀ । ସେଠାରେ ସେ ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ ସହ ସାକ୍ଷାତ କରିଥିଲେ । ଜିନପିଙ୍ଗ ସମ୍ମିଳନୀରେ ଚୀନର ଯେଉଁ ମାନଚିତ୍ର ପ୍ରଦର୍ଶିତ କରିଥିଲେ, ସେଥିରେ ଲଦାଖ ଓ ଅରୁଣାଚଳ ପ୍ରଦେଶର କିଛି ଅଂଶକୁ ଚୀନର ବୋଲି ଦର୍ଶାଯାଇଥିଲା । ଯାହା ଭାରତର ଜାତୀୟ ସ୍ବାର୍ଥ ପ୍ରତି ଏକ ବିଶ୍ବାସଘାତକତା ବୋଲି ସ୍ବାମୀ ଅଭିଯୋଗ କରିଛନ୍ତି (Subramanian Swamy slams PM Modi) ।

ସ୍ବାମୀ ଟ୍ବିଟରେ ଲେଖିଛନ୍ତି, ଉଜବେକିସ୍ତାନରେ ହୋଇଥିବା ଚଳିତ ଏସସିଓ ସମ୍ମିଳନୀରେ ଚୀନ ଦ୍ବାରା ଯେଉଁ ମାନଚିତ୍ର ପ୍ରସ୍ତୁତ କରାଯାଇଥିଲା, ସେଥିରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଲଦାଖ ଓ ଅରୁଣାଚଳ ପ୍ରଦେଶର କିଛି ଅଂଶ ଚୀନର ବୋଲି ଦର୍ଶାଯାଇଛି । ଋଷ ମଧ୍ୟ ଚୀନର ଏପରି ପ୍ରସ୍ତାବିତ ମାନଚିତ୍ର ନେଇ ଆପତ୍ତି ଉଠାଇବା ପରିବର୍ତ୍ତେ ନିଜ ମାନଚିତ୍ରରେ ଚୀନ ଦ୍ବାରା ଚିତ୍ରଣ କରାଯାଇଥିବା ଏହି ଅଂଶକୁ ଚୀନର ମୂଳଅଂଶ ବୋଲି ମଧ୍ୟ ସ୍ଥାନ ଦେଇଛି । ତେବେ ଏହିପରି ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଅଂଶଗ୍ରହଣ କରିବା ଦେଶର ଜାତୀୟ ସ୍ବାର୍ଥ ପ୍ରତି ବିଶ୍ବାସଘାତକତା ବୋଲି ମଧ୍ୟ କହିବାକୁ ପଛାଇନାହାନ୍ତି ସ୍ବାମୀ ।

  • Modi betrayed India’s national interest by going to SCO Meet despite Xi distributing Chinese map in SCO Meet showing Ladakh and Arunachal as part of China and with Chinese names in the “official” Atlas !! Final kick to India:Russia has adopted Chinese names in their map !!

    — Subramanian Swamy (@Swamy39) October 16, 2022 " class="align-text-top noRightClick twitterSection" data=" ">

ତେବେ ଏହି ପୋଷ୍ଟ ଟ୍ବିଟରରେ ଝଡ ସୃଷ୍ଟି କରିଥିବାବେଳେ, ଜଣେ ବ୍ୟବହାରକାରୀ ସ୍ବାମୀଙ୍କୁ ବର୍ତ୍ତମାନ ସୀମା ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ବର୍ତ୍ତମାନର ସ୍ଥିତିରେ କ’ଣ ଭାରତ ଏକ କ୍ଷୁଦ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ କି ବୋଲି ଜଣେ ବ୍ୟବହାରକାରୀଙ୍କ ପ୍ରଶ୍ନରେ ସ୍ବାମୀ ପ୍ରତିଉତ୍ତର ଦେଇ କହିଛନ୍ତି, କେବଳ କ୍ଷୁଦ୍ର ଯୁଦ୍ଧ କାହିଁକି ଆବଶ୍ୟକ ପଡିଲେ ବୃହତ ଯୁଦ୍ଧ କାହିଁକି ନୁହେଁ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.