ETV Bharat / bharat

ଧାରୱାନ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ

ଧାରୱାନ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ । ଭାଙ୍ଗିଲା ଟ୍ରେନ କାଚ । ଅଧିକ ପଢନ୍ତୁ

Dharwad Bengaluru Vande Bharat Express
Dharwad Bengaluru Vande Bharat Express
author img

By

Published : Jul 2, 2023, 8:55 AM IST

ବେଙ୍ଗାଲୁରୁ: ପୁଣି ସାମ୍ନାକୁ ଆସିଲା ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ ଘଟଣା । ନୂଆକରି ଉଦଘାଟିତ ହୋଇଥିବା ଧାରୱାନ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ ହୋଇଥିବା ସୂଚନା ମିଳିଛି । ଫଳରେ ଟ୍ରେନର ଓ୍ବିଣ୍ଡୋ କାଚ ଭାଙ୍ଗିଯାଇଛି । ଏହି ଘଟଣାରେ କେହି ଯାତ୍ରୀ ଆହତ ହୋଇନଥିବା ଜଣାପଡିଛି ।

ଶନିବାର ଅପରାହ୍ନରେ ଦାଭେଙ୍ଗେର ଷ୍ଟେସନରୁ ଟ୍ରେନ ଛାଡିବାର କିଛି ସମୟ ପରେ ପଥର ମାଡ ହୋଇଥିଲା । କୌଣସି ଯାତ୍ରୀ ଏଥିରେ ଆହତ ହୋଇନଥିବା ବେଳେ ଟ୍ରେନ୍ ସେବା ପ୍ରଭାବିତ ହୋଇନଥିଲା । C4 କୋଚର ୱିଣ୍ଡୋର କାଚ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ଟ୍ରେନ ଭିତର କିଛି କ୍ଷତି ହୋଇନଥିବା ରେଳ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଟ୍ରେନ ଉପରୁ ପଥର ମାଡ କରିଥିବା ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆରପିଏଫ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଗତ ଜୁନ 27 ତାରିଖରେ 5ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଗୋଆ-ମୁମ୍ବାଇ, ପାଟନା-ରାଞ୍ଚି, ଭୋପାଳ-ଇନ୍ଦୋର, ଭୋପାଳ-ଜବଲପୁର ଓ ବେଙ୍ଗାଲୁରୁ-ହୁବୁଳି-ଧାରୱାନ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । ରେଳଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ଅନୁଭବ ଦେବା ଲାଗି ବିଶେଷ ଭାବରେ ଏହି ଟ୍ରେନର ଡିଜାଇନ କରାଯାଇଛି । କିନ୍ତୁ ନୂଆକରି ଚଳଚଳ କରୁଥିବା ବେଙ୍ଗାଲୁରୁ-ଧାରୱାନ ବନ୍ଦେ ଭାରତ ଟ୍ରେନ ଉପରକୁ ପଥରମାଡ ହୋଇଛି । ଉଦଘାଟନ ମାତ୍ର 5ଦିନ ପରେ ଏପରି ଘଟଣା ସାମ୍ନାକୁ ଆସିଛି।

ଏହା ମଧ୍ୟ ପଢନ୍ତୁ-ଡେରାଡୁନ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ

ତେବେ ବନ୍ଦେ ଭାରତ ଟ୍ରେନ ଉପରୁ ପଥର ମାଡ ହେବା ଘଟଣା ପ୍ରଥମ ନୁହେଁ । ପୂର୍ବରୁ ଏମିତି ଘଟଣା ବାରମ୍ବାର ଘଟିଛି । ଗତ ଜୁନ 19 ତାରିଖରେ ଡେରାଡୁନ-ଦିଲ୍ଲୀ ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ ହୋଇଥିଲା । ଦିଲ୍ଲୀ ଡେରାଡୁନ ରୁଟରେ ଯାଉଥିବା ବେଳେ ମୁଜାଫରନଗର ଷ୍ଟେସନରେ କେହି ଦୁର୍ବୃତ୍ତ ଟ୍ରେନ ଉପରୁ ପଥର ମାଡ କରିଥିଲା । ଏହି ଘଟଣାରେ କେହି ଯାତ୍ରୀ ଆହତ ହୋଇ ନଥିଲେ। ମେ 25 ତାରିଖରେ ପ୍ରଧାନମନ୍ତ୍ରୀ ଭିସି ଜରିଆରେ ସବୁଜ ପତାକା ଦେଖାଇ ଉତ୍ତରାଖଣ୍ଡ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ । ଗତ ମେ 2 ତାରିଖରେ କେରଳରେ ବନ୍ଦେ ଭାରତ ଉପରକୁ ପଥରମାଡ ହୋଇଥିଲା । ମାଲାପୁରମ ଜିଲ୍ଲାର ଥିରୁନାଭାୟା ଓ ତିରୁର ମଧ୍ୟ ଦେଇ ଏହି ଟ୍ରେନ ଯାଉଥିବା ବେଳେ ଦୁର୍ବୃତ୍ତ ପଥରମାଡ କରିଥିଲେ । ଏଥିରେ ଟ୍ରେନ୍‌ର କାଚ ଭାଙ୍ଗି ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.