ଜୟପୁର:ରକ୍ଷକ ସାଜିଲା ଭକ୍ଷକ। ବିପଦ ବେଳେ ଯାହା ପାଖକୁ ମଣିଷ ସାହାଯ୍ୟ ଆଶାରେ ଧାଇଁଯାଏ ଯଦି ସିଏ ହିଁ ତାର ସର୍ବସ୍ବ ଲୁଟି ନେବ ତେବେ କାହାକୁ ବିଶ୍ବାସ କରିବ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ । ତେବେ ରାଜସ୍ଥାନ ଅଲୱର ପୋଲିସ ଷ୍ଟେସନରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟର ପୋଲିସ ଷ୍ଟେସନ ପରିସରରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି।
ସୂଚନାମୁତାବକ, ପାରିବାରିକ କଳହରୁ ପୀଡିତା ମହିଳା ପୋଲିସ ଷ୍ଟେସନକୁ ଆସିବା ପରେ ଅଭିଯୁକ୍ତ ଭରତ ସିଂ ଉକ୍ତ ମହିଳାଙ୍କୁ ସାହାଯ୍ୟ ପାଇଁ ପ୍ରଲୋଭନ ଦେଖାଇ ଷ୍ଟେସନ ପରିସରରେ ଥିବା ଏକ କୋଠରୀରେ 3 ଦିନ ଧରି ଦୁଷ୍କର୍ମ କରିଥିଲେ। ଜୟପୁର ରେଞ୍ଜ ଆଇଜି ହାୱା ସଂ ଘୁମାରିଆ ଏବଂ ଅଲୱର ଏସପି ତେଜସ୍ୱିନୀ ଗୌତମ, ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଅଭିଯୁକ୍ତ ଭରତ ସିଂ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏନେଇ ତଦନ୍ତ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