ETV Bharat / bharat

କେଦାରନାଥ ଯାତ୍ରାବେଳେ କଟକ ପର୍ଯ୍ୟଟକଙ୍କ ଉପରେ ଖସିଲା ପଥର

author img

By

Published : Sep 8, 2022, 1:16 PM IST

କେଦାରନାଥ ଯାତ୍ରାରେ ଥିବା କଟକ ପର୍ଯ୍ୟଟକଙ୍କ ଉପରେ ଖସିଲା ପଥର । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

କେଦାରନାଥ ଯାତ୍ରା ବେଳେ କଟକ ପର୍ଯ୍ୟଟକଙ୍କ ଉପରେ ଖସିଲା ପଥର

ଡେରାଡୁନ: ଉତ୍ତରାଖଣ୍ଡର ବିଶ୍ବପ୍ରସିଦ୍ଧ ତୀର୍ଥସ୍ଥଳୀ କେଦାରନାଥ ଯାତ୍ରା ବେଳେ ଅଘଟଣ । ଓଡ଼ିଶା ପର୍ଯ୍ୟଟକଙ୍କ ଉପରେ ଖସିଲା ପଥର । ସେ ଗମ୍ଭୀର ଭାବେ ଆଘାତ ପ୍ରାପ୍ତ ହୋଇଥିବାବେଳେ, ଏସଡିଆରଏଫ ଟିମ ଉକ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଗୌରୀକୁଡ଼କୁ ଆଣିଛନ୍ତି । ଉକ୍ତ ବ୍ୟକ୍ତି ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବା ପରେ ହସ୍ପିଲାଟରେ ଭର୍ତ୍ତି କରାଯାଇଛି ।

ରାମବାଡ଼ା ଠାରେ ମଧ୍ୟ ଘଟିଛି ଅଘଟଣ । କେଦାରନାଥ ଆସିଥିବା ଜଣେ ଯୁବତୀ ସନ୍ତୁଳନ ହରାଇବା ପରେ ନଦୀରେ ଖସି ପଡ଼ିଥିଲେ । ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ଡିଡିଆରଏଫ ଏବଂ ୱାଇଏମଏଫ ଯବାନ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଓଡ଼ିଶାରୁ କେଦାରନାଥ ଯାତ୍ରା କରି ଆହତ ହୋଇଥିବା ପର୍ଯ୍ୟଟକ ଜଣକ କଟକ ନିବାସୀ ପୁରାଣ ଚନ୍ଦ୍ର ଭୂୟାଁ (୬୦) ବୋଲି ଜଣାପଡ଼ିଛି । ସେ ନିଜ ପୁତ୍ର ଯୋଗେନ୍ଦ୍ର ଭୂୟାଁଙ୍କ ସହିତ ଏହି ଯାତ୍ରା କରିବା ସମୟରେ ଅଘଟଣର ଶିକାର ହୋଇଥିଲେ ।

ଏହା ବି ପଢନ୍ତୁ- ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି, ସାଂସଦଙ୍କ PA କହି ପାଖରେ ବୁଲୁଥିବା ସନ୍ଦିଗ୍ଧ ଗିରଫ

ତାଙ୍କ ମୁଣ୍ଡରେ ପଥର ଖସିବା ଯୋଗୁଁ ସେ ଗଭୀର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ଉତ୍ତରପ୍ରଦେଶ ଗାଜିଆବାଦରୁ ଆସିଥିବା ଯୁବ ପର୍ଯ୍ୟଟକ ମଧ୍ୟ ଅଘଟଣର ଶିକାର ହୋଇଥିଲେ । ଏହି ଯୁବତୀ ଜଣକ ପୁରା ପରିବାର ସହିତ ଆସିଥିଲେ । ଯାତ୍ରା ସମୟରେ ସେ ହଠାତ୍‌ ସନ୍ତୁଳନ ହରାଇବା ପରେ ପାଖରେ ଥିବା ରାମବାଡ଼ା ନଦୀରେ ଖସି ପଡ଼ିଥିଲେ ।

ଡ୍ୟୁଟିରେ ଥିବା ଡିଡିଆରଏଫ କର୍ମୀ ସୁନୀଲ କୁମାର ଏବଂ ୱାଇଏମଏଫ କର୍ମୀ ମନୋଜ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଏହାପରେ ଯୁବତୀଙ୍କୁ ଭୀମବଲୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଯୁବତୀ ଜମକ ଉଦ୍ଧାର ହେବା ପରେ ପରିବାର ବର୍ଗ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ପାହାଡ଼ ଉଚ୍ଚରେ କେଦାରନାଥ ମନ୍ଦିର ରହିଥିବାରୁ ଏହି ଯାତ୍ରା ସମୟରେ ଏପରି ଅନେକ ଅଘଟଣ ଘଟିବାର ନଜିର ରହିଛି ।

ଏହି ତୀର୍ଥସ୍ଥାନକୁ ଭ୍ରମଣ କରିବାର ସଠିକ ସମୟ ହେଉଛି ଏପ୍ରିଲ ଓ ଜୁନ ମାସ । ସେଠାରେ ଏହି ମାସ ଗ୍ରୀଷ୍ମ ଋତୁ ହୋଇଥିବା ବେଳେ ତାପମାତ୍ରା ୧୫ରୁ ୩୦ ଡିଗ୍ରୀ ସେଲସିୟସ ରହିଥାଏ । କେଦାରନାଥ ଶୈବପୀଠ ହୋଇଥିବାବେଳେ, ଚାରି ଧାମ ମଧ୍ୟରୁ ଏହା ଗୋଟିଏ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.