ETV Bharat / bharat

ପରୀକ୍ଷାରେ ୧୦୦ରୁ ୧୫୦ ରଖି ଫେଲ୍‌ ହେଲେ ଛାତ୍ର, ଚର୍ଚ୍ଚାରେ ବିଶ୍ବବିଦ୍ୟାଳୟ

ଯୁକ୍ତ ୩ ପରୀକ୍ଷାରେ ଧାର୍ଯ୍ୟ ନମ୍ବର ଠାରୁ ଅଧିକ ନମ୍ବର ରଖି ମଧ୍ୟ ଫେଲ୍‌ ହେଲେ ଛାତ୍ର । ଅଭିଯୋଗ ପରେ ତ୍ରୁଟିଥିବା ଦର୍ଶାଇଲେ କଲେଜ ଅଧିକାରୀ । ଅଧିକ ପଢନ୍ତୁ

ବିଶ୍ବବିଦ୍ୟାଳୟର ମନମୁଖୀ କାର୍ଯ୍ୟ, ପରୀକ୍ଷାରେ ୧୦୦ରୁ ୧୫୦ ରଖିଲେ ଛାତ୍ର

author img

By

Published : Aug 1, 2022, 2:14 PM IST

ପାଟଣା: ବିହାରର ଲଲିତ ନାରାୟଣ ମିଥିଲା ବିଶ୍ବବିଦ୍ୟାଳୟ (Lalit Narayan Mithila University) ଏବେ ଚର୍ଚ୍ଚାରେ । ପରିକ୍ଷାରେ ଧାର୍ଯ୍ୟ ନମ୍ବରରୁ ଅଧିକ ନମ୍ବର ରଖିଛନ୍ତି ଜଣେ ଛାତ୍ର । ଏକ ପେପରରେ ମୋଟ ୧୦୦ ନମ୍ବରରୁ ସେ ୧୫୦ ନମ୍ବର ରଖିଛନ୍ତି । ଛାତ୍ର ଜଣଙ୍କ ହେଉଛି ଅନମୋଲ କୁମାର, ସେ ରାଜନୀତି ବିଜ୍ଞାନ ଅନର୍ସରେ ଯୁକ୍ତ ତିନିର ତୃତୀୟ ବର୍ଷର ଛାତ୍ର । କିଛିଦିନ ପୂର୍ବେ ପରୀକ୍ଷା ହୋଇଥିବା ବେଳେ ଜୁନ ୩୦ରେ ଫଳାଫଳ ପ୍ରକାଶ ପାଇଥିଲା ।

ଯେଉଁଥିରେ ଅନମୁଲ ଅନର୍ସର ଚତୁର୍ଥ ପେପରରେ ଧାର୍ଯ୍ୟ ନମ୍ବର ଠାରୁ ଅଧିକ ରଖିଥିବା ଜଣାପଡିଥିଲା । ମୋଟ ୧୦୦ ନମ୍ବରର ସେ ୧୫୦ ନମ୍ବର ରଖିଥିଲେ । ଯାହା ସେ ନିଜେ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେ ମୋଟ ୪୨୦ ନମ୍ବର ରଖିଥିଲେ ମଧ୍ୟ ଫେଲ ହୋଇଥିଲେ । ଏତେ ନମ୍ବର ରଖିବା ପରେ ମଧ୍ୟ ସେ କେମିତି ଫେଲ ହେଲେ ସେନେଇ ସେ ଅନୁସନ୍ଧାନ କରିଥିଲେ ।

ଏନେଇ ସେ ଏମଆରଜେଡି ଇଣ୍ଟର କଲେଜର ଅଧ୍ୟକ୍ଷଙ୍କୁ ଏହି ବିଷୟରେ ଅଭିଯୋଗ କରିଥିଲେ । ଏହାପରେ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ ବିଶ୍ୱବିଦ୍ୟାଳୟ ପ୍ରଥମେ ଏହାର ଅଫିସିଆଲ୍ ୱେବସାଇଟରୁ ମାର୍କ ସିଟ୍ ହଟାଇ ଦେଇଛି । ତେବେ ଟାଇପିଂ ତ୍ରୁଟି ଯୋଗୁ ଏପରି ହୋଇଥିଲା କଲେଜର ଜଣେ ଅଧିକାରୀ ସଫେଇ ଦେଇଛନ୍ତି । ତ୍ରୁଟି ସଂଶୋଧନ କରିବା ପରେ ନୂତନ ମାର୍କସିଟ୍ ପ୍ରଦାନ କରାଯାଇଥିଲା । ତେବେ ଏହି ମାର୍କସିଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.