ETV Bharat / bharat

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ କନଭୟ ଉପରକୁ ପଥର ମାଡ - କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ

ବିହାର ବକ୍ସରରେ ଗତକାଲି(ଗୁରୁବାର) କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ କନଭୟ ଉପରକୁ ପଥର ମାଡ ହୋଇଛି । ଅଧିକ ପଢନ୍ତୁ

Stones pelted at Union minister Ashwini Choubeys convoy

author img

By

Published : Jan 13, 2023, 1:28 PM IST

ପାଟନା: କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ କନଭୟ ଉପରକୁ ପଥର ମାଡ । ଗତକାଲି(ଗୁରୁବାର) ପଥରମାଡ ହୋଇଥିବା ସୂଚନା । ବିହାର ବକ୍ସର ଜିଲ୍ଲାର ବନାରପୁର ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ପଥର ମାଡ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ବିରୋଧି ।

ସୂଚନାଅନୁସାରେ, ବକ୍ସରର ଚୌସା ସ୍ଥିତ ଥର୍ମାଲ ପାଓ୍ବାର ପ୍ଲାଣ୍ଟର ଜମି ଅଧିଗ୍ରହଣ ମାମଲାରେ କ୍ଷତିପୂରଣ ଦାବି କରି ଗତ ୩ ମାସ ଧରି ଚାଷୀମାନେ ଆନ୍ଦୋଳନ କରିଆସୁଛନ୍ତି । ତେବେ ବୁଧବାର ମଧ୍ୟରାତ୍ରିରେ ଏହି ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା । ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ବଚସା ହୋଇଥିଲା । ବୁଧବାର ରାତିରେ କ୍ରୋଧିତ ବିକ୍ଷୋଭକାରୀମାନେ ଥର୍ମାଲ ପ୍ଲାଣ୍ଟ ବାହାରେ ଥିବା ଗାଡିକୁ ଭାଙ୍ଗିବା ସହ ପୋଲିସ ଭ୍ୟାନ ମଧ୍ୟ ଭାଙ୍ଗିଥିବା ନେଇ ସୂଚନା ରହିଛି । ତେବେ ଏହି କ୍ରୋଧର ଶିକାର ହୋଇଥିଲେ କେନ୍ଦ୍ରମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: ରଣକ୍ଷେତ୍ର ପାଲଟିଲା ବକ୍ସର, ପୋଲିସ ଗାଡ଼ି ଜାଳିଦେଲେ କୃଷକ

ଗୁରୁବାର ଦିନ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ କୃଷକମାନଙ୍କ ସହ କଥାହେବା ପାଇଁ ବନାରପୁର ପହଞ୍ଚିଥିଲେ । ଏହି ସମୟରେ ସେ କୃଷ୍କମାନଙ୍କ ସହ ଆଲୋଚନା କରୁଥିବା ବେଳେ ଆନ୍ଦୋଳନକାରୀ ହଠାତ କ୍ରୋଧିତ ହୋଇଯାଇଥିଲେ । ବିକ୍ଷୋଭକାରୀମାନେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେବାସହ କନଭୟ ଉପରକୁ ପଥର ମାଡ କରିଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ଅଳ୍ପକେ ବର୍ତ୍ତିବା ସହ ତାଙ୍କୁ ସୁରକ୍ଷାବଳୟ ଭିତରେ ବାହାରକୁ ଅଣାଯାଇଥିଲା । ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ସୁରକ୍ଷାବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଛି ।

ଏଥିପାଇଁ କରାଯାଇଥିଲା ଆନ୍ଦୋଳନ: 2010-11 ପୂର୍ବରୁ ଥର୍ମାଲ ପାୱାର ପ୍ଲାଣ୍ଟ ଜମି ବିବାଦ ପାଇଁ ଏସଜେଭିଏନ ଦ୍ବାରା ଜମି ଅଧିଗ୍ରହଣ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଇଥିଲା । ଯେତେବେଳେ କମ୍ପାନୀ 2022ରେ କୃଷକଙ୍କ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଥିଲା, ସେତେବେଳେ କୃଷକମାନେ ବର୍ତ୍ତମାନ ହାର ଅନୁଯାୟୀ କ୍ଷତିପୂରଣ ଦେବାକି ଦାବି କରିଥିଲେ । କିନ୍ତୁ କମ୍ପାନୀ ତାହା ଦେବା ପାଇଁ ଅରାଜି ହୋଇଥିଲା । ସେହିଦିନ ଠାରୁ ଏହାକୁ ବିରୋଧ କରି ଚାଷୀ ଆନ୍ଦୋଳନ କରି ଆସୁଛନ୍ତି । ଏହି ସମୟରେ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଚାଷୀଙ୍କ ଘରେ ପସି ମହିଳା ଏବଂ ପୁରୁଷଙ୍କ ସମେତ ଶିଶୁଙ୍କ ଉପରେ ଲାଠି ଚାର୍ଜ କରିଥିଲା । ଏଥିରେ ଅନେକ ଚାଷୀ ଆହତ ହୋଇଥିବା ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ଚାଷୀମାନେ ବୁଧବାର ପୋଲିସ ଗାଡିରେ ନିଆଁ ମଧ୍ୟ ଲଗାଇଦେଇଥିଲେ । ଘଟଣାସ୍ଥଳ ପୁରା ଋଣକ୍ଷେତ୍ର ପାଲଟିଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.