ETV Bharat / bharat

ଆଜି ପାଟନାରେ ବିରୋଧି ଦଳ ବୈଠକ: ସାମିଲ ହେବେ ୧୮ ବିରୋଧି ଦଳ ! - ବିଜେପି ବିରୋଧି ମେଣ୍ଟ ଗଠନ ପ୍ରୟାସ

ଆଜି ପାଟନା ବସିବ ବିରୋଧି ଦଳ ବୈଠକ । ୧୮ ବିରୋଧି ଦଳ ନେତା ଏକାଠି ହୋଇ ୨୦୨୪ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବେ । ଅଧିକ ପଢନ୍ତୁ

ପାଟନାରେ ବିରୋଧି ଦଳ ବୈଠକ
ପାଟନାରେ ବିରୋଧି ଦଳ ବୈଠକ
author img

By

Published : Jun 23, 2023, 9:04 AM IST

ପାଟନା: ବିଜେପି ବିରୋଧରେ ଏକତ୍ର ଲଢେଇ ପାଇଁ ଆଜି ପାଟନାରେ ଏକଜୁଟ ହେବେ ବିରୋଧି ନେତା । ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ପାଟନା ଠାରେ ବିରୋଧି ଦଳ ଗୁଡିକର ମହାବୈଠକ ଅନୁଷ୍ଠିତ ହେବ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ବୈଠକରେ ରୋଡମ୍ୟାପ ପ୍ରସ୍ତୁତ ହେବ । କେନ୍ଦ୍ରରୁ ବିଜେପି ସରକାରକୁ କ୍ଷମତାଚ୍ୟୁତ କରିବାକୁ ୧୭ରୁ ୧୮ଟି ବିରୋଧି ଦଳର ବରିଷ୍ଠ ନେତାମାନେ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିବେ । ବୈଠକରେ ସାମିଲ ହେବା ପାଇଁ ପାଟନାକୁ ଗୁରୁବାର ଠାରୁ ବିଭିନ୍ନ ଦଳର ନେତାମାନଙ୍କ ସୁଅ ଛୁଟିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସମେତ ଭଗୱନ୍ତ ମାନ, ଅରବିନ୍ଦ କେଜ୍ରିୱାଲ ପ୍ରମୁଖ କାଲିଠୁ ପାଟନାରେ ପହଞ୍ଚି ସାରିଛନ୍ତି । ଆଜି ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନଙ୍କ ଖଡଗେଙ୍କ ସହ ଆଉ କିଛି ନେତା ପହଞ୍ଚିବେ ।

ପୂର୍ବାହ୍ନ ୧୧ଟାରେ ବିରୋଧି ବୈଠକ: ବିହାର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଦିନ ୧୧ଟାରେ ବୈଠକ ଆରମ୍ଭ ହେବ । ଏହା ଅପରାହ୍ନ ୪ଟା ଯାଏଁ ଚାଲିବ । ପ୍ରାପ୍ତ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉଦଘାଟନୀ ଭାଷଣ ସହ ବୈଠକ କାର୍ଯ୍ୟ ଆରମ୍ଭ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଅନ୍ୟ ନେତାମାନେ ସମ୍ବୋଧନ କରିବେ । ଏହି ବୈଠକରେ ଖଡ୍‌ଗେଙ୍କ ସମେତ ଶରଦ ପାୱାର, ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହିମନ୍ତ ସୋରେନ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ମମତା ବାନାର୍ଜୀ, ଏମ କେ ଷ୍ଟାଲିନ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଏନସି ନେତା ଫାରୁକ ଅବଦୁଲ୍ଲା, ପିଡିପି ନେତ୍ରୀ ମେହବୁବା ମୁଫତି ପ୍ରମୁଖ ଯୋଗ ଦେବେ ।

ବିରୋଧି ବୈଠକରେ ସାମିଲ ହେବେନି ଏହି ସବୁ ଦଳ: ପାଟନାରେ ବିରୋଧି ଦଳ ବୈଠକରେ ୧୭ରୁ ୧୮ ଦଳ ସାମିଲ ହେବା ନେଇ ଅନୁମାନ କରାଯାଉଛି । ହେଲେ ବିଏସପି ସୁପ୍ରିମୋ ମାୟାବତୀ, ଆନ୍ଧ୍ରପ୍ରଦେଶର ଶାସକ ଦଳ YSR କଂଗ୍ରେସ, ତେଲୁଗ ଦେଶମ ପାର୍ଟି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିଆରଏସ, AIMIM, ନବୀନ ପଟ୍ଟନାୟଙ୍କ ବିଜେଡି, ପଞ୍ଜାବର ଶିରୋମଣି ଅକାଳୀ ଦଳ ଏବଂ ଏଚଡି କୁମାରସ୍ବାମୀ ବିରୋଧି ମେଣ୍ଟ ବୈଠକରୁ ନିଜକୁ ଦୂରେଇ ରଖିଛନ୍ତି ।

ଅନ୍ୟପଟେ ବିରୋଧି ବୈଠକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିଛି ସର୍ତ୍ତ ରଖିଛନ୍ତି । କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କଂଗ୍ରେସ ସମର୍ଥନ ଘୋଷଣା ନକଲେ କେଜ୍ରିୱାଲ ବିରୋଧି ବୈଠକ ବର୍ଜନ କରିବେ ବୋଲି ଧମକ ଦେଇଛନ୍ତି । ଏହାସହିତ ଆଜିର ବୈଠକରେ ଅଧ୍ୟାଦେଶ ଉପରେ ଆଲୋଚନା କରିବାକୁ ମଧ୍ୟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.