ETV Bharat / bharat

VIP LEADERS: ଆଗରେ ହରିଶ ରାୱତ, ଧିମେଇଛନ୍ତି CM ଧାମି

ଦେବଭୂମି ଉତ୍ତରାଖଣ୍ଡର ଚର୍ଚ୍ଚିତ ବିଧାନସଭା ମଣ୍ଡଳୀରେ ଲାଖି ରହିଛି ସମସ୍ତଙ୍କ ନଜର । ଏହା ନିର୍ଣ୍ଣୟ କରିବାର ସମୟ ଉପନୀତ ହୋଇଛି । ଜାରି ରହିଛି ଭୋଟ ଗଣତି । ଦୌଡ଼ରେ ରହିଛନ୍ତି ଅନେକ ବଡ଼ ବଡ଼ ନେତା । ଏଥିମଧ୍ୟରେ ରାମଶରଣ ନୌଟିୟାଲ, ହରକ ସିଂ ରାୱତ, ସଞ୍ଜୀବ ଆର୍ଯ୍ୟ ଭଳି ବଡ ନାମ ସାମିଲ ରହିଛି । ଅଧିକ ପଢନ୍ତୁ

VIP LEADERS: ଆଗରେ ହରିଶ ରାୱତ, ଧିମେଇଛନ୍ତି CM ଧାମି
VIP LEADERS: ଆଗରେ ହରିଶ ରାୱତ, ଧିମେଇଛନ୍ତି CM ଧାମି
author img

By

Published : Mar 10, 2022, 10:50 AM IST

ଡେରାଡୁନ: ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ ହେବ କାହା ହାତକୁ ଯିବ ଦେବଭୂମି ଉତ୍ତରାଖଣ୍ଡ । କିଏ ପାହାଡି ରାଜ୍ୟରେ ଗଢିବ ସରକାର ? ରାଜ୍ୟବାସୀ ବାଛିବେ ନିଜ ନୂଆ ସରକାର । ରାଜ୍ୟରେ ଆଜି କାହା ମୁଣ୍ଡରେ ବିଜୟର ମୁକୁଟ ରହିବ ଓ କିଏ ନିରାଶ ହେବ ତାହା କିଛି ସମୟ ମଧ୍ୟରେ ସ୍ପଷ୍ଟ ହେବ । ରାଜ୍ୟର ମୋଟ ୭୦ଟି ବିଧାନସଭା ଆସନରେ ଭୋଟ ଗଣନା ଜାରି ରହିଛି । ମଇଦାନକୁ ଓହ୍ଲାଇଥିବା ୬୩୨ ପ୍ରାର୍ଥୀଙ୍କ ମଧ୍ୟରୁ କେଉଁ ୭୦ ଜଣକ ଚମକପ୍ରଦ ବିଜୟ ହାସଲ କରିବାକୁ ଯାଉଛି ଏପରି ଅନେକ କଳ୍ପନା ଜଳ୍ପନାର ଅନ୍ତ ଅପରାହ୍ନରେ ଘଟିବାକୁ ଯାଉଛି ।

ରହିଛନ୍ତି ଆଗୁଆ
ରହିଛନ୍ତି ଆଗୁଆ

ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପିର ମଦନ କୌଶିକ ପଛରେ ରହିଥିବା ବେଳେ ଏବେ ଦୌଡ଼ରେ ଆଗରେ ରହିଛନ୍ତି । ସେପଟେ ବିଜେପିର ଅନ୍ୟ ପ୍ରାର୍ଥୀ ରାମଶରଣ ନୌଟିୟାଲ ଓ ଅନୁକୃତି ଗୋସାଇ ମଧ୍ୟ ପଛରେ ରହିଛନ୍ତି । ମଦନ କୌଶିକ ବିଜେପିର ରାଜ୍ୟ ସଭାପତି । ସେ ହରିଦ୍ବାର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ବଲିଉଡ଼ କଣ୍ଠଶିଳ୍ପୀ ଯୁବିନ ନୌଟିଆଲଙ୍କ ପିତା ରାମଶରଣ ନୌଟିଆଲ ବିଜେପି ଟିକେଟରେ ଚକରାତା ଆସନରୁ ନିର୍ବାଚନ ଲଢୁଛନ୍ତି । ନୌଟିଆଲ ପଛରେ ରହିଛନ୍ତି ।

