ETV Bharat / bharat

କୋରୋନାକୁ ମାତ ଦେଉଛି କୋଭାକ୍ସିନ-କୋଭିସିଲ୍ଡ ମିଶ୍ରଣ: ICMR - କୋଭାକ୍ସିନ୍ କୋଭିଶିଲ୍ଡର ମିଶ୍ରଣ

କୋରୋନାରୁ ବର୍ତ୍ତିବା ପାଇଁ କେଉଁ ଟିକା ବେଶୀ ପ୍ରଭାବଶାଳୀ ବୋଲି ତର୍କ ବିତର୍କ ଜାରି ରହିଥିବାବେଳେ ICMR ଦେଇଛି ଗୋଟିଏ ବଡ ଖବର । ଅଧିକ ପଢନ୍ତୁ...

କୋଭିଡକୁ ମାତ୍ ଦେବ ଟିକାର ମିଶ୍ରଣ
କୋଭିଡକୁ ମାତ୍ ଦେବ ଟିକାର ମିଶ୍ରଣ
author img

By

Published : Aug 8, 2021, 12:52 PM IST

Updated : Aug 8, 2021, 3:38 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ବିରୋଧରେ ଚାଲିଥିବା ଲଢ଼େଇ ମଧ୍ୟରେ ଏକ ବଡ଼ ତଥା ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, କୋଭାକ୍ସିନ୍ ଏବଂ କୋଭିସିଲ୍ଡର ମିଶ୍ରଣ ଟିକା କୋଭିଡ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ।

ଅଧ୍ୟୟନ ଅନୁଯାୟୀ, ଆଡେନୋଭାଇରସ୍ ଭେକ୍ଟର ପ୍ଲାଟଫର୍ମ-ଆଧାରିତ ଟିକାର ମିଶ୍ରଣ ସହିତ ଟୀକାକରଣ ଭାଇରସକୁ ନିଷ୍କ୍ରିୟ କରିବା ସହିତ ଏହା ସୁରକ୍ଷିତ ଅଟେ । କେବଳ ଏତିକି ନୁହେଁ, ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।

କୋରୋନା ଭ୍ୟାକ୍ସିନକୁ ନେଇ ସାରା ବିଶ୍ବରେ ଜାରି ରହିଛି ଅନୁସନ୍ଧାନ । ଭିନ୍ନ ଭିନ୍ନ ଭ୍ୟାକ୍ସିନ ଡୋଜ ଦେବା ଦ୍ବାରା କୋରୋନା ବିରୋଧରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ । ଏହାରି ମଧ୍ୟରେ ଭାରତରେ ଏକ ଷ୍ଟଡିର ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ମିକ୍ସ ଭ୍ୟାକ୍ସିନ ବ୍ୟବହାରୁ ମିଳିଛି ପଜିଟିଭ ରିପୋର୍ଟ ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ(ICMR) ଷ୍ଟଡିରୁ ଜଣାପଡିଛି ଯେ ପ୍ରଥମ ଡୋଜ କୋଭିସିଲ୍ଟ ଓ ଦ୍ବିତୀୟ ଡୋଜ କୋଭାକ୍ସିନ ଦେବା ଦ୍ବାରା ଭାଇରସ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି ଦେଖିବାକୁ ମିଳିଛି ।

ଚଳିତ ବର୍ଷ ମେ ଓ ଜୁନ ମାସରେ କରାଯାଇଥିଲା ଏହି ଷ୍ଟଡି । ଆଡିନୋଭାଇରସ ଭ୍ୟକ୍ଟର ଉପରେ ଆଧାରିତ ଦୁଇଟି ଭିନ୍ନଭିନ୍ନ ଭ୍ୟାକ୍ସିନର କୋକଟେଲ କେବଳ କୋରୋନା ବିରୋଧରେ ପ୍ରଭାବଶାଳୀ ନୁହେଁ, ବରଂ ଭାଇରସର ଭିନ୍ନ ଭିନ୍ନ ଭ୍ୟାରିଆଣ୍ଟକୁ ମାତ୍‌ ଦେବାରେ ମଧ୍ୟ ସକ୍ଷମ ବୋଲି ଏଥିରୁ ଜଣାପଡିଛି ।

ଷ୍ଟଡିରେ ୯୮ ଜଣଙ୍କୁ ସାମିଲ କରାଯାଇଥିଲା । ଏଥିରେ ୪୦ ଜଣଙ୍କୁ କୋଭିସିଲ୍ଡର ଦୁଇଟି ଡୋଜ ଓ ୪୦ ଜଣଙ୍କୁ କୋଭାକ୍ସିନର ଦୁଇଟି ଡୋଜ ଦିଆଯାଇଥିଲା । ୧୮ ଜଣ ଏପରିଥିଲେ ଯେଉଁମାନଙ୍କୁ ପ୍ରଥମ ଡୋଜ କୋଭିସିଲ୍ଟ ଓ ଦ୍ବିତୀୟ ଡୋଜ କୋଭାକ୍ସିନ ଦିଆଯାଇଥିଲା ।

ଯେଉଁମାନଙ୍କୁ ଭ୍ୟାକ୍ସିନର ଅଲଗା ଅଲଗା ଡୋଜ ଦିଆଯାଇଥିଲା, ସେମାନଙ୍କଠାରେ କୋରୋନାର ଆଲ୍ଫା, ବିଟା ଓ ଡେଲ୍‌ଟା ଭ୍ୟାରିଆଣ୍ଟ ବିରୋଧରେ ରୋଗପ୍ରତିରୋଧକ ଶକ୍ତି ଅଧିକ ଦେଖିବାକୁ ମିଳିଛି । ଏଥିସହ ଆଣ୍ଟିବଡି ଓ ନ୍ୟୁଟ୍ରଲାଇଜିଙ୍ଗ ଆଣ୍ଟିବଡିର ମାତ୍ରା ମଧ୍ୟ ଅଧିକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 8, 2021, 3:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.