ETV Bharat / bharat

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ପଥରମାଡ; ୫ ଆହତ - କୋନରାଡ ସାଙ୍ଗମାଙ୍କ ଅଫିସକୁ ପଥରମାଡ

ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ଅଫିସ ଉପରକୁ ପଥରମାଡ । ୫ ସୁରକ୍ଷାକର୍ମୀ ଆହତ ।

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ପଥରମାଡ
ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ପଥରମାଡ
author img

By

Published : Jul 25, 2023, 8:45 AM IST

Updated : Jul 25, 2023, 8:59 AM IST

ସିଲଙ୍ଗ: ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ତୁରା ସ୍ଥିତ କାର୍ଯ୍ୟାଳୟ ଉପରକୁ ପଥରମାଡ ହୋଇଛି । ଗତକାଲି(ସୋମବାର) ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଏହି ଆକ୍ରମଣ କରିଛନ୍ତି । ଏଥିରେ ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ସାଙ୍ଗମା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ସୂଚନା ରହିଛି । ପଥରମାଡ ସମୟରେ ମୁଖ୍ୟମନ୍ତ୍ରୀ ଅଫିସରେ ଥିଲେ । ସେ ଆନ୍ଦୋଳନକାରୀ ଗୋଷ୍ଠୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରୁଥିବା ସମୟରେ ପଥରମାଡ ହୋଇଥିଲା ।

  • #WATCH | Meghalaya CM Conrad Sangma was having discussions with agitating organisations based in Garo-Hills who are on a hunger strike for a winter capital in Tura: CMO PRO

    Meanwhile, a crowd (other than agitating groups) gathered at the CMO in Tura and started pelting stones.… pic.twitter.com/EqUhQDwjtl

    — ANI (@ANI) July 24, 2023 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: Manipur Violence: ଜଳୁଛି ମଣିପୁର, 10 ପରିତ୍ୟକ୍ତ ଓ ସ୍କୁଲ ଘର ଜାଳି ଦେଲେ

ଗାରୋ ହିଲ୍ସର କିଛି ନାଗରିକ ଗୋଷ୍ଠୀ ତୁରାରେ ୱିଣ୍ଟର କ୍ୟାପିଟାଲ ପ୍ରତିଷ୍ଠା ପାଇଁ ଦାବି କରି ଆନ୍ଦୋଳନ କରୁଛନ୍ତି । ଏହି ଦାବିରେ ସେ ଦୀର୍ଘ ୧୪ ଦିନ ହେଲା ଆମରଣ ଅନଶନ ଚଲାଇଛନ୍ତି । ସେଥିପାଇଁ ଆନ୍ଦୋଳନ କରୁଥିବା ଏଚିକ୍ କନସିଅସ ହୋଲିଷ୍ଟିକ ଇଣ୍ଟିଗ୍ରେଟେଡ କ୍ରିମା (ACHIK) ଓ ଗାରୋ ହିଲ୍ସ ଷ୍ଟେଟ୍‌ ମୁଭମେଣ୍ଟ କମିଟି (GHSMC) ଗୋଷ୍ଠୀ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ସାଙ୍ଗମା ଗତକାଲି ସିଲଙ୍ଗରୁ ତୁରା ଆସିଥିଲେ । ତୁରାରେ ମୁଖ୍ୟମନ୍ତ୍ରୀ ଅଫିସରେ ଆନ୍ଦୋଳନକାରୀଙ୍କ ସହ ବୈଠକ କରୁଥିବା ବେଳେ ଏକ ଉଗ୍ର ଭିଡ଼ ଅଫିସ ଘେରାଉ କରି ପଥରମାଡ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ମଣିପୁର ହିଂସାର ପ୍ରଭାବ: ମୈତେଇଙ୍କୁ ରାଜ୍ୟ ନଛାଡିବା ପାଇଁ ମିଜୋରାମ ସରକାରଙ୍କ ଆଶ୍ବସନା

ସେମାନଙ୍କୁ ଘଉଡାଇବାକୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ହେଲେ ପଥରମାଡରେ ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ଏହାପରେ ତୁରାରେ ତତ୍କାଳ ନାଇଟ କର୍ଫ୍ୟୁ ଲାଗି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଆହତ ସୁରକ୍ଷାକର୍ମୀଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ସହ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ଘୋଷଣା କରିଥିଲେ ।

ଏହାମଧ୍ୟ ପଢନ୍ତୁ: Manipur Violence: ସ୍ବାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଜାଳିଦେଲେ, ମେ’ 28 ରେ ଘଟିଛି ଜଘନ୍ୟକାଣ୍ଡ

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ସାଙ୍ଗମା କହିଛନ୍ତି ଯେ, ତୁରା ସ୍ଥିତ ମୁଖ୍ୟମନ୍ତ୍ରୀ ଅଫିସ ଉପରେ ଆକ୍ରମଣ ଘଟଣା ଖୁବ ଦୁର୍ଭାଗ୍ୟଜନକ । ପଥରମାଡ କରିଥିବା ଦୁର୍ବୃତ୍ତମାନେ ଆନ୍ଦୋଳନକାରୀ ଗୋଷ୍ଠୀର ନୁହଁନ୍ତି । ପୋଲିସ ପକ୍ଷରୁ ସେମାନଙ୍କ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆକ୍ରମଣ ସମୟର ଭିଡିଓ ଫୁଟେଜକୁ ଯାଞ୍ଚ କରାଯାଇ ଦୋଷୀଙ୍କୁ ଚିହ୍ନଟ କରାଯିବ ।

Last Updated : Jul 25, 2023, 8:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.