ETV Bharat / bharat

ବିହାର ମୁଖ୍ୟମନ୍ତ୍ରୀଙ୍କ କନଭୟ ଉପରକୁ ପଥର ମାଡ, ଗାଡିରେ ନଥିଲେ ନୀତିଶ - ବିହାର ମୁଖ୍ୟମନ୍ତ୍ରୀଙ୍କ କନଭୟ ଉପରକୁ ପଥର ମାଡ

ପାଟନାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କନଭୟ ଉପରେ ପଥର ମାଡ । ଗାଡିରେ ନଥିଲେ ନୀତିଶ । ଘଟଣାସ୍ଥଳରେ ପୋଲିସ । ଅଧିକ ପଢନ୍ତୁ

ବିହାର ମୁଖ୍ୟମନ୍ତ୍ରୀଙ୍କ କନଭୟ ଉପରକୁ ପଥର ମାଡ, ଉପସ୍ଥିତ ନଥିଲେ ନୀତିଶ
ବିହାର ମୁଖ୍ୟମନ୍ତ୍ରୀଙ୍କ କନଭୟ ଉପରକୁ ପଥର ମାଡ, ଗାଡିରେ ନଥିଲେ ନୀତିଶ
author img

By

Published : Aug 21, 2022, 10:00 PM IST

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କନଭୟ ଉପରକୁ ପଥରମାଡ ହୋଇଛି । ଆଜି ସଂଧ୍ୟାରେ ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀଙ୍କ କାଫିଲା ବାହାରିବା ବେଳେ ପଥର ମାଡ କରିଛନ୍ତି କିଛି ଅଜଣା ବ୍ୟକ୍ତିବିଶେଷ । ତେବେ ମୁଖ୍ୟମନ୍ତ୍ରୀ ନୀତିଶ ସେହି ସମୟରେ ଗାଡିରେ ନଥିବା କାରଣରୁ କୌଣସି ଅଘଟଣ ଘଟିନାହିଁ । ମୁଖ୍ଯମନ୍ତ୍ରୀଙ୍କ କାଫିଲାରେ ସାମିଲ ଏକାଧିକ ଗାଡି ନଷ୍ଟ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ହାଇଆଲର୍ଟ ଜାରି କରିଛି ।

ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ପ୍ରଧାନମନ୍ତ୍ରୀ ସମ୍ପର୍କିତ ବୟାନ ସାମ୍ନାକୁ ଆସିବା ପରେ ଏହି କିଛି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଯଦି ବିରୋଧୀ ଚାହାନ୍ତି ତେବେ ନୀତିଶ କୁମାର ଜଣେ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ତେଜସ୍ବୀ କହିଥିଲେ । ବିଜେପି ସହ ମେଣ୍ଟ ଭାଙ୍ଗି ମହାମେଣ୍ଟ ସହଯୋଗରେ ପୁଣି ସରକାର ଗଠନ କରିଥିବା ନୀତିଶ କୁମାରଙ୍କୁ ଆଗାମୀ 2024 ସାଧାରଣ ନିର୍ବାଚନରେ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମଧ୍ୟ ଚର୍ଚ୍ଚା ହେଉଛି ।

2024 ରେ ବିଜେପି ବିରୋଧରେ ମିଳିତ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତିଶ କୁମାର ସରକାର ଭାଙ୍ଗି ଦେଇଥିବା କିଛି ରାଜନୈତିକ ଦଳ ଅଭିଯୋଗ କରିବାରେ ଲାଗିଛି । ନୀତିଶ ନିଜେ ପ୍ରଧାନମନ୍ତ୍ରୀ ଚର୍ଚ୍ଚାକୁ ମଧ୍ୟ ସିଧାସଳଖ ଅସ୍ବୀକାର ନକରି ପରୋକ୍ଷରେ ବିଜେପି ବିରୋଧୀ ସଙ୍କେତ ମଧ୍ୟ ଦେଇ ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.