ETV Bharat / bharat

ପୁଣି ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ, ଭାଙ୍ଗିଲା ଟ୍ରେନର ଝରକା କାଚ

author img

By ETV Bharat Odisha Team

Published : Nov 24, 2023, 9:15 AM IST

ଖୋରଖପୁରରୁ ଲକ୍ଷ୍ନୌ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ। ଭାଙ୍ଗିଲା ଟ୍ରେନର ଝରକା କାଚ। ଅଧିକ ପଢନ୍ତୁ

Vande Bharat Express
Vande Bharat Express

ଲକ୍ଷ୍ନୌ: ପୁଣି ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ । ଖୋରଖପୁର-ଲକ୍ଷ୍ନୌ ବନ୍ଦେ ଭାରତ ଏକ୍ସପ୍ରେସକୁ ବାରବାଙ୍କି ନିକଟରେ ପଥର ମାଡ କଲେ ଦୁର୍ବୃତ୍ତ । ପଥର ମାଡରେ ଟ୍ରେନ C-6 କୋଚର ଝରକ କାଚ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଏନେଇ ଉତ୍ତରାଞ୍ଚଳ ରେଳବାଇର ବରିଷ୍ଠ ବିଭାଗୀୟ ବାଣିଜ୍ୟ ପରିଚାଳକ ରେଖା ଶର୍ମା ଏନେଇ ସୂଚନା ଦେଇଛନ୍ତି । କେଉଁ ବ୍ୟକ୍ତି ଏପରିକାଣ୍ଡ ଘଟାଇଲା ସେନେଇ ଜିଆରପି ଆରପିଏଫ ଦ୍ୱାରା ତଦନ୍ତ କରାଯାଉଛି । ଚାରି ମାସ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଏହା ଷଷ୍ଠ ପଥର ମାଡ଼ ଘଟଣା ।

ଜୁଲାଇ ମାସରେ ଖୋରଖପୁର-ଲକ୍ଷ୍ନୌ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିଥିଲା । ବାରମ୍ୱାର ଏହି ଟ୍ରେନକୁ ପଥର ମାଡ ହେବାରୁ ଏହାର ଝରକା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବାରବାଙ୍କିର ରସାଉଲି ଷ୍ଟେସନ ବାହାରେ ଏହି ଘଟଣା ଘଟିଛି । ଅପରାଧିଙ୍କୁ ଧରିବାକୁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ଅଗଷ୍ଟ 3 ତାରିଖରେ ଗୋରଖପୁର ଜଙ୍କସନରେ ଟ୍ରେନ ଉପରକୁପଥର ମାଡ ହୋଇଥିଲା । ଯାହା ଫଳରେ ଶୌଚାଳୟର କାଚ ଭାଙ୍ଗିଯାଇଥିଲା । ଏହି ଘଟଣାରେ ହେମରାଜ ପ୍ରଜାପତି ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Vande Bharat Express: ଫରକ୍କାରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ, ଯାତ୍ରୀ ଭୟଭୀତ

ଅଗଷ୍ଟ 6 ରେ ବାରବାଙ୍କିର ସଫେଦାବାଦ ରେଳ ଷ୍ଟେସନ ନିକଟରେ ବନ୍ଦେ ଭାରତକୁ ପଥର ମାଡ ହୋଇଥିଲା । ଯାହା ଫଳରେ ଏକ କୋଚ୍‌ର ଦୁଇଟି ଗ୍ଲାସ ଭାଙ୍ଗିଥିଲା। ସେପ୍ଟେମ୍ବର 15 ମାଲହୌର ଷ୍ଟେସନରେ ଟ୍ରେନ୍‌ ଉପରକୁ ପଥର ମାଡ଼ ଘଟଣା ସାମ୍ନାକୁ ଆସିଥିଲା । ଏଥିରେ କୋଚ୍‌ 4ର ଝରକା କାଚ ଭାଙ୍ଗିଯାଇଥିଲା ।

ଗତ ଜୁଲାଇ ମାସରେ ଧାରୱାନ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼ ହୋଇଥିଲା । ଫଳରେ ଟ୍ରେନର ଓ୍ବିଣ୍ଡୋ କାଚ୍‌ ଭାଙ୍ଗିଯାଇଥିଲା । ଦାଭେଙ୍ଗେର ଷ୍ଟେସନରୁ ଟ୍ରେନ ଛାଡିବାର କିଛି ସମୟ ପରେ ପଥର ମାଡ ହୋଇଥିଲା । କୌଣସି ଯାତ୍ରୀ ଏଥିରେ ଆହତ ହୋଇନଥିବା ବେଳେ ଟ୍ରେନ୍ ସେବା ପ୍ରଭାବିତ ହୋଇନଥିଲା । C4 କୋଚ୍‌ର ୱିଣ୍ଡୋର କାଚ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଗତ ମାର୍ଚ୍ଚ ମାସରେ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼ ହୋଇଥିଲା । ଜଲପାଇଗୁଡିରୁ ହାଓ୍ବଡା ଆସୁଥିବା ସମୟରେ ମୁର୍ସିଦାବାଦ ଜିଲ୍ଲାର ଫରକ୍କା ବ୍ରିଜ ନିକଟରେ କେହି ଦୁର୍ବୃତ୍ତ ଟ୍ରେନ ଉପରକୁ ପଥର ମାଡ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.