ETV Bharat / bharat

Violence During Ram Navami Fete: ଝାଡଖଣ୍ଡରେ ହିଂସା, ପଥର ପିଙ୍ଗିବା ସହ ନିଆଁ ଲଗାଇଲେ ଦୁର୍ବୃତ୍ତ

ରାମ ନବମୀରେ ହିଂସାକାଣ୍ଡ ଭିଆଇଲେ ଦୁର୍ବୃତ୍ତ । ଅଧିକ ପଢ଼ନ୍ତୁ

author img

By

Published : Apr 11, 2022, 1:59 PM IST

stone pelting on ram navami procession in Jharkhand
Violence During Ram Navami Fete: ଲୋକଙ୍କ ଉପରକୁ ପଥର ଫିଙ୍ଗିବା ସହ ନିଆଁ ଲଗାଇଲେ ଦୁର୍ବୃତ୍ତ

ରାଞ୍ଚି: ରାମ ନବମୀରେ ହିଂସାକାଣ୍ଡ ଭିଆଇଲେ ଦୁର୍ବୃତ୍ତ । ଗତକାଲି (ରବିବାର) ଝାଡ଼ଖଣ୍ଡର ହିରାହି ଓ ହେଣ୍ଡଲାସୋ ଗ୍ରାମରେ ରାମ ନବମୀ ଉତ୍ସବରେ କିଛି ଦୁର୍ବୃତ୍ତ ପଥର ଫିଙ୍ଗିବା ସହ ଅଗ୍ନିକାଣ୍ଡ ଘଟାଇଥିବା ଅଭିଯୋଗ ରହିଛି । ଘଟଣାରେ ଶତାଧିକ ଲୋକ ଆହତ ହୋଇଛନ୍ତି । ହିଂସାକାଣ୍ଡ ପରେ ସହରରେ ଉତ୍ତେଜନା ଦେଖିବାକୁ ମିଳିଛି ।

ରବିବାର ଦିନ ହିରାହି-ହେଣ୍ଡଲାସୋ ଗ୍ରାମରେ ରାମ ନବମୀ ଉତ୍ସବ ପାଳନ ହେଉଥିଲା । ଉତ୍ସବ ଶୋଭାଯାତ୍ରାରେ କିଛି ଦୁର୍ବୃତ୍ତ ଭିଡ଼ ଉପରକୁ ପଥର ଫିଙ୍ଗିବା ସହ ଅଗ୍ନିକାଣ୍ଡ ଘଟାଇଥିଲେ । ଏହାପରେ ଉଭୟ ପାର୍ଶ୍ବର ଲୋକେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଲୋକେ ଉତ୍ୟକ୍ତ ହୋଇ ଅନେକ ବାଇକ ଓ ପିକଭ୍ୟାନରେ ନିଆଁ ଲଗାଇ ଦେଇଥିଲେ। ଭୋଗଟା ବଗିଚା ନିକଟରେ ମଧ୍ୟ ଦୁଇଟି ଘରେ ନିଆଁ ଲାଗିଯାଇଛି । ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ଘଟିଥିଲା ।

ଘଟଣାସ୍ଥଳରେ ଲୋହରଡାଗାର ଡିସି ଓ ଏସ୍ପିଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ । ହିଂସା ଘଟିଥିବା ଆଖପାଖ ଅଞ୍ଚଳରେ ପୋଲିସ ମୁତୟନ ହୋଇଛନ୍ତି । ଅନ୍ୟପଟେ ପରିସ୍ଥିତି ନିୟନ୍ତ୍ରଣକୁ ନିଆଯାଇଥିବା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବାବେଳେ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.