ETV Bharat / bharat

ପୁଲଓ୍ବାମା ଆକ୍ରମଣକୁ ନେଇ ଫେସବୁକରେ ଆପତ୍ତିଜନକ ପୋଷ୍ଟ, ଯୁବକଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ

author img

By

Published : Nov 1, 2022, 10:36 PM IST

ପୁଲଓ୍ବାମା ଆକ୍ରମଣକୁ ନେଇ ଫେସବୁକରେ ଆପତ୍ତିଜନକ ପୋଷ୍ଟ । ପୁଲଓ୍ବାମା ଆକ୍ରମଣକୁ ନେଇ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିଥିଲେ ଯୁବକ । ୫ବର୍ଷର ଜେଲ ଦଣ୍ଡା ଦେଶ ଶୁଣାଇଲେ ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର କୋର୍ଟ । ଅଧିକ ପଢନ୍ତୁ

ପୁଲଓ୍ବାମା ଆକ୍ରମଣ
ପୁଲଓ୍ବାମା ଆକ୍ରମଣ

ବେଙ୍ଗାଲୁରୁ: ପୁଲଓ୍ବାମା ଆକ୍ରମଣ( Pulwama attack)କୁ ନେଇ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିବା ଇଞ୍ଜିନିୟର ଯୁବକଙ୍କୁ ପଡିଲା ମହଙ୍ଗା । ୫ବର୍ଷର ଜେଲ ଦଣ୍ଡା ଦେଶ ଶୁଣାଇଲେ ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର କୋର୍ଟ । ଏଥିସହ ଯୁବକଙ୍କୁ ୨୫ ଜହାର ଟଙ୍କାର ଜୋରିମାନା ଦେବାକୁ କହିଛନ୍ତି ସ୍ବତନ୍ତ୍ର କୋର୍ଟ । କେନ୍ଦ୍ରୀୟ ଅପରାଧ ଶାଖା (CCB) ସୋମବାର ଦିନ କହିଛି ଯେ ବେଙ୍ଗାଲୁରୁର କାଚରାକାନାହଲୀ ନିବାସୀ ଫୈଜ ରସିଦ ଗତ ଫେବୃଆରୀ ୨୦୧୯ ରେ ଗିରଫ ହେବା ପରଠାରୁ ଜେଲରେ ଅଛନ୍ତି ।

ଗତ ୨୦୧୯ ଫେବୃୟାରୀ ୧୪ ତାରିଖରେ ହୋଇଥିବା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ଶହୀଦ ହୋଇଥିଲେ । ଏହାକୁ ନେଇ ଦୁଃଖପ୍ରକାଶ କରିବା ବଦଳରେ ଇଞ୍ଜିନିୟରିଂ ପାଠ ପଢୁଥିବା ଛାତ୍ର ଫୈଜ ରସିଦ ଫେସବୁକରେ ଏକ ଆପତ୍ତିଜନକ ପୋଷ୍ଟ କରି ଖୁସି ବ୍ୟକ୍ତ କରିଥିଲେ । ଏହି ଆପତ୍ତିଜନକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୋଲିସ ଯୁବକଙ୍କ ଫୋନକୁ ସିଜ କରିଥିଲା । ଏହାପରେ ତଦନ୍ତ ପାଇଁ ଫରେନସିକ ଲ୍ୟାବକୁ ପଠାଇଥିଲା । ତଦନ୍ତ ପରେ ଯୁବକଙ୍କ ବିରୋଧରେ ଆଇପିସି ଧାରା ୧୫୩ A, (ଧର୍ମ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତୃତାକୁ ପ୍ରୋତ୍ସାହନ),୧୨୪A (ଦେଶଦ୍ରୋହ) ,୨୦୧ ଏବଂ ଧାରା ୧୩ ଅଧୀନରେ ବେଆଇନ କାର୍ଯ୍ୟକଳାପ ନେଇ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ ଯୁବକଙ୍କୁ ଗିରଫ କରାଯାଇଥିଲା । ପରବର୍ତ୍ତି ସମୟରେ ଜାମିନ ଆବେଦନ କରାଯାଇଥିଲେ ମଧ୍ୟ କୋର୍ଟ ତାହା ପ୍ରତ୍ୟାଖ୍ୟାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-Morbi Bridge Collapse: ନଭେମ୍ବର ୧୪ରୁ ଶୁଣାଣି କରିବେ ସୁପ୍ରିମକୋର୍ଟ

ପୁଲଓ୍ବାମା ଆକ୍ରମଣକୁ ୩ ବର୍ଷ ପୁରିଥିବା ବେଳେ ଆଜିବି ମନେପଡେ ସେହି ଦିନର ସେ ଛାତିଥରା ଘଟଣା । ୨୦୧୯ ଫେବୃଆରୀ ୧୪ ତାରିଖରେ ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ଜମ୍ମୁ କାଶ୍ମୀରରୁ ଆସିଥିଲା ଦେଶକୁ ମର୍ମାହତ କରିଦେବା ଭଳି ଏକ ଦୁଃଖଦ ଖବର । ଚାରିଆଡେ ପ୍ରେମର ବାର୍ତ୍ତା ଦିଆଯାଉଥିବା ବେଳେ ଘୃଣାର ମଞ୍ଜି ବୁଣିଥିଲେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ ଏ ମହମ୍ମଦର ଆତଙ୍କବାଦୀ । ଜାମ୍ମୁ କାଶ୍ମୀର ପୁଲୱାମାର ଲେଥପୋରା ନିକଟରେ ଧାଡି ଧାଡ଼ି ହୋଇ ଯାଉଥିବା ସିଆରପିଏଫ୍‌ ଯବାନଙ୍କ ଗାଡିକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ ଆତଙ୍କବାଦୀ । ୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ କାର୍‌ ଯୋଗେ ଘଟାଇଥିଲେ ଏହି ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ଯବାନଙ୍କ ରକ୍ତରେ ଭିଜିଯାଇଥିଲା ରାଜପଥ । ଘଟଣାରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.