ETV Bharat / bharat

Sri Lanka Economic Crisis: ଭାରତ ମୁହାଁ ଶ୍ରୀଲଙ୍କା ନାଗରିକ, ରାମେଶ୍ବରମରୁ ୬ ଉଦ୍ଧାର

author img

By

Published : Mar 23, 2022, 7:38 PM IST

ଶ୍ରୀଲଙ୍କାର ଅର୍ଥନୈତିକ ସଙ୍କଟ ସୃଷ୍ଟି କରିବାରେ ଲାଗିଲାଣି ପଳାୟନ ସମସ୍ୟା । ଭାରତ ମୁହାଁ ଶ୍ରୀଲଙ୍କା ନାଗରିକ। ରାମେଶ୍ବରମ ଉପକୂଳରୁ 6 ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ। ଅଧିକ ପଢନ୍ତୁ

Sri Lanka economic crisis: ରାମେଶ୍ବରମ ଉପକୂଳରୁ 6 ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଜାରି ରହିଥିବା ଅର୍ଥନୈତିକ ସଙ୍କଟ ମଧ୍ୟରେ ଦେଶରୁ ପଳାୟନ ଆରମ୍ଭ କଲେଣି ଶ୍ରୀଲଙ୍କା ନାଗରିକ । ଦ୍ବୀପପୂଞ୍ଜ ଦେଶ ଶ୍ରୀଲଙ୍କାରେ ପଳାୟନ ସଙ୍କଟ ମଧ୍ୟରେ ଭାରତରେ ତଥା ନିର୍ଦ୍ଦିଷ୍ଟ ଭାବେ ତାମିଲନାଡୁ ଉପକୂଳରେ ଅନୁପ୍ରବେଶ ଅଶଙ୍କା କରାଯାଉ ଥିବାବେଳେ ତାହାର ନଜିର ଦେଖିବାକୁ ମିଳିଲାଣି । ଆଜି ଶ୍ରୀଲଙ୍କାରୁ ପଳାୟନ କରି ଭାରତରେ ଅନୁପ୍ରବେଶ କରୁଥିବା 6 ଜଣ ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ । ସମସ୍ତ 6 ଜଣ ଗୋଟିଏ ପରିବାରର ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ।

ଉଦ୍ଧାର ସମ୍ପର୍କରେ ସୂଚନା ଦେଇ କୋଷ୍ଟଗାର୍ଡ ଅଧିକାରୀ କହିଛନ୍ତି, ସମସ୍ତଙ୍କୁ ପଚରାଉଚରା ଆରମ୍ଭ କରାଯାଇଛି । ଉଦ୍ଧାରଙ୍କ ମଧ୍ୟରେ ଜଣେ ପୁରୁଷ, 2ଜଣ ମହିଳା ଓ 3ଶିଶୁ ରହିଛନ୍ତି । ସମସ୍ତେ ଗୋଟିଏ ପରିବାର ସଦସ୍ୟ ହୋଇଥିବା ବେଳେ ଶ୍ରୀଲଙ୍କାର ଜାଫାନ ଅଞ୍ଚଳରେ ବାସ କରୁଥିଲେ । ସେଠାରେ ଜାରି ରହିଥିବା ଅର୍ଥନୈତିକ ସଙ୍କଟ କାରଣରୁ ସେମାନେ ଦେଶ ଛାଡି ଭାରତ ଅଭିମୁଖେ ଆସିଥିଲେ ।

ସେମାନଙ୍କୁ ବୋଟ ଯୋଗେ ରାମେଶ୍ବରମ ଉପକୂଳ ଅଭିମୁଖେ ଆଣୁଥିବା ବ୍ୟକ୍ତି ରାମେଶ୍ବରମ ଉପକୂଳରୁ ମାତ୍ର କିଛି କିମି ଦୂରରେ ସମୁଦ୍ର ମଝିରେ ଥିବା ଏକ ବାଲି ଢିପରେ ସେମାନଙ୍କୁ ଛାଡି ଦେଇ ପଳାଇଥିବା ବେଳେ ଏମାନେ କିଛି ଘଣ୍ଟା ପାଇଁ ଫସିରହିଥିଲେ । ପରେ କୋଷ୍ଟଗାର୍ଡ ପକ୍ଷରୁ ସେମାନଙ୍କୁ ଠାବ କରାଯିବା ସହ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ମଣ୍ଡପମ ହୋଭରପୋର୍ଟକୁ ଅଣାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବାବେଳେ ସେମାନଙ୍କୁ ପଚରାଉଚରା ଜାରି ରହିଥିବା କୋଷ୍ଟଗାର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଶ୍ରୀଲଙ୍କାରେ ଜାରି ରହିଥିବା ଅର୍ଥନୈତିକ ସଙ୍କଟ ଫଳରେ ସେଠାରେ ବେକାରୀ ଓ ଦରବୃଦ୍ଧି ପରି ଭୟଙ୍କର ସମସ୍ୟା ସୃଷ୍ଟି ହେବାରେ ଲାଗିଲାଣି । ଫଳରେ ସାଧାରଣ ତଥା ଗରିବ ଶ୍ରେଣୀୟ ବର୍ଗ ପଳାୟନ କରିବା ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଛି । ଏପରି ସ୍ଥଳେ ତାମିଲନାଡୁର ରାମେଶ୍ବରମ ଉପକୂଳ ସମେତ ଅନ୍ୟ କିଛି ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ଓ ପାଟ୍ରୋଲିଂକୁ କଡାକଡି କରିଛି ଭାରତୀୟ ତଟରକ୍ଷୀ ବାହିନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.