ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଛାତ୍ର । ଦିଲ୍ଲୀ ବିଶ୍ବବିଦ୍ୟାଳୟ ଓ ଅନ୍ୟାନ୍ୟ ଘରୋଇ କଲେଜ ଛାତ୍ରଛାତ୍ରୀମାନେ ଗାଜିପୁରରେ ଆନ୍ଦୋଳନକାରୀଙ୍କ ସହିତ ସାମିଲ ହୋଇଛି ।
ଏହା ସହ ଏହି ମାମଲାରେ ଆମେ କୃଷକଙ୍କ ସହିତ ଅଛୁ । କୃଷି କ୍ଷେତ୍ରକୁ ଘରୋଇକରଣ କରିବାକୁ ସରକାର କରୁଥିବା ପ୍ରୟାସ କେବଳ ଚାଷୀଙ୍କ ଆଘାତ ଦେଇଛି ତା ନୁହେଁ । ଏହା ସରକାରଙ୍କ ଆଭିମୁଖ୍ୟକୁ ପଦାରେ ପକାଇଛି ବୋଲି ଆନ୍ଦୋଳନରେ ଯୋଗ ଦେଇଥିବା କିଛି ଛାତ୍ର କହିଛନ୍ତି ।
ସେହିପରି ସବୁ କ୍ଷେତ୍ରରେ ସରକାର ଘରୋଇ କରଣ କରୁଛନ୍ତି । ଯାହା ଦେଶର ଅର୍ଥନୀତି ପାଇଁ ଠିକ୍ ନୁହେଁ ବୋଲି ମଧ୍ୟ କିଛି ଛାତ୍ର କହିଛନ୍ତି । ଅନ୍ୟପଟେ ସବୁ କ୍ଷେତ୍ରରେ ଘରୋଇକରଣ ପାଇଁ ସବୁକିଛି କର୍ପୋରେଟ ହାତକୁ ଚାଲିଯାଉଥିବାର ମଧ୍ୟ ଛାତ୍ରମାନେ କହିଛନ୍ତି ।
ସୂଚନାଥାଉକି, କେନ୍ଦ୍ର ସରକାରଙ୍କ 3ଟି କୃଷି ଆଇନକୁ ବିରୋଧ କରି କୃଷକ ମାନେ ଦିଲ୍ଲୀ ସୀମାରେ ଧାରଣା ବସିଛନ୍ତି ।