ETV Bharat / bharat

ଅନୁପ୍ରବେଶ ବେଳେ ଇଣ୍ଡୋ-ନେପାଳ ସୀମାରୁ ୪ ଛୁଆଙ୍କ ସହ ବିଦେଶୀ ମହିଳା ଗିରଫ

author img

By ETV Bharat Odisha Team

Published : Oct 8, 2023, 2:20 PM IST

ଇଣ୍ଡୋ-ନେପାଳ ସୀମାରୁ ୪ ଛୁଆଙ୍କ ସହ ଜଣେ ବିଦେଶୀ ମହିଳା ଗିରଫ ହୋଇଛନ୍ତି । ଭାରତ ସୀମାରେ ଅନୁପ୍ରବେଶ ବେଳେ ଗିରଫ କରିଛି ଏସଏସବି । ଅଧିକ ପଢନ୍ତୁ

ଇଣ୍ଡୋ-ନେପାଳ ସୀମାରୁ ବିଦେଶୀ ମହିଳା ଗିରଫ
ଇଣ୍ଡୋ-ନେପାଳ ସୀମାରୁ ବିଦେଶୀ ମହିଳା ଗିରଫ

ପାଟନା: ବିହାର ଲୌକହାରେ ଇଣ୍ଡୋ-ନେପାଳ ସୀମା ନିକଟରୁ ଜଣେ ବିଦେଶୀ ମହିଳାଙ୍କୁ ଗିରଫ କରାଯାଇଛି । ମହିଳା ଜଣକ ବୁର୍ଖା ପିନ୍ଧି ଭାରତ ସୀମାରେ ଅନୁପ୍ରବେଶ କରୁଥିଲେ । ଏହାଦେଖି ସଶସ୍ତ୍ର ସୀମା ବଳର(SSB) ଯବାନ ତାଙ୍କୁ ଗିରଫ କରିଛନ୍ତି । ତେବେ ମହିଳାଙ୍କ ସହ ୪ଟି ଛୁଆ ଏବଂ ୩ ଜଣ ଭାରତୀୟ ମଧ୍ୟ ଅଛନ୍ତି । ପଚରାଉଚରା କରାଯିବାରୁ ମହିଳା ଯବାନଙ୍କୁ ନିଜର ମିଆଁମାର ପାସପୋର୍ଟ ଦେଖାଇଥିଲେ । ହେଲେ ତାଙ୍କ ପାଖରେ ଅନ୍ୟ କୌଣସି କାଗଜପତ୍ର ନଥିବାରୁ ତାଙ୍କୁ ଗିରଫ କରାଯାଇଛି ।

ପଚରାଉଚରା ବେଳେ ବିଦେଶୀ ମହିଳ ଜଣକ ଏସଏସବିକୁ କହିଛନ୍ତି ଯେ, ସେ ନେପାଳର କାଠମାଣ୍ଡୁରୁ ୩ ଜଣ ଭାରତୀୟଙ୍କ ସହ ଏଠାକୁ ଆସିଥିଲେ । ସେମାନେ ତାଙ୍କୁ ବିହାରର ଦରଭଙ୍ଗା ନେବେ କହିଥିଲେ । ସମ୍ପୃକ୍ତ ଭାରତୀୟଙ୍କ ପରିଚୟ ମିଳିଛି । ସେମାନେ ଦରଭଙ୍ଗା ଜିଲ୍ଲା ଘନଶ୍ୟାମପୁର ନିବାସୀ ୬୪ ବର୍ଷୀୟ ମହମ୍ମଦ ଫାରମୁଦ, ଘନଶ୍ୟାମପୁରର ୫୧ ବର୍ଷୀୟ କାଦିର ଏବଂ ସିମରୀ ନିବାସୀ ମହମ୍ମଦ ନିୟାମତ ।

ଏହାମଧ୍ୟ ପଢନ୍ତୁ: Caste fraud: ୫ ସନ୍ତାନଙ୍କ ଭିନ୍ନ ଭିନ୍ନ ଜାତି, ତଦନ୍ତ ପରେ ଜଣାପଡ଼ିଲା ସତ

ତଦନ୍ତରୁ ଏସଏସସି ଜାଣିବାକୁ ପାଇଛି ଯେ, ଏହି ୩ ଜଣ ବ୍ୟକ୍ତି ବିଦେଶୀ ମହିଳାଙ୍କୁ ନେପାଳ କାଠମାଣ୍ଡୁରୁ ନିଜ ସହିତ ଭାରତୀୟ ସୀମାରେ ପ୍ରବେଶ କରାଇ ଦରଭଙ୍ଗା ନେବାକୁ ଚେଷ୍ଟା କରୁଥିଲେ । ସେଠାରୁ ତାଙ୍କୁ ଦିଲ୍ଲୀ ପଠାଇ ଥାଆନ୍ତେ । ତେବେ ସେମାନେ ମହିଳାଙ୍କୁ ଦିଲ୍ଲୀରେ କାହା ପାଖକୁ ଏବଂ କାହିଁକି ପଠାଇବାକୁ ଚାହୁଁଥିଲେ ସେ ସମ୍ପର୍କରେ ଏ ଯାବତ୍ କୌଣସି ସୂଚନା ମିଳିପାରି ନାହିଁ । ଏସଏସବି ଯବାନ ମହିଳା, ତାଙ୍କର ୪ ଛୁଆ ଓ ୩ ଭାରତୀୟଙ୍କୁ ଗିରଫ କରି ଲୌକହା ଥାନାର ଜିମା ଦେଇଛନ୍ତି । ସେଠାରେ ସମସ୍ତଙ୍କୁ ପଚରାଉଚରା ଜାରି ରହିଛି ।

କହିରଖୁଛୁ କି, ଭାରତ-ନେପାଳ ବର୍ଡର ଖୋଲା ହେବା କାରଣରୁ ସହଜରେ ବିଦେଶୀ ନାଗରିକ ଭାରତରେ ପ୍ରବେଶ କରୁଛନ୍ତି । ଏହି ରାସ୍ତାକୁ ସେମାନେ ସୁରକ୍ଷିତ ମଣୁଛନ୍ତି । ଫଳରେ ଅଧିକାଂଶ ସମୟରେ ଏହି ସୀମା ପାର୍ କରି ଭାରତ ଆସୁଥିବା ବେଳେ ଅନେକ ବିଦେଶୀ ଲୋକ ଧରା ପଡିଛନ୍ତି । ଏହାପୂର୍ବରୁ ପାକିସ୍ତାନୀ ମହିଳା ସୀମା ହାଇଦର ନିଜର ୪ ଛୁଆଙ୍କୁ ଧରି ନେପାଳ ସୀମାରୁ ଭାରତ ଆସିଥିଲେ । ଯିଏକି ଏବେ ଉତ୍ତରପ୍ରଦେଶ ଯୁବକ ସଚିନଙ୍କୁ ବିବାହ କରି ଏକାଠି ରହୁଛନ୍ତି । ଅନେକ ଦିନ ପରେ ନୋଏଡ଼ ପୋଲିସ ଏହାର ସୁରାକ୍ ପାଇବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ଏବଂ ଦେଶବ୍ୟାପୀ ଚର୍ଚ୍ଚାରେ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.