ETV Bharat / bharat

Seema Haider Case: କର୍ତ୍ତବ୍ୟରେ ଅବହେଳା, ସୀମାରେ ନିୟୋଜିତ ୨ ଅଧିକାରୀ ନିଲମ୍ବିତ

author img

By

Published : Aug 4, 2023, 5:50 PM IST

ପାକ୍‌ ମହିଳା ସୀମା ହୈଦର ଘଟଣା । ଭାରତ ମଧ୍ୟକୁ ପ୍ରବେଶ ବେଳେ ସୀମାରେ ନିୟୋଜିତ ଥିବା ୨ ଅଧିକାରୀଙ୍କୁ ନିଲମ୍ବିତ କଲା ଶସ୍ତ୍ର ସୀମା ବଳ (SSB) । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ସଚିନଙ୍କ ପ୍ରେମରେ ପାକିସ୍ତାନ ସୀମା ଡେଇଁ ଭାରତ ମଧ୍ୟକୁ ପ୍ରବେଶ କରିଥିଲା ପାକିସ୍ତାନ ମହିଳା ସୀମା ହୈଦର । ଭାରତ-ନେପାଳ ସୀମା ଦେଇ ୪ ସନ୍ତାନଙ୍କ ସମେତ ପାକ୍‌ ମହିଳା ସୀମା ଜାତୀୟ ରାଜଧାନୀରେ ପହଞ୍ଚିଥିଲା । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶସ୍ତ୍ର ସୀମା ବଳ (SSB) । ତେବେ ସେହି ଦିନ ସୀମା ଆସୁଥିବା ବସ୍‌ର ଯାଞ୍ଚ କରିଥିବା ଏସଏସବି ଇନ୍ସପେକ୍ଟର ଓ କନେଷ୍ଟବଳଙ୍କୁ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ କରାଯାଇଛି ।

ଭାରତ ଓ ନେପାଳ ସୀମାରେ ପ୍ରାୟ ୧୭୫୧ କିଲୋମିଟର ବର୍ଡର ସେୟାର କରିଥାଏ । ଏହି ଅନ୍ତର୍ଜାତୀୟ ବର୍ଡରରେ ସଶସ୍ତ୍ର ସୀମା ବଳର ଅଧିକାରୀ ଦିନରାତି ପହରା ପକାଇଥାନ୍ତି । ତେବେ ଏହି ବର୍ଡର ଦେଇ ପାକ୍‌ ମହିଳା ସୀମା କିପରି ଭାରତରେ ପ୍ରବେଶ କଲେ ସେନେଇ ପ୍ରଶ୍ନ ଉଠିଥିଲା । ଏହାପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏସ୍‌ଏସ୍‌ବି । ଏହି ବର୍ଡର ନିକଟରେ ଯାତ୍ରୀବାହୀ ବସକୁ ଯାଞ୍ଚ କରୁଥିବା ୨ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛି ଏସଏସବି । ଏହି ଦିନ ସୀମା ଯେଉଁ ବସରେ ଆସୁଥିଲା ତାହାକୁ ଏମାନେ ଯାଞ୍ଚ କରିଥିଲେ ସୁଦ୍ଧା ପାକ୍‌ ମହିଳାଙ୍କୁ କାବୁ କରିପାରିନଥିଲେ ।

ଏହା ବି ପଢନ୍ତୁ- Seema Haider On ETV Bharat: ସଚିନ ସହିତ ସତ ପ୍ରେମ ନା ଭାରତ ବିରୋଧରେ ଷଡଯନ୍ତ୍ର ?

ତେବେ ଏ ନେଇ ଏସଏସବି ଅଧିକାରୀଙ୍କ ସୂଚନା ଅନୁସାରେ, "୪୩ତମ ବାଟାଲିୟନ ଇନ୍ସପେକ୍ଟର ସୁଜିତ କୁମାର ବର୍ମା ଓ ମୁଖ୍ୟ କନେଷ୍ଟବଳ ଚନ୍ଦ୍ର କମଳ କଲିତା ଗତ ମେ ୧୩ ତାରିଖରେ ଯାତ୍ରୀବାହୀ ଯାନର ଯାଞ୍ଚ ଲାଗି ଡ୍ୟୁଟିରେ ଥିଲେ । ଆଉ ସେହି ଦିନ ସୀମା ଖୁନୱା ବର୍ଡର ଦେଇ ନିଜ ୪ ସନ୍ତାନ ସହିତ ବସ୍‌ ଯୋଗେ ଭାରତକୁ ପ୍ରବେଶ କରିଥିଲା । ତେବେ ସେମାନେ ଭିସା ବିନା ଯାତ୍ରା କରୁଥିବା ସମୟରେ ଏହି ୨ ଅଧିକାରୀ ସେମାନଙ୍କୁ ଚିହ୍ନଟ କରିପାରିନଥିଲେ । ଯାହାଦ୍ବାରା ଏସଏସବି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।"

ସୀମା ନୋଏଡାରେ ନିଜ ପ୍ରେମିକ ସଚିନଙ୍କ ସହିତ ପ୍ରାୟ ୭ ଦିନ ଏକ ଭଡ଼ା ଘରେ ରହିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ଶସ୍ତ୍ର ସୀମା ବଳ ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଥିଲା । ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଏ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନା ଥାଉ କି ଗ୍ରେଟର ନୋଏଡା ଅଧିବାସୀ ସଚିନ ସହିତ ରହିବା ଲାଗି ନିଜ ୪ ସନ୍ତାନଙ୍କ ସହିତ ସୀମା ଭାରତ ଅଭିମୁଖେ ବାହାରିଥିଲା । ବିବାହ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଏମାନଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା । ଏହାପରେ ସଚିନ ଓ ସୀମା ଫେରାର ହୋଇଯାଇଥିଲେ ।

ଏହା ବି ପଢନ୍ତୁ- ସାଂସଦ ହେବେ ସୀମା ! ନିଜ ପାର୍ଟିରୁ ଟିକେଟ ପାଇଁ ଅଠାଓ୍ବାଲେ ଅଫର ଦେଇଥିବା ଚର୍ଚ୍ଚା

ତେବେ ଗତ ଜୁଲାଇ ୪ ତାରିଖରେ ସୀମାଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ବେଆଇନ ଭାବେ ଭାରତ ମଧ୍ୟରେ ପ୍ରବେଶ କରିଥିବାରୁ ଆତଙ୍କବାଦୀ ସନ୍ଦେହରେ ସୀମାଙ୍କୁ ବାନ୍ଧିଥିଲା ପୋଲିସ । ଏହାପରେ ଜୁଲାଇ ୭ ତାରିଖରେ ସେମାନଙ୍କୁ ଜାମିନ ମିଳିଥିଲା । ଏହାପରେ ସୀମା ସଚିନଙ୍କ ଘରେ ରହି ଆସୁଥିଲେ । ୨୦୧୯ରେ PUBG ଖେଳିବା ସମୟରେ ପରସ୍ପରଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ସୀମା ପୋଲିସ ହାତରେ ଧରାପଡିବା ପରେ ପାକିସ୍ତାନ ଫେରିବାକୁ ମନା କରିଥିଲେ । ତେବେ ଏବେ ସୀମାଙ୍କୁ ନେଇ ଜାରି ରହିଛି ଯାଞ୍ଚ ପ୍ରକ୍ରିୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.