ETV Bharat / bharat

ଶୁଭେନ୍ଦୁ ଅଧିକାରୀଙ୍କ ଟାର୍ଗେଟରେ ମମତା ବାନାର୍ଜୀ

ନନ୍ଦୀଗ୍ରାମର ପୋଲିଂ ବୁଥ ବୁଲି ଦେଖିଛନ୍ତି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ଏହି ଅବସରରେ ସେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢ଼ନ୍ତୁ...

author img

By

Published : Apr 1, 2021, 10:08 AM IST

ମମତା ବାନାର୍ଜୀଙ୍କୁ ଶୁଭେନ୍ଦୁ ଅଧିକାରୀଙ୍କ ଟାର୍ଗେଟ

କୋଲକାତା:‘ରାଜ୍ୟବାସୀ ରାଜ୍ୟର ଉନ୍ନତି ଧାରାରେ ସାମିଲ ହେବାକୁ ଭୋଟ ଦେବେ। କେବଳ ଲୋକଙ୍କୁ ମିଛ ଆଶ୍ବସନାକୁ ଭୋଟ ଦେବେନି ରାଜ୍ୟବାସୀ।’ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପଶ୍ଚିମବଙ୍ଗ ନନ୍ଦିଗ୍ରାମରୁ ପ୍ରତିଦ୍ବନ୍ଦିତା କରୁଥିବା ବିଜେପି ବିଧାୟକ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ନନ୍ଦୀଗ୍ରାମ ସମେତ 30ଟି ବିଧାନସଭା ଆସନରେ ଭୋଟିଂ ଆରମ୍ଭ ହୋଇଛି । ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ପ୍ରତିଦ୍ବନ୍ଦିତା କରୁଛନ୍ତି ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ।

ଗୁରୁବାର ନନ୍ଦୀଗ୍ରାମର ପୋଲିଂ ବୁଥ ବୁଲି ଦେଖିଥିଲେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ। ନନ୍ଦିଗ୍ରାମରେ ଭୋଟ ଦେବାପରେ ମମତା ବାନାର୍ଜୀଙ୍କ ଉପରେ ବର୍ଷିଥିଲେ ଶୁଭେନ୍ଦୁ ଅଧିକାରୀ । ସେ କହିଛନ୍ତି ଯେ, ‘ରାଜ୍ୟରେ ବେକାରୀ ସମସ୍ୟା ବଢ଼ିଥିବାରୁ ମମତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ରାଜ୍ୟର ଯୁବଗୋଷ୍ଠୀ । ଚାଷୀମାନେ ମଧ୍ୟ ମମତାଙ୍କ ଉପରେ ସନ୍ତୁଷ୍ଟ ନାହାଁନ୍ତି । ଅମ୍ଫାନ ବାତ୍ୟା ବେଳେ ମଧ୍ୟ ଲୋକଙ୍କ ପାଇଁ ଆସିଥିବା ସହାୟତାକୁ ମଧ୍ୟ ସେ ଆତ୍ମସାତ କରିଛନ୍ତି । ପଶ୍ଚିମବଙ୍ଗରେ ମମତାଙ୍କୁ ନେଇ କେହି ବି ଖୁସି ନାହାନ୍ତି।’

ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ନନ୍ଦିଗ୍ରାମ ବିଧାନସଭା ଆସନ ଉପରେ ସଭିଙ୍କ ନଜର ରହିଛି। କାରଣ ଏହି ଆସନରୁ ମମତା ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ 58ରୁ 80 ପ୍ରତିଶତ ଭୋଟଦାନ କରିବେ ବୋଲି ଆଶା ରଖିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ। ଶୁଭେନ୍ଦୁ ଅଧିକାରୀ। ଏଥିପାଇଁ ସେ ଲୋକଙ୍କୁ ବହୁଳ ମାତ୍ରା ଭୋଟ ଦେବାକୁ ଅପିଲ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.