ହରକ ସିଂ ରାୱତଙ୍କ ବୋହୂ ଅନୁକୃତି ଗୋସାଇ ମଧ୍ୟ ପଛରେ ରହିଛନ୍ତି । କଂଗ୍ରେସ ପ୍ରାର୍ଥୀ ରଣଜିତ ରାୱତ ମଧ୍ୟ ଆଲମୋଡ଼ା ଜିଲ୍ଲାର ସଲ୍ଟ ବିଧାନସଭା ଆସନରେ ପଛରେ ରହିଛନ୍ତି । ବିଜେପିର ମହେଶ ଜୀନାଙ୍କ ପ୍ରତିନ୍ଦ୍ବନ୍ଦୀ ରହିଛନ୍ତି ରଣଜିତ ରାୱତ। କଂଗ୍ରେସର ସଞ୍ଜୀବ ଆର୍ଯ୍ୟ ନୈନିତାଲ ଆସନରୁ ଆଗୁଆ ଅଛନ୍ତି । ସଞ୍ଜୀବ ବିଜେପିର ସରିତା ଆର୍ଯ୍ୟଙ୍କଠାରୁ ଆଗରେ ରହିଛନ୍ତି।

ଜନାଦେଶ ୨୦୨୨
ଜନାଦେଶ ୨୦୨୨

ଉତ୍ତରାଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ ସୌଜନ୍ୟା କହିଛନ୍ତି ଯେ ପ୍ରତ୍ୟେକ ବିଧାନସଭା ପାଇଁ ୩ଟି ହଲ୍ ରହିଛି । ସେଥିମଧ୍ୟରୁ ୩ଟିରେ EVM ଓ ପୋଷ୍ଟାଲ ବାଲାଟରେ ଗଣନା କରାଯାଉଛି । ରାଜ୍ୟର ସମସ୍ତ ୭୦ ଟି ବିଧାନସଭା ପାଇଁ ୧୦ ଲକ୍ଷ ୭ ହଜାର ୩୧୪ ଡାକ ବାଲାଟ ରହିଛି। ଏଥିସହିତ ମୋଟ ୧୬ ଲକ୍ଷ ୬ ହଜାର ୩୨୫ ପୋଷ୍ଟାଲ ବାଲାଟ ଜାରି କରାଯାଇଛି । ଏଥିମଧ୍ୟରୁ ୪୨ ହଜାର ୧୧୦ ସର୍ଭିସ ଭୋଟର, ୪୯ ହଜାର ୨୬୪ଟି ନିର୍ବାଚନ ଡ୍ୟୁଟିରେ ରହିଥିବା କର୍ମଚାରୀ, ୮୦ ବର୍ଷରୁ ଅଧିକ ଭୋଟର ଓ ଦିବ୍ୟାଙ୍ଗ ମତଦାତାଙ୍କ ୧୫ ହଜାର ୯୪୦ ଡାକ ଭୋଟ୍ ଅନ୍ତର୍ଭୁକ୍ତ ।

ସୁରକ୍ଷା ଦୃଷ୍ଟିରୁ ତିନି ସ୍ତରୀୟ ସିକ୍ୟୁରିଟି ଏବଂ ସିସିଟିଭି କ୍ୟାମେରା ଲଗାଯାଇଛି । ଗଣନା କେନ୍ଦ୍ରରେ ମୋବାଇଲ୍ ଫୋନ ନେବାକୁ ଅନୁମତି ଦିଆଯାଇନାହିଁ । ତେବେ ସୂଚନା ଥାଉ କି ପାହାଡ ରାଜ୍ୟ ଉତ୍ତରାଖଣ୍ଡର ବିଧାନସଭାରେ ମୋଟ ୭୦ଟି ଆସନ ଏବଂ ସରକାର ଗଠନ ପାଇଁ ୩୬ଟି ସିଟ୍ ଆବଶ୍ୟକ ହେବ । ଉତ୍ତରାଖଣ୍ଡରେ ପୁଷ୍କର ସିଂ ଧାମି ସରକାର ପ୍ରତ୍ୟାବର୍ତ୍ତନ କରିବେ ବୋଲି ବହୁ ବାହୁଡ଼ା ମତ(Exit Poll)ରୁ ପୂର୍ବାନୁମାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.