ETV Bharat / bharat

SSC Recruitment Scam: CBI ଆଗରେ ହାଜର ହେଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ

ଏସଏସସି ନିଯୁକ୍ତିରେ ଦୁର୍ନୀତି ମାମଲାରେ CBI ଆଗରେ ହାଜର ହେଲେ ଟିଏମସି ନେତା ପାର୍ଥ ଚାଟାର୍ଜୀ । ଅଧିକ ପଢନ୍ତୁ

author img

By

Published : May 19, 2022, 12:59 PM IST

SSC Recruitment Scam: CBI ଆଗରେ ହଜାର ହେଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ

କୋଲକାତା: ଏସଏସସିରେ ନିଯୁକ୍ତି ଦୁର୍ନୀତି(School Service Commission Recruitment Scam) ମାମଲାରେ CBI ଆଗରେ ହାଜର ହେଲେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ(Partha Chatterjee appears before CBI) । ବୁଧବାର କୋଲକାତା ହାଇକୋର୍ଟ ପାର୍ଥ ଚାଟାର୍ଜୀଙ୍କୁ ସନ୍ଧ୍ୟା 6ଟାରେ ଜେରା ପାଇଁ ସିବିଆଇ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ଧାର୍ଯ୍ୟ ସମୟର 10 ମିନିଟ ପୂର୍ବରୁ ନିଜାମ ପ୍ୟାଲେସ ସ୍ଥିତ ସିବିଆଇ ଅଫିସରେ ପହଞ୍ଚିଥିଲେ ।

SSC ନିଯୁକ୍ତିରେ ଅନିୟମିତତା ମାମଲାରେ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଏକକ ଖଣ୍ଡପୀଠ ରାଜ୍ୟ ଶିଳ୍ପ ମନ୍ତ୍ରୀ ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ କେନ୍ଦ୍ରୀୟ ସଂସ୍ଥା ଆଗରେ ପଚରାଉଚରା ପାଇଁ ହଜାର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ ଚ୍ୟାଲେଞ୍ଜ କରି ମନ୍ତ୍ରୀ ଡିଭିଜନ ବେଞ୍ଚର ଦ୍ବାରସ୍ଥ ହେବା ପରେ କୋର୍ଟଙ୍କ ଆଦେଶ ଉପରେ ରୋକ୍ ଲାଗିଥିଲା । କିନ୍ତୁ ବୁଧବାର ପୁଣିଥରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପାର୍ଥ ଚାଟାର୍ଜୀ ସିବିଆଇ ଆଗରେ ହାଜର ହୋଇଛନ୍ତି । ତାଙ୍କ ବ୍ୟତୀତ ମାମଲାରେ ସମ୍ପୃକ୍ତ ଅନ୍ୟ କିଛି ଅଭିଯୁକ୍ତକୁ ମଧ୍ୟ ସିବିଆଇ ପଚରାଉଚରା କରିଛି । ଯେଉଁମାନଙ୍କ ମଧ୍ୟରେ ପୂର୍ବତନ ଏସଏସସି ପରାମର୍ଶଦାତା ଶାନ୍ତି ପ୍ରସାଦ ସିହ୍ନା, ପୂର୍ବତନ ଏସଏସସି ଅଧିକାରୀ ଆଲୋକ ସରକାର, ସୁକାନ୍ତ ଆଚାର୍ଯ୍ୟ ଏବଂ ପ୍ରଦୀପ ବନ୍ଦୋପାଧ୍ୟାୟ ରହିଛନ୍ତି । ସମସ୍ତଙ୍କୁ ସାମ୍ନାସାମ୍ନି ବସାଇ ଜେରା କରାଯାଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.